ଆଗ ଦଳୀୟ ସଂଗଠନ? ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ??

0

//ଘଡ଼ିକେ ଘୋଡ଼ା ଛୁଟୁଛି//2017 ଫର୍ମୁଲା ଅନୁସରଣ//

++++++++++++++++++++++++++++++++

  • ମନ୍ତ୍ରୀ ପଦକୁ ଫେରି ପାରନ୍ତି ବାଚସ୍ପତି
  • ଭୂପିନ୍ଦର ସିଂଙ୍କ ନାଁ ବି ଚର୍ଚ୍ଚାରେ
  • 6 ମୁଣ୍ଡ ଛେଦନ ମନ୍ତ୍ରୀଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟୀତ୍ୱ?
  • ଟାର୍ଗେଟ କେବଳ 2024 ନିର୍ବାଚନ

ଭୁବନେଶ୍ୱର//TATKAL ODISHA//


ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ କେବେ? କାହା ମୁଣ୍ଡ ଗଡ଼ିବ? କି’ଏ ବସିବ ରାଜେନ୍ଦ୍ରାସନେ??

ରାଜ୍ୟବ୍ୟାପୀ ଏହି ଆଲୋଚନା ‘ତାଳରୁ ତଳିପା’ ସବୁଠି ଜୋର ଧରିଛି I ଏନେଇ TATKAL ODISHA ପକ୍ଷରୁ କ୍ରମାଗତ ଅନୁସନ୍ଧାନ ମୂଳକ ରିପୋର୍ଟ ପାଇଚାଲିଛି I ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ମନ୍ତୀମଣ୍ଡଳ ସମ୍ପ୍ରସାରଣ ପୂର୍ଵରୁ ଦଳୀୟ ସଂଗଠନକୁ ମଜଭୁତ କରାଯିବ I ମୁଣ୍ଡ ଗଡୁଥିବା 10 ମନ୍ତ୍ରୀଙ୍କ ମଧ୍ୟରୁ 6 ଜଣଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିବ? ଆଉ ଚାରି ଜଣଙ୍କୁ ଦଳର ଅନ୍ୟ ସାଙ୍ଗଠନିକ ଦାୟିତ୍ୱ ମିଳିବ??  ସେଥିପାଇଁ ଶୁକ୍ରବାରରୁ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ଆରମ୍ଭ କରିଛନ୍ତି I 2017 ଫର୍ମୁଲା ଅନୁସରଣ କରାଯାଇଛି I

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଶୁକ୍ରବାର ଗୁରୁମନ୍ତ୍ର ଦେଉଛନ୍ତି..

– ଟାର୍ଗେଟ କେବଳ 2024 ନିର୍ବାଚନ I

ଦଳୀୟ ସଂଗଠନରେ କାହାକୁ ରଖାଯିବ? କାହାକୁ ବାଦ ଦିଆଯିବ? ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ I ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପ୍ରାୟ ମଇ ପ୍ରଥମ ବା ଦ୍ଵିତୀୟ ସପ୍ତାହରେ ହୋଇପାରେ I ଏନେଇ ଦଳୀୟ ଭାବେ ଅନୁଷ୍ଠାନିକ କିଛି ସ୍ପଷ୍ଟ କରାଯାଇନାହିଁ I


ସୂଚନା ଓ ଚର୍ଚ୍ଚାନୁସାରେ..

ମନ୍ତ୍ରୀ ପଦରୁ ଯାଇ କେଉଁମାନେ ଦଳୀୟ ସଂଗଠନ ରହିବେ?

  • ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି,
  • ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,
  • ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର
  • ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା
  • କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
  • ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ 
    ଏହି ମନ୍ତ୍ରୀମାନେ  ସମୂହ ଇସ୍ତଫା ଦେଇ  ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ରହିବେ ବୋଲି ଚର୍ଚ୍ଚା ଜୋରଧରିଛି ।

ସ୍ଥିତି ପୁଣି ବଦଳିଛି I ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ଭୂପିନ୍ଦର ସିଂ ମନ୍ତ୍ରୀ ହେବାର ସମ୍ଭାବନା ରହିଛି I

କାରଣ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଦା ହେଲେ ସୂର୍ଯ୍ୟ ନାରାୟଣଙ୍କୁ ମନ୍ତ୍ରୀ କରିବାକୁ ପଡ଼ିବ I ସେ ମନ୍ତ୍ରୀ ପଦ ସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ସଂଗଠନ ବି ବୁଝିବେ I ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାରେ ବି ଅନୁରୂପ ସ୍ଥିତି I ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମନ୍ତ୍ରୀ ପଦ ଗଲେ, କଂଗ୍ରେସ ଛାଡି ବିଜେଡି ଆସିଥିବା ଭୂପିନ୍ଦର ସିଂ ମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି I 

ଇତିହାସର ପୁନରାବୃତ୍ତି ହେବ? ଏଥର ନବୀନଙ୍କ କାମରାଜ ପ୍ଲାନ’ : ସିଜନ-2 !! ବୋଲି ଚର୍ଚ୍ଚା ହେଉଛି...

ଏକା ଥରେ 10 ମନ୍ତ୍ରୀଙ୍କ ସମୂହ ଇସ୍ତଫା ଦେବା ପ୍ରସଙ୍ଗ ଚର୍ଚ୍ଚିତ ଘଟଣା  ହୋଇଥିଲେ ହେଁ ତାହା ନୂଆ ଘଟଣା ନୁହେଁ I

2017 ମଇ 6ରେ ନବୀନ ବାବୁଙ୍କ କୋଡିଏ ଜଣିଆ ମନ୍ତ୍ରୀପରିଷଦରୁ ଏମିତି 10 ଜଣ ମନ୍ତ୍ରୀ ଇସ୍ତଫା ଦେଇ ରାଜନୀତିକୁ ସରଗରମ କରିଥିଲେ I
ସେହି ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ଥିଲେ..

ଦେଵୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ କୁମାର ଦାସବର୍ମା, ପ୍ରଦୀପ କୁମାର ପାଣିଗ୍ରାହୀ, ସୁଦାମ ମାରାଣ୍ଡି, ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂଦେଓ, ଲାଲ ବିହାରୀ ହିମିରିକା I ତେବେ ସ୍ବଇଛାରେ ମନ୍ତ୍ରୀ ଇସ୍ତଫା ଦେବାର ଗୋଟିଏ ଦିନ ପରେ ନିରଞ୍ଜନ ପୂଜାରୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହୋଇଥିଲେ I
  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା 5 ନେତାଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ମିଳିଥିଲା I

  • ସଞ୍ଜୟ ଦାସବର୍ମାଙ୍କୁ ବିଜେଡି ସାଧାରଣ ସମ୍ପାଦକ କରାଯାଇ ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିଲା I
  • ଅରୁଣ ସାହୁ(ସାଧାରଣ ସମ୍ପାଦକ)ଙ୍କୁ ମୟୁରଭଞ୍ଜ,
  • ପ୍ରଣବ ପ୍ରକାଶ ଦାସ (ସାଧାରଣ ସମ୍ପାଦକ)ଙ୍କୁ ମାଲକାନଗିରି ଓ କୋରାପୁଟ
  • ପ୍ରଦୀପ ପାଣିଗ୍ରାହୀ(ସାଧାରଣ ସମ୍ପାଦକ)ଙ୍କୁ ଗଜପତି ଏବଂ
  • ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କୁ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିଲା I

TATKAL ODISHAର ପୂର୍ଵ ରିପୋର୍ଟ ଦେଖନ୍ତୁ…

// EXCLUSIVE //

ନୂଆ ମନ୍ତ୍ରୀମଣ୍ଡଳ ‘କାଉଣ୍ଟ ଡାଉନ’ : ଟେନସନରେ 10 ମନ୍ତ୍ରୀ?

ନୂଆ ମନ୍ତ୍ରୀମଣ୍ଡଳ ‘କାଉଣ୍ଟ ଡାଉନ’ : ଟେନସନରେ 10 ମନ୍ତ୍ରୀ?

Leave A Reply

Your email address will not be published.