ଆରପାରିରେ ବିଶିଷ୍ଟ ଆଇନଜୀବୀ ‘ଶରତ ଜେନା’

0
  • ଯାଜପୁର ଜିଲ୍ଲାରେ ଥିଲେ ସୁଯୋଗ୍ୟ ସନ୍ତାନ

ଭୁବନେଶ୍ୱର, ଯାଜପୁର//TATKAL ODISHA //


ଆରପାରିରେ ବିଶିଷ୍ଟ ଆଇନଜୀବୀ  ‘ଶରତ ଜେନା’ I ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା I


  ଯାଜପୁର  ଜେନା ଜିଲ୍ଲାର ବରିଷ୍ଠ ଦେଓ୍ବାନୀ ମକଦ୍ଦମାର ବିଶିଷ୍ଟ ଆଇନଜୀବୀ  ‘ଶରତ ଜେନା’, ଯାଜପୁର ଓକିଲ ସଂଘର ପୁର୍ବତନ ସଭାପତି ଓ ପୁର୍ବତନ ସରକାରୀ ଓକିଲ ବା ଗଭର୍ମେଣ୍ଟ ପ୍ଲିଡ଼ର  ଥିଲେ I


ବିଶିଷ୍ଟ ଯୁବ ଓକିଲ ଶୀଳଭଦ୍ର ଶାସ୍ତ୍ରୀ ତାଙ୍କ ମୃତ୍ୟୁ ସମ୍ପର୍କରେ କହିଥିଲେ..

.ସ୍ବର୍ଗତ ଶରତ ଜେନା ମୋର  ବାବା ସ୍ୱର୍ଗତ ରେବତୀ କାନ୍ତ ଶାସ୍ତ୍ରୀ ଏବଂ ଶରତ ଜେନା ସାର୍ ଥିଲେ  ଅନ୍ତରଙ୍ଗ I  ସାର୍ ଥିଲେ ଆମର ପାରିବାରିକ ଓକିଲ। ମୋର ବାବା  2007ରେ ଚାଲି ଗଲେ କିନ୍ତୁ ଶରତ ଜେନାଙ୍କ ସାଙ୍ଗରେ ମୋର ସମ୍ପର୍କ ଅତୁଟ ଥିଲା,ତାଙ୍କ ବାପା ସ୍ୱର୍ଗତ ଗୁରୁଚରଣ ଜେନା ଥିଲେ ‘ମଧୁ ସୁଦନ ଦାସ ଓରଫ ଓଡ଼ିଆ ଅସ୍ମିତାର ପରିଚୟ ମଧୁ ବାବୁ’ ଙ୍କର ସହଯୋଗୀ,ତେଣୁ ଶରତ ଜେନାଙ୍କ ପରେ ଜାଜପୁର ରୁ ମଧୁ ବାବୁଙ୍କ legacyର ଅନ୍ତ ଘଟିଲା।ଶରତ ସାର୍ ଙ୍କ ବଡ଼ ପୁଅ  ଶ୍ୟାମାନନ୍ଦ ଜେନା ଓରଫ ଲୁଲୁ ଅଧୁନା ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରେ ଓକିଲାତି କରୁଛନ୍ତି।ମୁଁ ପ୍ରାୟ ଜାଜପୁରକୁ ମହକିଲଙ୍କ ପାଇଁ ମକଦ୍ଦମାରେ ଗଲେ ନିଶ୍ଚୟ ଆମ ଗାଁ ସନ୍ଥମାଧବ ଯାଏ, ଏବଂ ସାର୍ ଙ୍କୁ ପ୍ରାୟ ସମୟ ଭେଟ କରେ ଏବଂ ମୋର ସ୍ୱର୍ଗତ ବାବାଙ୍କ ନିର୍ଦ୍ଦେଶ ରେ ଆଜି ପର୍ଯ୍ୟନ୍ତ ଶରତ ସାର୍ ଙ୍କୁ ନୁଆ ବର୍ଷ ରେ ଗୋଟିଏ ଡାଇରୀ ଦିଏ।


 ଗତ ସୋମବାର ଜାନୁଆରୀ 3ରେ ମୁଁ ଜାଜପୁର ରୋଡ଼୍ କୋର୍ଟରୁ କାମ ସାରି ଗାଁ କୁ ଯିବା ବାଟରେ ସାର୍ ଙ୍କ ଡାଇରୀ ଦବାକୁ ଯାଇ ଥିଲି,ତାଙ୍କ ସାନ ପୁଅ ‘ପାପୁ’ କୁ ଡାକି ସାର୍ ଙ୍କ କଥା ପଚାରିଲି ସେ କହିଲା ନନା ବାବା ଆଉ ଖାଉ ନାହାନ୍ତି ବିଛଣାରେ ଶୋଇଛନ୍ତି,ତେଣୁ ମୁଁ ସାର୍ ଙ୍କ ବିଛଣା ପାଖକୁ ଯାଈ ଡାକ ମାରିଲି କିନ୍ତୁ ସେ ଆଉ ଶୁଣିବା ଅବସ୍ଥାରେ ନଥିଲେ,ତେଣୁ ମୁଁ ‘ପାପୁ’ କୁ କହିଲି ସାର୍ ଚାହିଁଲେ କହିବୁ ତାଙ୍କ ପାଇଁ ନୁଆ ଡ଼ାଇରୀ ନେଇ ଆସିଥିଲି ସେ ଖୁସି ହେବେ।

ହେଲେ ବିଧିର ବିଧାନ ଥିଲା ଅଲଗା ଆଜି ପ୍ରାୟ ଗୋଟାଏ ବେଳେ ତାଙ୍କ ପୁରୁଣା ସହଯୋଗୀ ପ୍ରମୋଦ ମହାପାତ୍ର, ଓକିଲ ମତେ ଫୋନ କରି କହିଲେ ସାର୍ ଚାଲି ଗଲେ,ତେଣୁ ତାଙ୍କ ପରେ ଦେଓ୍ବାନୀ ମକଦ୍ଦମାରେ ଏକ ଯୁଗ ର ଅବସାନ ଘଟିଲା।

Leave A Reply

Your email address will not be published.