ଆରପାରିରେ ବିହଙ୍ଗ ବିଜ୍ଞାନୀ ‘ୟୁଏନଡି’
- ପୁରା ନାମ ଉଦୟ ନାରାୟଣ ଦେବ
- ତିନି ଥର ଥିଲେ ବିଧାୟକ
- ପରିବେଶ ସୁରକ୍ଷା ଉପରେ କାମ କରୁଥିଲେ
ଭୁବନେଶ୍ୱର, ବ୍ରହ୍ମପୁର//TATKAL ODISHA//
ଭାରତରେ ବିଶିଷ୍ଟ ପରିବେଶବିତ, ମୋହନାର ପୂର୍ବତନ ବିଧାୟକ ଏବଂ ସାନଖେମୁଣ୍ଡି ମହାରାଜା ଉଦୟ ନାରାୟଣ ଦେବ ଆଉ ଇହ ଜଗତରେ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।
ସ୍ବର୍ଗତ ଉଦୟ ନାରାୟଣ ଦେବ ସଂକ୍ଷେପରେ ‘ୟୁଏନଡି’ ଭାବରେ ବେଶ ପରିଚିତ ଥିଲେ I ସେ ପେସାରେ ରାଜନୀତିଜ୍ଞ ଓ ନିଶାରେ ଚଢ଼େଇ ପ୍ରେମୀ ଥିଲେ I ଜଣେ ବିହଙ୍ଗ ବିଜ୍ଞାନୀ ଭାବେ ରାଜା ସାହେବଙ୍କର ବେଶେ ଖ୍ୟାତି ଥିଲା । ପରିବେଶ ଓ ଚିଲିକା ସୁରକ୍ଷା ପାଇଁ ସେ ପ୍ରାୟ 60 ବର୍ଷ ଧରି କାର୍ଯ୍ୟ କରୁଥିଲେ I
ସ୍ବର୍ଗତ ଦେବ ୧୯୭୪-୧୯୭୭ ଯାଏ ଉତ୍କଳ କଂଗ୍ରେସ ଟିକେଟ୍ରେ ବିଧାୟକ ଥିଲେ । ୧୯୭୭ରେ ଲୋକ ଦଳ ଓ ପରେ ୧୯୮୦ରେ ଜନତା ପାର୍ଟି (ସେକ୍ୟୁଲାର) ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।ତାଙ୍କ ବିୟୋଗରେ ରୈଜନୈତିକ ମହଲ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।