ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଙ୍ଗାମା
ଭୁବନେଶ୍ୱର//TATKAL ODISHA//
ଚିକିଟି ମଦ ମୃତ୍ୟୁକୁ ନେଇ ଗୃହରେ ପୁଣି ଝଡ଼ ସୃଷ୍ଟି ହୋଇଛି I ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ଆଜିବି ଗୃହ ମଝିରେ ନାରାବାଜି କରିବା ସହ ହଙ୍ଗାମା କରିଛନ୍ତି I
ଦୁଇ ବିରୋଧୀ ବିଧାୟକ ବାଚସ୍ପତିଙ୍କ ପୋଡିଅମ ଉପରକୁ ଉଠି ମାଇକ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି I ଏନେଇ ମାର୍ସଲଙ୍କ ସହ ବିଧାୟକଙ୍କ ମଧ୍ୟରେ ଧସ୍ତା ଧସ୍ତି ଅବସ୍ଥା ସୃଷ୍ଟି ହୋଇଛି I
ଫଳରେ ପ୍ରଶ୍ନକାଳ ଚାଲି ପାରି ନାହିଁ I ଅସ୍ୱାଭାବିକ ସ୍ଥିତି ପାଇଁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ 10.39ରୁ ସାଢ଼େ 11 ଯାଏ ମୁଲତବୀ କରିଛନ୍ତି I