ଅନୁଭବ ‘ଆପଣେ’ ମିଛ କହିଲେ?
- ନିଜ ଫିଲ୍ମର ଫାଇଦା ପାଇଁ ରେଳ ଦୁର୍ଘଟଣାକୁ ଆଳ କରନ୍ତୁ ନାହିଁ : ଫିଲ୍ମ କ୍ରିଟିକ
- କଟକ, ଭୁବନେଶ୍ୱର//TATKAL ODISHA//
କଥା କଥାକେ ‘ଗୁସ୍ସା’ କରୁଥିବା ଅଭିନେତା-ସାଂସଦ ଅନୁଭବ ମହାନ୍ତି ପୁଣି ଚର୍ଚ୍ଚାରେ I
ନିଜ ଫିଲ୍ମ କ୍ୟାରିଅର ଓ ବେପାର ପାଇଁ ଅନୁଭବ କେତେ ଯେ’ ଅସମ୍ବେଦନଶୀଳ ହୋଇପାରନ୍ତି? ତାହା ତାଙ୍କ ଟ୍ୱିଟକୁ ଦେଖି ଓଡ଼ିଆ ଫିଲ୍ମ ଜଗତର ଅନେକ ହସ୍ତୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି I ସେମାନଙ୍କ ମତ ହେଉଛି, “ରେଳ ଦୁର୍ଘଟଣା ଭଳି ‘ମହାବିପର୍ଯ୍ୟୟ’ରୁ ମହାସୁଯୋଗ ନେବା ଅନୁଚିତ I ହେଲେ ଅନୁଭବ ତାହା କରିଛନ୍ତି I ବିପଦରେ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ନିଜକୁ ସାମିଲ ନ କରି ନିଜ ଫିଲ୍ମର ବ୍ୟବସାୟିକ ଫାଇଦା ସେ ପ୍ରାଥମିକତା ଦେଇଛନ୍ତି Iଜଣେ ଲୋକ ପ୍ରତିନିଧିଙ୍କ ଏଭଳି ମାନସିକତା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ I”
କଟାକ୍ଷ କରି ସେମାନେ ପୁଣି କହିଛନ୍ତି..
“ଅନୁଭବ ‘ଆପଣେ’ ପୁଣି ମିଛ କହିଲେ” ..
TATKAL ODISHA ପକ୍ଷରୁ ଏହାର ଅନୁସନ୍ଧାନ କରିଥିଲୁ I ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ ଭଳି ଗୋଟିଏ ପରେ ଗୁମର ପଦାକୁ ଆସିଛି I ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ଅନୁଭବ ଅଭିନୟ କରିଥିବା “Love in London”ର ଜୁନ ନଅରେ ରିଲିଜ ହେବା ପାଇଁ ପ୍ରଥମରୁ ତାରିଖ ଘୋଷଣା ହୋଇଥିଲା I ମାତ୍ର ଧାର୍ଯ୍ୟ ସମୟ ଭିତରେ ଫିଲ୍ମର ଡବିଙ୍ଗ ଶେଷ ହୋଇ ନ ଥିଲା କି ପୋଷ୍ଟର ତିଆରି ହୋଇ ନ ଥିଲା I ଆହୁରି କିଛି କାମ ବି ବାକି ଥିଲା I ଏପରିକି ସେନ୍ସର ସାର୍ଟିଫିକେଟ ମିଳି ନଥିଲା କି କଟକରେ ଅନୁଭବଙ୍କ ‘ଲକ୍କୀ ଫିଲ୍ମ ହଲ’ ମିଳି ନ ଥିଲା I ତେଣୁ ଏହାକୁ ଗୁପ୍ତ ରଖି ‘ଟିମ ଅନୁଭବ’ ରେଳ ଦୁର୍ଘଟଣା ଭଳି ଦୁଃଖଦ ଘଟଣାକୁ ଆଳ କଲେ I ଫିଲ୍ମ ରିଲିଜ ଜୁନ ନଅରେ ନ ହୋଇ ଜୁନ 13 ରଜରେ ହେବ ବୋଲି ସେ ଘୋଷଣା କରିଛନ୍ତି I ଏହାଠୁ ବିଡମ୍ବନା କଣ ଥାଇ ପାରେ? ବୋଲି ମତ ପ୍ରକାଶ ପାଇଛି I
ତେବେ ଅନୁଭବ କଣ ଟ୍ୱିଟ କରିଛନ୍ତି ଆସନ୍ତୁ ଦେଖିବା…