ଆଇଏଏସ୍ ହେଲେ ୧୩ ଓଏଏସ୍
- ତାଲିକାରେ ଢେଙ୍କାନାଳ,ଝାରସୁଗୁଡ଼ା ଜିଲ୍ଲାପାଳ
- ନୂଆଦିଲ୍ଲୀ,ଭୁବନେଶ୍ୱର// TATKAL ODISHA//
ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୧୩ ଓଡ଼ିଶା ପ୍ରଶାସନିକ ଅଧିକାରୀ(ଓଏଏସ୍)ଙ୍କୁ ଓଡ଼ିଶା ସରକାର ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ଦେଇଥିଲେ । ହେଲେ ଅନୁମୋଦନ ସହ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ତାଲିକା ପଠାଇଥିଲେ । ସେହି ବିଜ୍ଞପ୍ତି ପ୍ରକାଶ ପାଇଛି I
ତେର ଜଣ ଭିତରେ
- କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ସଚିବ ତୁଷାରକାନ୍ତ ମହାନ୍ତି,
- ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ,
- ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ,
- ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମନୋଜ କୁମାର ମହାନ୍ତି,
- ଖଣି ଓ ଇସ୍ପାତ ବିଭାଗର ସ୍ୱତନ୍ତ୍ର ସଚିବ ଅବନୀକାନ୍ତ ପଟ୍ଟନାୟକ
- ଓଏଭିଏସ୍ ପ୍ରୋଜେକ୍ଟ ଡାଇରେକ୍ଟର ସଂଗ୍ରାମ କେଶରୀ ମହାପାତ୍ର,
- ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ରାଜଶ୍ରୀ ମହାନ୍ତି,
- ଓଏସ୍ଡବ୍ଲ୍ୟସିର ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ଜେନା,
- ଜଙ୍ଗଲ ଓ ପରିବେଶ ବିଭାଗ ସ୍ୱତନ୍ତ୍ର ସଚିବ ଦେବେନ କୁମାର ପ୍ରଧାନ,
- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ତ୍ରିଲୋଚନ ମାଝୀ,
- ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଶକୁନ୍ତଳା ବିନ୍ଧାଣୀ,
- ଓଡ଼ିଶା ଏସଟିଏସ୍ସିନିଗମର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ ପ୍ରଧାନ
- ଇଡ୍କୋର ସିଜିଏମ୍ ବିଜୟ କୁମାର ଦାସ I ଏମାନେ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ପାଇଁ ପାଇଛନ୍ତି I
