ଯୁଦ୍ଧ ସ୍ଥିତି : ଆରଡିସି, ଜିଲ୍ଲାପାଳଙ୍କ ଛୁଟି ବାତିଲ

0
  • ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ
  • ଭୁବନେଶ୍ୱର //TATKAL ODISHA //

ଓଡ଼ିଶାର ସବୁ ଆରଡିସି ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ କରାଯାଇଛି I
ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବାରୁ ଓଡ଼ିଶା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି I

ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ମନୋଜ କୁମାର ମହାନ୍ତି ସବୁ ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହାକୁ ଜରୁରୀ ବିଜ୍ଞପ୍ତି ଭାବେ କୁହାଯାଇଛି I

ଚିଠିରେ ପୁଣି କୁହାଯାଇଛି ଯେ, ଯେଉଁ ଆରଡିସି ଓ ଜିଲ୍ଲାପାଳ ଛୁଟିରେ ଅଛନ୍ତି, ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ I

ଏଭଳି ପରିସ୍ଥିତିରେ ସେମାନଙ୍କୁ ଆଉ ଛୁଟି ଦିଆଯିବ ନାହିଁ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି।

କୌଣସି ସରକାରୀ ଅଫିସରଙ୍କୁ ହେଡକ୍ୱାର୍ଟର ଛାଡ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି I

Leave A Reply

Your email address will not be published.