ଆରପାରିରେ ନନ୍ଦ ସାର

0
  • ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ 
  • ଯାଜପୁର,ଭୁବନେଶ୍ୱର//TATKAL ODISHA//


ନନ୍ଦ ସାର I ନନ୍ଦ କିଶୋର ପୃଷ୍ଟି I ନିକଟ ଅତୀତରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ଏହି ନିରହଙ୍କାରୀ ମଣିଷ ଆଉ ଇହ ଜଗତରେ ନାହାନ୍ତି I

୧୦୪ ବର୍ଷ ବୟସରେ ତାଙ୍କର ଭୁବନେଶ୍ୱରରେ  ଏକ ଘରୋଇ  ହସ୍ପିଟାଲରେ ଦେହାନ୍ତ ହୋଇଛି ।


   ମଙ୍ଗଳବାର ଦିନ ୧ଟା ୨୮ରେ ନନ୍ଦ ସାରଙ୍କ ପରଲୋକ ହୋଇଛି ।  ନନ୍ଦ ସାର୍ କରୋନା ମହାମାରୀରେ ଆକ୍ରାନ୍ତ ଥିଲେ ।  ସାରଙ୍କ ନାତି ଖଗେଶ୍ୱର ପୃଷ୍ଟି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । 


 ଚାଟଶାଳୀରେ ପିଲାଙ୍କୁ ପାଠ ପଢ଼ାଇ ନନ୍ଦ ସାର୍ ଚର୍ଚ୍ଚିତ ଥିଲେ । ନଭେମ୍ବ ୯ ରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ଗ୍ରହଣ କରିଥିଲେ ।


ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି I 

Leave A Reply

Your email address will not be published.