ଆନନ୍ଦ ମହାପାତ୍ରଙ୍କ ‘ପଖାଳ’ ଅନୁଭୂତି

0
  • ଭୁବନେଶ୍ୱର//TATKAL ODISHA//

ଆଜିକାଲି ଡାକ୍ତରଙ୍କ ପାଖକୁ କୌଣସି ପେଟ ଗୋଳମାଳ ଜନିତ ସମସ୍ୟା ନେଇ ଗଲେ ପ୍ରାୟତଃ ପ୍ରୋବାଇଓଟିକ ନାମକ ଏକ ଔଷଧ ଖାଇବାକୁ ସେମାନେ ପରାମର୍ଶ ଦେଉଛନ୍ତି। ଦେଶ ବିଦେଶରେ ଏହା ଏକ ଲାଇଫ ଷ୍ଟାଇଲ ଡ୍ରଗର ମାନ୍ୟତା ପାଇଲାଣି।

ବିଜ୍ଞାନର ଛାତ୍ର ଭାବରେ କୌତୁହଳି ମନ ନେଇ ନେଟରେ ଖୋଜିଲି ଏହା କଣ ଏବଂ ଏହାକୁ ପ୍ରାକୃତିକ ଉପାୟରେ କେଉଁଠି ମିଳି ପାରିବ?

ୟୁ ଟିଉବରେ ଦେଖିବାକୁ ପାଇଲି ଏକ ବିଦେଶୀ କମ୍ପାନୀ ଦ୍ୱାରା ଅନୁମୋଦିତ ପ୍ରୋବାଇଓଟିକ ପ୍ରସ୍ତୁତି ପ୍ରଣାଳୀ।

ତାହାର ବର୍ଣ୍ଣନାଟି ଥିଲା ଏମିତି :

ଗୋଟିଏ କାଚ ଗ୍ଲାସରେ ଦୁଇ ଟେବୁଲ ଚାମଚ କୁକ୍ଡ଼ ରାଇସ (ରନ୍ଧା ଭାତ)ନେବେ। ସେଥିରେ ଏକ ଗ୍ଲାସ ପାଣି ଆଡ଼ କରିବେ। ଏହାକୁ କଭର କରି ରାତିସାରା ରଖିବେ। ସକାଳୁ ଏହାକୁ ଗୋଳାଇ ଦେଇ ଖାଲି ପେଟରେ ପିଇବେ ।

ପଖାଳ_ଦିବସ

ଏହା ହେଲା ପ୍ରୋବାଇଓଟିକର ପ୍ରସ୍ତୁତି ପ୍ରଣାଳୀ।

ପ୍ରସ୍ତୁତି ପ୍ରଣାଳୀଟି ଶୁଣି ଖୁବ ଆମୋଦିତ ଲାଗିଲା ଯେ ଏମିତି ଭାତରେ ପାଣି ମିଶାଇ ଖାଇବା ପଦ୍ଧତିଟି ଆମେ ଓଡ଼ିଆ ଆବାହମାନ କାଳରୁ ଖାଇ ଆସିଛୁ।

ଯାହା ଆମର ପ୍ରିୟ “ପଖାଳ”

ଏଥିରୁ ଜଣା ପଡେ ଆମ ପ୍ରିୟ ପଖାଳ କେବଳ ଯେ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ ଏହା ପଛରେ ରହିଛି ଏକ ବୃହତ ବୈଜ୍ଞାନିକ ସମ୍ମତ କାରଣ ।

ସମସ୍ତଙ୍କୁ ପଖାଳ ଦିବସର ଅଭିନନ୍ଦନ।

ପଖାଳ ଖାଆନ୍ତୁ ସୁସ୍ଥ ରୁହନ୍ତୁ 🙏

Leave A Reply

Your email address will not be published.