ଆରପାରିରେ ସୁନାମଧନ୍ୟ ସଂଗୀତ ନିର୍ଦେଶକ ସରୋଜ ପଟ୍ଟନାୟକ
ବାରିପଦା //TATKAL ODISHA//
ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କର ହୃଦଘାତରେ ପରଲୋକ ହୋଇଯାଇଛି ।
ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା ।
ସ୍ବର୍ଗତ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ବାରିପଦା ବଡ଼ ବଜାରରେ ଘର I ସେ ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚିତ୍ରରେ ସଂଗୀତ ନିର୍ଦେଶନା ଦେଇଥିଲେ I
ତାହା ହେଉଛି..
- ଅଭିମାନ
- ଫୁଲ ଚନ୍ଦନ
- ଅଭିଳାଷ
- ଝିଅଟି ସୀତା ପରି
- ହାକିମ ବାବୁ
- ମୋ ମନ ଖାଲି ତୋରି ପାଇଁ
- ଏଇ ସଂଘର୍ଷ
ଏଥି ସହ ବହୁ କଳାତ୍ମକ ଚଳଚିତ୍ର ସହ ସେ ସମ୍ପୃକ୍ତ ଥିଲେ I
ତାଙ୍କ ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି I ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି I
ଚଳଚିତ୍ର ପ୍ରଯୋଜକ ଅଜୟ ମହାନ୍ତି ତାଙ୍କୁ ଜଣେ ବିରଳ ଓ ପ୍ରତିଭାଵାନ ସଂଗୀତ ନିର୍ଦେଶକ ବୋଲି ବର୍ଣ୍ଣନା କରିଛନ୍ତି I