ଆଉ ଇହଜଗତରେ ନାହାନ୍ତି ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନ
- ବିଭିନ୍ନ ମହଲରେ ଶୋକ
- ଭୁବନେଶ୍ୱର//TATKAL ODISHA//
ଆଉ ଇହ ଜଗତରେ ନାହାନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନ I ଚେନ୍ନାଇର ଆପୋଲ ସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସ୍ୱର୍ଗତଃ ରାଜେନ୍ଦ୍ରନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା । ସ୍ୱର୍ଗତଃ ରାଜେନ୍ଦ୍ରନ ଓଡ଼ିଶାର ବିପର୍ଯ୍ୟସ୍ତ ମୁକାବିଲା ପାଇଁ ଦକ୍ଷ ଯୋଜନା ପ୍ରସ୍ତୁତ କରିଥିଲେ ଯାହାର ଲାଭ ଓଡ଼ିଶାବାସୀ ପାଇଛନ୍ତି ।
ସ୍ୱର୍ଗତଃ ରାଜେନ୍ଦ୍ରନଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦୁଃଖ ପ୍ରକାଶ କରିଛନ୍ତି ।