ଆସୁଛି ହିନ୍ଦୀ ଚଳଚିତ୍ର “ଗଦର: ଏକ ପ୍ରେମ କଥା -2”

0

  • ପୁଣି  ଅଭିନୟ କରିବେ ସନ୍ନି ଦେଓଲ ଓ ଅମୀଷା ପଟେଲ
  • ୧୯୪୭ ଭାରତ-ପାକିସ୍ତାନ ବିଭାଜନ ଉପରେ ଚଳଚିତ୍ର
  • ମୁମ୍ବାଇ//TATKAL:ODISHA//
  • ରିପୋର୍ଟ //କଳାକୃଷ୍ଣ ମହାରଣା//

ଦୀର୍ଘ କୋଡିଏ ବର୍ଷ ପରେ ସନ୍ନି ଦେଓଲ ଓ ଅମୀଷା ପଟେଲଙ୍କୁ ପୁଣି ସିନେମା ପରଦାରେ ଦର୍ଶକ ଏକାଠି ଦେଖିବେ I ସେମାନେ “ଗଦର: ଏକ ପ୍ରେମ କଥା -2″ରେ ଅଭିନୟ କରିବେ I

  ପ୍ରଡକ୍ସନ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି I ପରେ ଅଭିନେତ୍ରୀ ଅମୀଷା ପଟେଲ ଚଳଚିତ୍ରର ମହୁରତର ଫଟୋ ଛାଡ଼ିଵା ପରେ ପ୍ରଶଂସକମାନେ ଗଦର ଚଳଚ୍ଚିତ୍ରକୁ ମନେ ପକାଇ ଭାବବିହ୍ବଳ ହୋଇଉଠିଛନ୍ତିl

  “ଗଦର: ଏକ ପ୍ରେମ କଥା” ୧୯୪୭ ଭାରତ-ପାକିସ୍ତାନ ବିଭାଜନ ସମୟରେ ସକିନା (ଅମୀଷା) ଓ ତାରା (ସନ୍ନି)ଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଥିଲା I ଉକ୍ତ  ଚଳଚ୍ଚିତ୍ରଟି ସେଇ ସମୟର ବକ୍ସ ଅଫିସ୍ ରେକର୍ଡ ଭାଙ୍ଗି ଭାରତର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ପାଲଟିଥିଲା। ଏହି ଅତ୍ୟନ୍ତ ସଫଳ ଓ ସ୍ମରଣୀୟ ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି I  

Leave A Reply

Your email address will not be published.