ଆରପାରିରେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି
- ଆବିର୍ଭାବ-୧୧ ନଭେମ୍ବର ୧୯୩୬
- ତିରୋଧାନ -୨୪ ଅପ୍ରେଲ ୨୦୨୨
କଟକ//TATKAL ODISHA//
ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି ଆଉ ଇହ ଜଗତରେ ନାହାନ୍ତି I
ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା I ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ I
ସ୍ବର୍ଗତା ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ତାଙ୍କ କଟକସ୍ଥ ବାସଭବନରେ ବହୁ ବିଶିଷ୍ଟ ବୁଦ୍ଧିଜୀବୀ,କବି,ଲେଖକ, ଚଳଚିତ୍ର ପ୍ରଯୋଜକ, ପ୍ରଶାସକ ସାମ୍ବାଦିକ ଆଦି ପହଞ୍ଚି ଶେଷ ଦର୍ଶନ କରିଥିଲେ I
ସ୍ବର୍ଗତା ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା ।
୧୯୬୦ରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଥିଲେ ଆଜୀବନ ଅବିବାହିତା I
ସ୍ବର୍ଗତା ମହାନ୍ତି ଥିଲେ ଜଣେ ଆଗଧାଡ଼ିର ଓଡ଼ିଆ ଗାଳ୍ପିକା ।
- //ସମ୍ମାନ//
ସାହିତ୍ୟିକ କୃତି ନିମନ୍ତେ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ ।
ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
କୃତି
- କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
- ପାଟଦେଇ
- ବସ୍ତ୍ର ହରଣ
- ଆରୋହଣ
- ଇଣ୍ଟରଭିଉ
- ଏକାକୀ ପରାଶର
- ନବ ତରଙ୍ଗ
- ଅନ୍ଧକାରର ଛାଇ
- ମଧ୍ୟାନ୍ତର
- ପାଟଦେଈ
- ବହ୍ନି ବଳୟ
- ଉତ୍ତରାୟଣ
- ସାୟାହ୍ନର ସ୍ୱର
- ତଟିନୀର ତୃଷ୍ଣା
- କାଳାନ୍ତର
- ମଧ୍ୟାନ୍ତର
- ଜନ୍ମାନ୍ତର
- ଅଶ୍ରୁଅନଳ
- ଶକୁନିର ଚକା
- ଅପହଞ୍ଚ ଆକାଶ
- ପାଚେରୀ ସେପଟେ ନଈ
- ଖେଳ ଚାଲିଛି
- ଦୃଶ୍ୟାନ୍ତର
- ଖେଳନା
- ଚରିତ୍ର ହସୁଛି
ଉପନ୍ୟାସ
- ସୀତାର ଶୋଣିତ
- ମନସ୍ୱିନୀ
- କୁନ୍ତୀ କୁନ୍ତଳା ଶକୁନ୍ତଳା
ଆତ୍ମଜୀବନୀ
- ବିତିଯାଇଥିବା ଦିନ (ପ୍ରକାଶନ ଅପେକ୍ଷାରେ)