ଅସିତ ମହାନ୍ତିଙ୍କୁ ‘ ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ’

0

 

ଭୁବନେଶ୍ୱର//TATKAL ODISHA//

 ବିଶିଷ୍ଟ ଗବେଷକ, ଲେଖକ, ଅନୁବାଦକ ଅସିତ ମହାନ୍ତିଙ୍କୁ ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ’ ମିଳିଛି I କେଦାରନାଥ ଗବେଷଣା ପ୍ରତିଷ୍ଠାନରେ ପଣ୍ଡିତ ନୀଳମଣି ମିଶ୍ରଙ୍କ ୯୩ତମ ଜୟନ୍ତୀ ପାଳନ ଅବସରରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି I

     ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ରଙ୍କ ଏହି ଜୟନ୍ତୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ I ଏଥିରେ ଭାଷା ବିଜ୍ଞାନୀ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଓ ହୃଦାନନ୍ଦ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଓଡ଼ିଆ ସଂସ୍କୃତି ଉପରେ ଆହୁରି ଅଧିକ ଗବେଷଣା ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ।

   ଯୁବ ଗବେଷକ ଦେବାଶିଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ  ଅରୁଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ବହୁ ବିଶିଷ୍ଟ ଲେଖକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.