ଆରପାରିରେ ବୟୋଜ୍ୟେଷ୍ଠା ‘ଶତାୟୁ’ ମା’ ବ୍ରଜମଣି

0
  • ଶୋକରେ ସନ୍ତରାଗଡ଼ିଆ-କାନପୁରର ‘ପଟ୍ଟନାୟକ’ ପରିବାର
  • ନୀଳଗିରି, ବାଲେଶ୍ୱର //TATKAL ODISHA//

 ପଟ୍ଟନାୟକ ପରିବାରର ବୟୋଜ୍ୟେଷ୍ଠା “ଶତାୟୁ”  ମା’ ବ୍ରଜମଣି ପଟ୍ଟନାୟକ ଆଉ ଇହ ଜଗତରେ ନାହାନ୍ତି I ବାଲେଶ୍ୱରସଦର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଶନିବାର ରାତ୍ରି ଠିକ 12ଟା 51ରେ ସେ ପରଲୋକ ଗମନ କରିଛନ୍ତି I 

  21 ଡିସେମ୍ବର 1921ରେ ଜନ୍ମ ଲାଭ କରିଥିଵା ବ୍ରଜମଣିଙ୍କର ଗତ 21 ଡିସେମ୍ବରରେ 100 ବର୍ଷ ପୂରଣ ହୋଇଥିଲା I ଗତ 21 ଡିସେମ୍ବର 2021ରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡସ୍ଥ ସନ୍ତରାଗଡ଼ିଆ -କାନପୁର ଗ୍ରାମରେ ମହାସମାରୋହରେ ତାଙ୍କର ଶହେତମ ଜନ୍ମ ଦିନ ପାଳନ ହୋଇଥିଲା I ଶହେ ବର୍ଷ ପୂର୍ତ୍ତି ପାଇଁ ପରିବାର ପକ୍ଷରୁ ଆୟୋଜିତ ହୋଇଥିଲା ପୂଜାପାଠ, ବ୍ରାହ୍ମଣ ଦାନ ଓ ଅନ୍ନ ଭୋଜନ I

ହେଲେ ବିଧିର ବିଧାନ ବଡ଼ ବିଚିତ୍ର I ପୂର୍ଣ୍ଣ ଜୀବନଲାଭ କରିଥିବା ବ୍ରଜମଣି ଶହେ ବର୍ଷ ପୂର୍ତ୍ତି ପାଳନର ଠିକ 38 ଦିନ ପରେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲି ଯାଇଛନ୍ତି I 

ମା ବ୍ରଜମଣିଙ୍କ ଜୀବନର ବଡ଼ କଥା ଥିଲା ସେ ସାରା ଜୀବନ ନିରାମିଷ ଖାଦ୍ୟ ସେବନ କରିଥିଲେ I ପ୍ରତିଦିନ ପୂଜାପାଠରେ ବ୍ୟସ୍ତ ରହିବା ସହ ଭାଗବତ, ବିଭିନ୍ନ ଖବରକାଗଜ ପଢିବା ଅଭ୍ୟାସ ବି ଛାଡ଼ି ନ ଥିଲେ  I

ଅନେଶତ ବର୍ଷ ବୟସରେ ସେ କୋଭିଡ ଆକ୍ରାନ୍ତ ହୋଇ ସମ୍ପୂର୍ଣ ସୁସ୍ଥ ହୋଇ ରେକର୍ଡ କରିଥିଲେ I ସେଥିପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ତାଙ୍କ ଫଟୋ ପ୍ରଦର୍ଶିତ ହୋଇ ଥିଲା I

 ସ୍ବର୍ଗତ ମହେନ୍ଦ୍ର ନାଥ ପଟ୍ଟନାୟକଙ୍କର ବ୍ରଜମଣି ଥିଲେ ଧର୍ମପତ୍ନୀ I ମହେନ୍ଦ୍ର ବାବୁଙ୍କ ବଡ଼ ଭାଇ ଥିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଆଦର୍ଶ ଶିକ୍ଷକ ଉପେନ୍ଦ୍ର ନାଥ ପଟ୍ଟନାୟକ I ଉପେନ୍ଦ୍ର ବାବୁ ଓ ତାଙ୍କ ଧର୍ମ ପତ୍ନୀ ସାବିତ୍ରୀ ଦେବୀ ବି ଆରପାରିରେ I 

ମା’ ବ୍ରଜମଣି  ବୋହୁ ହୋଇ ଆସିଥିବା “ପଟ୍ଟନାୟକ ପରିବାର”ର ସଂସ୍କୃତି, ପରମ୍ପରା ଓ ଇତିହାସ ବେଶ ସମୃଦ୍ଧ I ତାହା ଏକ କୁଳୀନ ‘ମାହାଲଦାର’ କରଣ ବଂଶର ଅଂଶ ବିଶେଷ I

ପ୍ରାୟ ଚତୁର୍ଦଶ ଶତାବ୍ଦୀରେ ଏହି ବଂଶର ପୂର୍ବ ପୁରୁଷମାନେ ନୀଳଗିରି ମହାରାଜାଙ୍କ ଆମନ୍ତ୍ରଣ କ୍ରମେ ଖୋର୍ଦ୍ଧାରୁ ଆସି କାନପୁର ଗ୍ରାମରେ ବସତି କରି ରହିଥିଲେ I

ଏହି ବଂଶର ଦୁଇ ଭାଇ ମଧ୍ୟ ବାଲେଶ୍ୱର ଜିଲ୍ଲାର ଅଣ୍ଡ୍ରା ଓ ଭଦ୍ରକ ଜିଲ୍ଲାର ମାଖନପୁରରେ ବି ବସତି କରି ବଂଶ ବିସ୍ତାର କରିଥିଲେ I

ତେବେ କାନପୁରରେ ରହୁଥିବା ବଂଶର ବୁନିୟାଦ ସ୍ୱତନ୍ତ୍ର I

  • TATKAL ODISHAର ପୂର୍ବ ରିପୋର୍ଟ ଦେଖନ୍ତୁ..

ମା’ ବ୍ରଜମଣୀଙ୍କ 100ତମ ଜନ୍ମ ଦିବସ: ଧୁମଧାମରେ ପାଳନ

‘ଶତାୟୁ’ ମା’ ବ୍ରଜମଣୀ: ପଟ୍ଟନାୟକ ପରିବାରରେ ଖୁସିର ‘ମାହୋଲ’

Leave A Reply

Your email address will not be published.