ଇନ୍ଦିରା ଗାନ୍ଧୀ : ଯଥାର୍ଥରେ ଥିଲେ ଲୌହ ମାନଵୀ

0
  • ନଭେମ୍ବର 19: ଜନ୍ମ ଜୟନ୍ତୀରେ TATKAL ODISHAର ଶ୍ରଦ୍ଧାଞ୍ଜଳି
  • ++++++++++++++++++++++++++++++++
  • Guest EDITOR //ଶ୍ରୀକାନ୍ତ ଦାସ //
  • ++++++++++++++++++++++++++++++++

ଭାରତର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀଙ୍କର ଆଜି ଜନ୍ମଦିନ | ସେ ଥିଲେ ଆମର ପ୍ରଥମ ପ୍ରଧାନମନ୍ତ୍ରୀ, ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଜବାହରଲାଲ ନେହରୁଙ୍କ ସୁପୁତ୍ରୀ |

ଭୁବନେଶ୍ୱରସ୍ଥ ଆଇଜି ପାର୍କରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ

1917ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରି 1984ମସିହା ଅକ୍ଟୋବର 31ତାରିଖରେ ଆତତାୟୀ ଗୁଳିରେ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ |ତାଙ୍କ ଘଟଣା ବହୁଳ ଜୀବନ ଭାରତର ଆଧୁନିକ ଇତିହାସରେ ସ୍ୱର୍ଣ୍ଣିମ ଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ |

ଶାନ୍ତିନିକେତନ ଛାତ୍ରୀ ଥିବା ବେଳେ ଭାରତର ଗୌରବମୟ ଇତିହାସ ପାଠକରି ସେ ନିଜକୁ ନୂତନ ଇତିହାସ ଲେଖିବାପାଇଁ ପ୍ରସ୍ତୁତ କରିଥିଲେ |1964ମସିହାରେ ପିତାଙ୍କ ମୃତ୍ୟୁ ପରେ ସେ ରାଜ୍ୟସଭାର ସଦସ୍ୟ ହୋଇ ଲାଲ ବହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ |

ଶାନ୍ତିଦୂତ ଶାସ୍ତ୍ରୀଙ୍କ ରୁଷିଆର taskent ଠାରେ ରହସ୍ୟମୟ ଦେହାନ୍ତ ପରେ ସେ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ |1966ରୁ 1977ଯାଏଁ ସେ ଏହି ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରି ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ |1971ଯୁଦ୍ଧରେ ପାକିସ୍ତାନର ପରାଜୟ, ବଙ୍ଗଳାଦେଶର ସୃଷ୍ଟି ତଥା ଏ ନୂତନ ରାଷ୍ଟ୍ରକୁ ବିଶ୍ୱର ଅଧିକାଂଶ ଦେଶର ସ୍ୱୀକୃତି ପ୍ରଦାନ ଇନ୍ଦିରାଙ୍କ ସଫଳ ଅନ୍ତର୍ଜାତୀୟ କୂଟନୀତିର ଉଦାହରଣ ଅଟେ |ତେବେ 1975ମସିହାରେ ଜରୁରୀ ପରିସ୍ଥିତିଜାରି ତାଙ୍କୁ ବିବାଦୀୟ କରିଥିଲା ଓ ପରବର୍ତ୍ତୀ ନିର୍ବାଚନରେ ତାଙ୍କ କଂଗ୍ରେସ ଦଳ ଜନ ସମର୍ଥନ ହରେଇଥିଲା |

କିନ୍ତୁ ଅତ୍ୟନ୍ତ ଧୈର୍ଯ୍ୟଶିଳା ସେ ଲୋକମତକୁ ନିଜ ସପକ୍ଷରେ ଆଣି 1980ରେ ପୁନଃ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ |ବ୍ୟାଙ୍କ ଜାତୀୟ କରଣ, ପ୍ରାଦେଶିକ ରାଜାମାନଙ୍କ ହାତ ପାଣ୍ଠି ଉଚ୍ଛେଦ, ସିକିମ ମିଶ୍ରଣ, ଶିଖ ଉଗ୍ରପନ୍ଥୀଙ୍କ ମୁଳୋତ୍ପାଟନ ପାଇଁ ବ୍ଲୁ ଷ୍ଟାର କାର୍ଯ୍ୟକ୍ରମ ଆଦି ପଦକ୍ଷେପ ନେଇ ନିଜକୁ ମହାଭାରତୀୟ ଚେତନାର ଉପଯୁକ୍ତ ଦାୟାଦ ଭାବେ ପ୍ରତିପାଦିତ କରିଥିଲେ |


ସେ ଯଥାର୍ଥରେ ଥିଲେ ଲୌହ ମାନଵୀ |


ଆଜିର ଜୟନ୍ତୀରେ ଓଡ଼ିଆ ଜାତୀୟ ସମ୍ମିଳନୀ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି |🙏🙏

  • ଶ୍ରୀକାନ୍ତ ଦାସ, କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ
  • Mob : 9238304919

Leave A Reply

Your email address will not be published.