ଇହଜଗତରେ ନାହାନ୍ତି ILS ନିର୍ଦେଶକ ଡ. ଅଜୟ ପରିଡା

0
  • ଗୌହଟି, ଭୁବନେଶ୍ୱର// TATKAL ODISHA//

ଭୁବନେଶ୍ୱରସ୍ଥ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସର ନିର୍ଦେଶକ ପଦ୍ମଶ୍ରୀ ଡ଼ଃ ଅଜୟ ପରିଡା ଆଉ ଇହ ଜଗତରେ ନାହାନ୍ତି I

ସେ ଗୌହାଟିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ I ସେଠାରେ ସେ ହୃଦଘାତରେ ପ୍ରାଣ ହରାଇଛନ୍ତି I

ମିଳିଥିବା ସୂଚନା ଅନୁସାରେ ଡ଼ଃ ପରିଡା ଛାତିରେ ଯନ୍ତ୍ରଣା କାରଣରୁ ଅସୁସ୍ଥ ଅନୁଭବ କରିଥିଲେ I ତାଙ୍କୁ ସଙ୍ଗ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆ ଯାଇଥିଲା I ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ୱେ ସେ ବଞ୍ଚି ପାରି ନ ଥିଲେ I

ମୃତ୍ୟୁ ବେଳକୁ ସ୍ବର୍ଗତ ପରିଡାଙ୍କ ବୟସ 58 ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି I

ତାଙ୍କ ମୃତ୍ୟୁରେ ବିଭିନ୍ନ ମହାଲରୁ ଶୋକ ପ୍ରକାଶ ପାଇଛି I

ଉଲ୍ଲେଖନୀୟ ଯେ, କୋଭିଡ ମହାମାରୀର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଲହର ବେଳେ ILS ପ୍ରମୁଖ ଗବେଷଣା କାର୍ଯ୍ୟ କରୁଥିଲା I ଏଥିରେ ନେତୃତ୍ୱ ଦେଇଥିଲେ ସ୍ବର୍ଗତ ପରିଡା I

Leave A Reply

Your email address will not be published.