ଅବକାରୀ ଚଢ଼ାଉ : ନାଲି ଡାଏରୀରେ ମନ୍ତ୍ରୀ, ପୋଲିସ ଅଧିକାରୀଙ୍କ ନାଁ !!
- କେଉଁ ମନ୍ତ୍ରୀ ମଦ ବ୍ୟବସାୟୀଙ୍କ ଗାଡ଼ି ଚଢ଼ୁଥିଲେ?
- ସମ୍ବଲପୁର//TATKAL ODISHA//
ଶହ ଶହ କୋଟିର ମଦ ଘୋଟାଲାରେ ଗୋଟିଏ ପରେ ଗୁମର ଫିଟୁଛି I ବର୍ତ୍ତମାନ ସୁଦ୍ଧା 532 କୋଟି ଟଙ୍କା ଜବତ ହୋଇଛି I ମାତ୍ର ମିଳିଥିବା ନାଲି ଡ଼ାଇରୀରେ ସଂଗୀନ ତଥ୍ୟ ଥିବା ଜଣାପଡ଼ିଛି I
ଏଥିରେ କିଛି ମନ୍ତ୍ରୀ, ନେତା ଓ ପୋଲିସ ଅଧିକାରୀଙ୍କ ନାଁ ଥିବା ଚର୍ଚ୍ଚା ଜୋର ଧରିଛି I
- କୁହାଯାଉଛି ମଦ ବ୍ୟବସାୟୀ ଦୀପକ ସାହୁଙ୍କ କମ୍ପାନୀ ଏହି ନାଲି ଡ଼ାଇରୀ ବ୍ୟବହାର କରୁଥିଲେ I ଏଥିରେ ବିଭିନ୍ନ ରାଜନୈତିକ ଦଳର ଲୋକଙ୍କ ସହ କିଛି ପୋଲିସ ଇନ୍ସସ୍ପେକ୍ଟର ନାଁ ରହିଛି I
- ସବୁଠୁ ବଡ଼ କଥା ହେଉଛି ମଦ ବ୍ୟବସାୟୀ କମ୍ପାନୀର ଗାଡ଼ି ବ୍ୟବହାର କରୁଥିଲେ ଜଣେ ମହିଳା ମନ୍ତ୍ରୀ I
- ସେହିପରି ଆଉ ତିନି ମନ୍ତ୍ରୀ ଓ ଦୁଇ ଜଣ ପୂର୍ବତନ ବିଧାୟକଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି I
ଅନ୍ୟପଟେ ବନ୍ଦ କୋଠରୀରେ ନୋଟ୍ ଗଣତି ସମୟରେ ଆବଶ୍ୟକ ଅକ୍ସିଜେନ ପାଇଁ ଆସିଛି ସିଲିଣ୍ଡର ।
ଉଲ୍ଲେଖନୀୟ ଯେ, ଗତକାଲି ଅର୍ଥାତ ଶନିବାର ସମ୍ବଲପୁରରୁ ମିଳିଥିଲା ସମ୍ବଲପୁରରୁ ମିଳିଲା ୩୭.୫ କୋଟି I ସମ୍ବଲପୁର SBI ମୁଖ୍ୟ ଶାଖାରେ ଚାଲିଥିଲା ଗଣତି I ୬ଟି ମେସିନ୍ରେ ୧୦ ଜଣ ୩ ଦିନ ହେଲା ଗଣୁଥିଲେ ଟଙ୍କା I ଧନୁପାଲି ମଦଭାଟି ଓ ବଡ଼ବଜାର ଅଫିସରୁ ମିଳିଥିଲା ଟଙ୍କା I ୨ଟି ଜାଗାରୁ ମିଳିଥିବା ଟଙ୍କାର ଗଣତି ଶେଷ ହୋଇଛି I
ଏବେ ନାଲି ଡାଏରୀରେ ତଥ୍ୟ ଆଧାରରେ ଚଢ଼ାଉ କରାଯିବାର ସମ୍ଭାବନା ରହିଛି I