ଆଉ ଇହ ଜଗତରେ ନାହାନ୍ତି ‘ଭାଇଜୀ’ ଡ. ଏସ୍.ଏନ ସୁବା ରାଓ

0
  • ଓଡ଼ିଶାକୁ ତାଙ୍କର ଦ୍ଵିତୀୟ ଘର ବୋଲି କହୁଥିଲେ
  • ଚମ୍ବଲ ଦସ୍ୟୁଙ୍କୁ ମୁଖ୍ୟ ଶ୍ରୋତକୁ ଆଣିବାରେ ଅନ୍ୟତମ ବିନ୍ଧାଣୀ
  • ପଣ୍ଡିତ ଜବାହାରଲାଲ ନେହେରୁ ଓ କାମରାଜଙ୍କ ସହିତ ତାଙ୍କର ଥିଲା ସୁସଂପର୍କ
  • ଯୁବ ସଶକ୍ତିକରଣ ଉପରେ ସେ କାର୍ଯ୍ୟ କରୁଥିଲେ
  • ଗାନ୍ଧୀ ଆଦର୍ଶରେ ସେ ପିଲାଦିନୁ ଅନୁପ୍ରାଣିତ
  • ନୂଆଦିଲ୍ଲୀ, ଭୁବନେଶ୍ୱର //TATKAL ODHISHA//

ଭାରତରେ ‘ଭାଇଜୀ’ ଭାବେ ପରିଚିତ ପ୍ରଖ୍ୟାତ ଗାନ୍ଧିବାଦୀ ତଥା ସମାଜସେବୀ ଡ. ଏସ୍.ଏନ ସୁବା ରାଓ  ଆଉ ଇହ ଜଗତରେ ନାହାନ୍ତି I ବୁଧବାର ସକାଳେ ନୂଆଦିଲ୍ଲୀର ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା I

ଶେଷ ଶଯ୍ୟାରେ “ଭାଇଜୀ”

ଓଡ଼ିଶାକୁ ଖୁବ ଭଲ ପାଉଥିବା ସ୍ବର୍ଗତ ରାଓ ଓଡ଼ିଆରେ ସ୍ପଷ୍ଟ ଭାବେ କଥା ହେଉ ଥିଲେ I ଓଡ଼ିଶା ତାଙ୍କର ଦ୍ଵିତୀୟ ଘର ବୋଲି ସେ ସର୍ବଦା କହି ଆସୁଥିଲେ I

ଜାତୀୟ ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ସାରା ବିଶ୍ବରେ କାର୍ଯ୍ୟକରୁଥିବା ‘ଭାଇଜୀ’ ବିଶ୍ୱର ଅଧିକାଂଶ  ଭ୍ରମଣ କରିଛନ୍ତି ।
ସ୍ବର୍ଗତ  ସୁବା ରାଓ ୧୯୪୨ ଭାରତଛାଡ଼ ଆନ୍ଦୋଳନ ସାମିଲ ହୋଇ କାରାବରଣ କରିଥିଲେ। ପଣ୍ଡିତ ଜବାହାରଲାଲ ନେହେରୁ ଓ କାମରାଜଙ୍କ ସହିତ ତାଙ୍କର ସଂପର୍କ ଥିଲା।

୧୯୫୪ରେ ସେ ପ୍ରଥମ ଗାନ୍ଧୀ ଆଶ୍ରମ ଦସ୍ୟୁ ପ୍ରଭାବିତ ଚମ୍ବଲର ଜୌରା ଗାଁରେ ୧୦ ମାସ ପର୍ଯ୍ୟନ୍ତ ଶିବିର ଚଳାଇଥିଲେ। ଫଳରେ କୁଖ୍ୟାତ ଡକାୟତ ମୋହର ସିଂହ, ମାଧୋ ସିଂହଙ୍କ ସମେତ ୧୨ଜଣରୁ ଅଧିକ ଦସ୍ୟୁ ଆତ୍ମସର୍ପଣ କରିଥିଲେ। ଏହିପରି ଚମ୍ବଲ ଉପତ୍ୟକାର ଘନ ଜଙ୍ଗଲରେ ମୋଟ ୬୫୪ କୁଖ୍ୟାତ ଡକାୟତଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରି ସେ ଚର୍ଚ୍ଚାକୁ ଆସିଥିଲେ I

ତେବେ ଭାରତୀୟ ମାନଙ୍କୁ ସମୟାନୁବର୍ତ୍ତି, ଅନୁଶାସନହୀନ କହିବା ଏବଂ ଭ୍ରଷ୍ଟାଚାର ତାଙ୍କୁ କଷ୍ଟ ଦେଉଛି। ମହିଳାଙ୍କ ଉପରେ ହେଉଥିବା ଅପରାଧ ଳଜ୍ଜାଜନକ ବିଷୟ ବୋଲି କହି ସେ ସର୍ବଦା ଦୁଃଖ ପ୍ରକାଶ କରିଥିଲେ ।

ଦେଶ ଗଠନରେ ଯୁବକମାନଙ୍କ ଯୋଗଦାନକୁ ନେଇ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ସ୍ବର୍ଗତ ସୁବା ରାଓ ଦେଶର ଅନେକ ପ୍ରତିଷ୍ଠିତ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ମାନିତ ହୋଇଥିଲେ I


ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ଓଡ଼ିଶାରେ ସବୁ ମହଲରେ ଶୋକର ଛାୟା ଖେଳି ଯାଇଛି I ବିଶିଷ୍ଟ ସମାଜସେବୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ତାଙ୍କୁ ଜଣେ “ବିରଳ ମଣିଷ” ଭାବେ ଅବହିତ କରିଛନ୍ତି I

Leave A Reply

Your email address will not be published.