ଆରପାରିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର, ଝାରସୁଗୁଡା// TATKAL ODISHA//

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଆଉ ଇହଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ବୟସ ହୋଇଥିଲା I

1 ଡିସେମ୍ବର 1939ରେ ଝାରସୁଗୁଡା ଜିଲ୍ଲା ଠାକୁରପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ବିଶ୍ୱାଳ ଦୁଇଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ I

7 ଡିସେମ୍ବର 1989ରୁ 5 ମାର୍ଚ୍ଚ 1990 ଏବଂ 6 ଡିସେମ୍ବର 1999ରୁ 5 ମାର୍ଚ୍ଚ 2000 ଯାଏ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହୋଇଥିଲେ I

ସେ 6 ଥର ବିଧାୟକ ଥିଲେ I

ରାଜନୀତିକୁ ଆସିବା ପୂର୍ବରୁ ସେ ଶିକ୍ଷକ ଥିଲେ I

ତାଙ୍କ ମୃତ୍ୟୁରେ ଓଡ଼ିଶା ଜଣେ ବିଶିଷ୍ଟ ରାଜନେତାଙ୍କୁ ହରାଇଲା I ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି I

Comments are closed.