ଆରପାରିରେ କପିଳ ବାବୁ : ନିଆଳିରେ ଶୋକର ଛାୟା

0

ଛାୟା ଶ୍ରଦ୍ଧାଞ୍ଜଳି //TATKAL ODISHA 

ଭୁବନେଶ୍ୱର // ବ୍ୟୁରୋ// 


ନିଆଳି ଅଞ୍ଚଳରେ ଜଣେ ମୁରବୀସ୍ଥାନୀୟ, ସ୍ନେହୀ, ଦରଦୀ ଓ ଲୋକପ୍ରିୟ ବ୍ୟକ୍ତି ତଥା  ପୂର୍ବତନ ସାମାଜିକ ଶିକ୍ଷା ସଂଗଠକ (ଏସଇଓ) କପିଳ ଚରଣ ମହାନ୍ତି ଚାଲିଗଲେ I ସୋମବାର ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା ।    

ସ୍ବର୍ଗତାଃ ଧର୍ମପତ୍ନୀ ମହିଳାମଣିଙ୍କ ସହ କପିଳ ଚରଣ

ସ୍ବର୍ଗତ ମହାନ୍ତି 1935ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଜିଓଲ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ I ତାଙ୍କର ପିତା ସ୍ବର୍ଗତ ଚକ୍ରଧର ମହାନ୍ତି କୋଲକାତାରେ ଏଜି ଅଫିସରେ ଚାକିରି କରିଥିଲେ I ସ୍ବର୍ଗତ କପିଳ ଚରଣ 1955ରେ କାକଟପୁର ହାଇସ୍କୁଲରୁ ମାଟ୍ରିକ୍ ପାସ୍‌କରି କୋଲକାତାସ୍ଥିତ ସେହି ଏଜି ଅଫିସରେ ବି ଚାକିରି ଜୀବନ ଆରମ୍ଭ କରିଥିଲେ ।    

 ପରେ ସେଠାରୁ ଇସ୍ତଫା ଦେଇ ଓଡ଼ିଶାକୁ ଫେରିଆସି ଗୋଷ୍ଠୀ ଉନ୍ନୟନ ବିଭାଗରେ ଗ୍ରାମସେବକ ଭାବେ ଯୋଗ ଦେଇଥିଲେ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ରେ କାର୍ଯ୍ୟାରମ୍ଭ କରି ପରବର୍ତ୍ତୀ ସମୟରେ ଗୋପ, ବାଲିପାଟଣା, ଅସ୍ତରଙ୍ଗ, ନିମାପଡ଼ା ବ୍ଲକ୍‌ରେ ସଫଳତାର ସହ କାର୍ଯ୍ୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ।  

  1989ରେ ସେ ପଦୋନ୍ନତି ପାଇଁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌ରେ ଏସଇଓ ଭାବେ ଯୋଗ ଦେଇଥିଲେ । 1993ରେ ସେ କଲମପୁର ବ୍ଲକ୍‌ରୁ ଅବସର ଗ୍ରହଣ କରି ନିଆଳୀସ୍ଥିତ ଆଲୋକନଗର ବାସଭବନରେ ଅବସର ଜୀବନ କଟାଉଥିଲେ ।  

 ପୂର୍ବରୁ ତାଙ୍କ ପତ୍ନୀଙ୍କର ଦେହାନ୍ତ ଘଟିଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠପୁତ୍ର ବରିଷ୍ଠ ସାମ୍ବାଦିକ ରାଧାଶ୍ୟାମ ମହାନ୍ତି ମୁଖାଗ୍ନି ଦେଇଥିଲେ । ଏହି ସମୟରେ ପୁତ୍ର ଡାକ୍ତର ଅଦୈତ ମହାନ୍ତି, ଅକ୍ଷୟ କୁମାର ମହାନ୍ତି, କନ୍ୟା ବିଜୟଲକ୍ଷ୍ମୀ ଓ ଜାମାତା ସଞ୍ଜୟ ପରିଜା ଏବଂ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ । କପିଳ ଚରଣଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 

Leave A Reply

Your email address will not be published.