ଆସୁଛି ବାତ୍ୟା ‘ଜୱାଦ’!!
- ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି
- ମୌସୁମୀ ପ୍ରତ୍ୟାବର୍ତନ ପରେ ପ୍ରଥମ ବାତ୍ୟା
- ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODISHA//
ଦକ୍ଷିଣ ଆଣ୍ଡାମାନ ସନ୍ନିକଟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ “ବାତ୍ୟା”ରେ ରୂପ ନେବାକୁ ବସିଛି I ତା’ର ନାମ ରହିଛି ‘ଜୱାଦ’ । ତେବେ ଏହା ପ୍ରାରମ୍ଭିକ ଅବସ୍ଥାରେ ଅଛି, ପାଞ୍ଚ ଦିନ ଭିତରେ ତାହା ଭୟଙ୍କର ରୂପ ନେବ I ତେବେ ଗତିପଥ କିଛି ସ୍ପଷ୍ଟ ହୋଇନି I
ସାଟେଲାଇଟ ଓ ମାଡ୍ୟୁଲାର ରିପୋର୍ଟ ଆଧାରରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର କହିଛି ଯେ,
ଆସନ୍ତା ୪୮ଘଣ୍ଟା ଭିତରେ ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଡିସେମ୍ବର 3 ପରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡିଶା ଉପରେ ରହିବ କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ I
ଉପକୂଳ ଓ ଦକ୍ଷିଣ ଓଡିଶାରେ ପବନ ସହ ପ୍ରବଳ ବର୍ଷା ହେବ । ଏପରିକି ବାତ୍ୟା ନ ହେଲେ ବି ଓଡିଶାରେ ପ୍ରବଳ ବର୍ଷା ହେବ । ତେବେ ଓଡିଶା ଓ ପଶ୍ଚିମବଙ୍ଗ ସମେତ ବାଂଲାଦେଶରେ କ୍ଷୟକ୍ଷତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି । ଚଳିତବର୍ଷ ମୌସୁମୀ ପ୍ରତ୍ୟାବର୍ତନ ପରେ ଏହା ପ୍ରଥମ ବାତ୍ୟା ହେବ I