ଆଜିର ଦିନରେ ଗାନ୍ଧୀଜୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ

0


ପୁରୀ//TATKAL ODISHA//


27 MARCH, 1921 I

101 ବର୍ଷ ତଳେ ଅର୍ଥାତ ଠିକ ଆଜିର ଦିନରେ ଜାତିର ପିତା ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ବା ମହାତ୍ମା ଗାନ୍ଧୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରବେଶ କରିଥିଲେ I


ଗାନ୍ଧିଜୀ ଶ୍ରୀମନ୍ଦିରରେ ବେଶ କେଇ ସମୟ ରହି ମହାପ୍ରଭୁଙ୍କ ସହ ବିଭିନ୍ନ ଦେବଦେବୀଙ୍କୁ ବି ଦର୍ଶନ କରିଥିଲେ I ପତ୍ନୀ କସ୍ତୁରବା ବି ଗାନ୍ଧୀଜୀଙ୍କ ସହ ଥିଲେ I ଗାନ୍ଧିଜୀ ଶ୍ରୀମନ୍ଦିର ପରିଦର୍ଶନ ପରେ ତାଙ୍କ କୌଳିକ ପଣ୍ଡାଙ୍କ ଖାତାରେ ଦସ୍ତଖତ କରିଥିଲେ I


ହେଲେ ଗାନ୍ଧୀଜୀ ଓଡ଼ିଶାକୁ ଆହୁରି ଛଅ ଥର ଆସିଥିଲେ ହେଁ ଶ୍ରୀମନ୍ଦିର ଯାଇ ନ ଥିଲେ ବୋଲି ଗବେଷକମାନେ ମତବ୍ୟକ୍ତ କରନ୍ତି I ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ହରିଜନଙ୍କ ପ୍ରବେଶ ଉପରେ ବାରଣକୁ ବିରୋଧ ସେ ବିରୋଧ  କରିଥିଲେ  I

1938ରେ ଗାନ୍ଧୀଜୀ ସପ୍ତମ ଥର ପାଇଁ ଓଡ଼ିଶା ଆସିଥିଲେ I 

ବେରବୋଇରେ ବଡ଼ ସମ୍ମିଳନୀ ଥିଲା I ଏହି ଅବସରରେ କସ୍ତୁରବା ନିଜ ବୋହୂଙ୍କ ସହ ଶ୍ରୀମନ୍ଦିର ପ୍ରବେଶ ଯାଇଥିଲେ I ଏହା ଜାଣି  ଗାନ୍ଧିଜୀ ବିରକ୍ତ ହେବା ସହ ଅନଶନରେ ବସିଥିଲେ।


ଗାନ୍ଧୀଜୀଙ୍କୁ ଆଜିର ପବିତ୍ର ଦିନରେ ଓଡ଼ିଶା ଝୁରୁଛି I ସବୁ ଦିନ ପାଇଁ ଝୁରିବ I 

(ସଂଗୃହିତ )

Leave A Reply

Your email address will not be published.