ଆରପାରିରେ ଆଦର୍ଶ ଶିକ୍ଷକ ‘ବିଶ୍ୱନାଥ ନାୟକ’

0
  • ସନ୍ତରଗଡ଼ିଆ ଉଚ୍ଚ ବିଦ୍ୟାଳୟରେ ଥିଲେ ପ୍ରଧାନଶିକ୍ଷକ
  • ନୀଳଗିରି,ଭୁବନେଶ୍ୱର //TATKAL ODISHA//
  • ରିପୋର୍ଟ : ରଣେନ୍ଦ୍ର ପଟ୍ଟନାୟକ

ହେଡ ମାଷ୍ଟ୍ରେ’ ନାଁରେ ପରିଚିତ ଆଦର୍ଶ ଶିକ୍ଷକ ବିଶ୍ଵନାଥ ନାୟକ ଆଉ ଇହଜଗତରେ ନାହାନ୍ତି I ଶୁକ୍ରବାର ପବିତ୍ର ଏକାଦଶୀ ତିଥିରେ ସେ ସମସ୍ତଙ୍କୁ ଶୋକ ସାଗରରେ ଛାଡ଼ି ଆର ପାରିକୁ ଚାଲିଗଲେ I ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ହୋଇଥିଲା I

ଏଇ ସେହି ସ୍କୁଲ… ଯେଉଁଠି ‘ହେଡ ମାଷ୍ଟ୍ରେ’ ଥିଲେ ବିଶ୍ୱନାଥ ନାୟକ ସାର

ସ୍ବର୍ଗତ ନାୟକ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପକଣ୍ଠସ୍ଥ ସନ୍ତରଗଡ଼ିଆ ଉଚ୍ଚ ବିଦ୍ୟାଳୟରେ ଥିଲେ ପ୍ରଧାନଶିକ୍ଷକ I ଷାଠିଏ ବର୍ଷର ସ୍କୁଲ I ଆରମ୍ଭ ଦିନରୁ ହିଁ ସେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି ଖୁବ ଚର୍ଚ୍ଚିତ ଥିଲେ I

ଜଣେ ଭଲ ଗଣିତ ଶିକ୍ଷକ ଭାବେ ତାଙ୍କର ସୁନାମ ବାଲେଶ୍ୱର ଜିଲ୍ଲାରେ ଥିଲା I

ତାଙ୍କୁ ସମସ୍ତେ ‘ହେଡ ମାଷ୍ଟ୍ରେ’ ଭାବେ ସମ୍ବୋଧନ କରୁଥିଲେ I ସେ କାର୍ଯ୍ୟରେ ଯେତେ କଠୋର, ହୃଦୟରେ ସେତେ ଥିଲେ ନରମ I ପିଲାମାନେ ତାଙ୍କୁ ଦେଖିଲା ମାତ୍ରେ ଛାନିଆ ହେଉଥିଲେ I

ଶେଷ ଶଯ୍ୟାରେ ଆଦର୍ଶ ଶିକ୍ଷକ ବିଶ୍ୱନାଥ ନାୟକ

ଗୋଟିଏ ‘ବେତ ବାଡ଼ି’ଧରି ସେ ଦିନ ତମାମ ସ୍କୁଲ ବାରଣ୍ଡାରେ ବୁଲୁଥିବାର ତାଙ୍କର ଅଭ୍ୟାସ ଥିଲା I ହେଲେ କେଉଁ ଛାତ୍ର- ଛାତ୍ରୀଙ୍କୁ ସେ ବେତ ବାଡ଼ିରେ ପିଟିଥିବାର ଦୃଷ୍ଟାନ୍ତ ନାହିଁ I ସେ ଥିଲେ ଖୁବ ଛାତ୍ର ବତ୍ସଳ I ତାଙ୍କର ଅନୁଶାସନ ଥିଲା ବେଶ ପ୍ରଣିଧାନ ଯୋଗ୍ୟ I

ସ୍ବର୍ଗତ ନାୟକଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଶତାଧିକ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଅଭିଭାବକ ତାଙ୍କୁ ଶେଷ ଦର୍ଶନ ସହ ପୁଷ୍ପାର୍ଘ୍ୟ ଅର୍ପଣ କରିଛନ୍ତି I

“ହେଡ ମାଷ୍ଟ୍ରେଙ୍କ ମରଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ନେଇ ପୁରାତନ ଓ ବର୍ତମାନର ଛାତ୍ର ଛାତ୍ରୀମାନେ ସ୍କୁଲ ଓ ଆଖ ପାଖ ଅଂଚଳରେ ବୁଲାଇ ଥିଲେ “

TATKAL ODISHA ପକ୍ଷରୁ ତାଙ୍କୁ କୋଟି କୋଟି ପ୍ରଣାମ I

ଏବେ ତାଙ୍କ ମରଶରୀରକୁ ନିଜ ବାସଭବନ ସିକିଡ଼ିଆ (ସନ୍ତରାଗଡିଆ)ରେ ରହିଥିଲା… ସ୍ଥାନୀୟ ଲୋକଙ୍କ ଶେଷ ଦର୍ଶନ ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି I

ତାଙ୍କର 6 ଝିଅ ଓ ଦୁଇ ପୁଅ ଅଛନ୍ତି I

ବଡ଼ ପୁଅ – ଦିଲ୍ଲୀପ କୁମାର ନାୟକ , ଦୁବାଇରେ ଇଞ୍ଜିନିୟର ଭାବେ କାର୍ଯ୍ୟ ରତ l ସାନ ପୁତ୍ର – ପ୍ରଦୀପ କୁମାର ନାୟକ ଝାଡେସ୍ୱର ଜୁନିଅର ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ୬ ଝିଅ ବିବାହ କରିଯାଇଛନ୍ତି ।

Leave A Reply

Your email address will not be published.