ଆରମ୍ଭରୁ ଗୃହ ଅଚଳ, ପରେ ସଚଳ

0
  • କଂଗ୍ରେସ ସଭ୍ୟଙ୍କ ଗୃହ ମଧ୍ୟଭାଗରେ ନାରାବାଜି
  • ବାଚସ୍ପତିଙ୍କ ପୋଡିଅମ ଉପରକୁ ଉଠିଲେ ସୁର
  • ମରୁଡ଼ି ଉପରେ ମୂଲତଵୀ ଆଲୋଚନା
  • ଭୁବନେଶ୍ୱର//TATKAL ODISHA//


  ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ହଟାଗୋଳ ହୋଇଛି I ବିରୋଧୀ କଂଗେସ ସଭ୍ୟମାନେ ଚାଷୀ  ଓ ମରୁଡ଼ି ପ୍ରସଙ୍ଗ ଆଲୋଚନା ଦାବି କରି ଗୃହ ମଧ୍ୟ ଭାଗରେ ପ୍ରବଳ ହଟାଗୋଳ କରିବାରୁ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମୂଲତଵୀ ଘୋଷଣା କରିଛନ୍ତି I ପରେ ଗୃହ ସ୍ୱାଭାବିକ ହୋଇଥିଲା I

   ବୁଧବାର ବିଧାନସଭା ପୂର୍ଵ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହକାର୍ଯ୍ୟ ପୂର୍ବାହ୍ନ 11ଟାରେ ଆରମ୍ଭ ହୋଇଥିଲା I ପ୍ରଥମେ ଦିବଂଗତ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ସୁରକ୍ଷା କର୍ମଚାରିଙ୍କ ପାଇଁ ଶୋକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା I ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏମ୍ସରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସିପିଏମ ସଭ୍ୟ ଲକ୍ଷ୍ମଣ ମୁଣ୍ଡା ଏବଂ ବାଚସ୍ପତି ଡ଼ଃ ପାତ୍ର ଶୋକ ପ୍ରକାଶ କରିଥିଲେ I    ପରେ ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଚାଷୀ ଓ ମରୁଡ଼ି ପ୍ରସଙ୍ଗ ଆଲୋଚନା ଦାବି କରି ନିଜ ଆସନରେ ଛିଡ଼ା ହୋଇଥିଲେ I

ପରେ ଏହାକୁ କେନ୍ଦ୍ର କରି ବିରୋଧୀ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ସରକାରୀ ବିରୋଧୀ ସ୍ଲୋଗାନ ଦେଇଥିଲେ I କଂଗ୍ରେସ ସଭ୍ୟ ସୁରେଶ ଚନ୍ଦ୍ର ରାଉତରାୟ ବାଚସ୍ପତିଙ୍କ ପୋଡିଅମ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ I ସେହିପରି କଂଗ୍ରେସ ସଭ୍ୟ ତାରା ପ୍ରାସାଦ ବାହିନୀପତି ପୁଣି ଗୃହ ମଝିରେ ଥିବା ସଚିବଙ୍କ ଚେୟାର ଉପରେ ଛିଡ଼ା ହୋଇ ନାରାବାଜି ଦେଇଥିଲେ I     

  ବାଚସ୍ପତି ଡ଼ଃ ପାତ୍ର ଚେଷ୍ଟା କରି ବି ଗୃହକୁ ସ୍ୱାଭାବିକ କରି ପାରି ନ ଥିଲେ I ସଫଳ ନ ହେବାରୁ ବାଚସ୍ପତି ଡ଼ଃ ପାତ୍ର ଗୃହକୁ ପୂର୍ବାହ୍ନ 11.39ରୁ ମଧ୍ୟାହ୍ନ 12.34ଯାଏ ଗୃହକୁ ମୂଲତଵୀ କରିଥିଲେ I

ଅପରାହ୍ନ ୧୨ଟା ୩୪ ପରେ ଗୃହ ସ୍ୱାଭାବିକ ହୋଇଥିଲା I
 ମରୁଡି ଆଲୋଚନା ଦାବିରେ କଂଗ୍ରେସର ହଟଗୋଳ ପୁଣି କରିବାରୁ ବାଚସ୍ପତି ଡ଼ଃ ମରୁଡି ଉପରେ ଆଲୋଚନା ପାଇଁ ଅନୁମତିଦେଇଥିଲେ I ଆଗତ ମରୁଡ଼ି ଉପରେ ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇଛି I

Leave A Reply

Your email address will not be published.