ଅଧିକ ମତ୍ସ୍ୟ ଉତ୍ପାଦନ ପାଇଁ ସରକାରୀ ପ୍ରୋତ୍ସାହନ

0
  • ବିଶ୍ବ ମତ୍ସ୍ୟ ଦିବସ ୨୦୨୧ ପାଳିତ
  • ଖୋର୍ଦ୍ଧା,ଭୁବନେଶ୍ୱର//TATKAL ODISHA//

ରାଜ୍ୟରେ ନୂତନ ମାଛ ପୋଖରୀ ଖନନ ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ପୋଖରୀ ଯୋଜନା, ଗ୍ରାମ ପଞ୍ଚାୟତ ପୋଖରୀକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦୀର୍ଘ ମିଆଦୀ  ସୂତ୍ରରେ ଲିଜ ପ୍ରଦାନ କରାଯାଇ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ଏବଂ ଜୈବ ପୁଞ୍ଜ ମାଧ୍ୟମରେ ସୀମିତ ସ୍ଥାନରୁ ଅଧିକ ମତ୍ସ୍ୟ  ଉତ୍ପାଦନ (ଵାୟୋ ଫ୍ଲକ) ଆଦି ପାଇଁ ସରକାରୀ ରିହାତି ପ୍ରଦାନ କରାଯାଉଛି I 

  ରବିବାର ଖୋର୍ଦ୍ଧା ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ପକ୍ଷରୁ ‘ବିଶ୍ବ ମତ୍ସ୍ୟ ଦିବସ -୨୦୨୧’ ମହାସମାରୋହରେ ପାଳନ ଅବସରରେ ଏହି ମତ ପ୍ରକାଶ ପାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୦୦ ମତ୍ସ୍ୟ ଚାଷୀ, ମତ୍ସ୍ୟ ଉଦ୍ୟୋଗୀ ଓ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା Iଭକ୍ତ ସମାବେଶରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇଥିଲେ। ଏଥି ସହିତ ବରିଷ୍ଠ ବୈଜ୍ଞାନିକ,  ଅମ୍ବିକା ପ୍ରସାଦ ନାୟକ, ପ୍ରଫୁଲ୍ଲ କୁମାର ମହାରଣା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସ୍ମିତା ମହାନ୍ତି, ସହକାରୀ ନିର୍ଦେଶକ ଉଦ୍ୟାନ କୃଷି ଖୋର୍ଦ୍ଧା କଡାଇ ମାଝି ପ୍ରମୁଖ ଯୋଗ ଦେଇଥିଲେ ।   

ସମ୍ମିଳନୀର ପ୍ରାରମ୍ଭରେ ଜିଲ୍ଲା ମଧ୍ୟ ଅଧିକାରୀ ଶ୍ରୀ ପଣ୍ଡା ସ୍ଵାଗତ ଭାଷଣ ଦେଇ ମତ୍ସ୍ୟ ଚାଷ କ୍ଷେତ୍ରରେ ରାଜ୍ୟ ତଥା ଖୋର୍ଦ୍ଧା  ଜିଲ୍ଲାର ସ୍ଥିତି ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ମତ୍ସ୍ୟ ଚାଷୀ ତଥା ମତ୍ସ୍ୟ ଚାଷର ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ପୁଙ୍ଖାନୁପୁଖ ଭାବେ ଆଲୋଚନା କରିଥିଲେ ।
    ରାଜ୍ୟରେ ଉନ୍ନତ ମାଛ ଜାଆଁଳ ( ଅଙ୍ଗୁଳିକା) ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରୟାସ ଜାରି ରହିଛି I ରାଜ୍ୟର ଘରୋଇ ଉଦ୍ୟୋଗ ଜାଆଁଳ ଉତ୍ପାଦନ ନିମନ୍ତେ ହ୍ୟାଚେରି ପରିଚାଳକଙ୍କୁ ଉନ୍ନତ ଜାଆଁଳ ଉତ୍ପାଦନ ଏବଂ ଯୋଗାଣ ନିମନ୍ତେ ସରକାରୀ ସ୍ତରରେ ସ୍ଵୀକୃତି ଓ ଉତ୍ପାଦିତ ଜାଆଁଳର  ନିମନ୍ତେ ନୂତନ କାର୍ଯକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ I 
    ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାଢୀ ମତ୍ସ୍ୟ ଚାଷର ଗୁରୁତ୍ବ ଉପାଦେୟତା ଏବଂ ଭବିଷ୍ୟତ ସମ୍ଭାବନା ସମ୍ବନ୍ଧରେ ସମ୍ୟକ ସୂଚନା ଦେଇଥିଲେ । ଏହି ସହିତ ମତ୍ସ୍ୟ ଚାଷୀଙ୍କ ସାମାଜିକ ତଥା ଅର୍ଥନୈତିକ ଉନ୍ନତି ନିମନ୍ତେ ସେମାନଙ୍କର ଅଦମ୍ୟ ପରିଶ୍ରମକୁ ଶ୍ରେୟ ଦେଇ ବନ୍ୟା ବାତ୍ୟା ସମୟରେ ହେଉଥିବା କ୍ଷତିକୁ କିପରି ଏଡାଇ ଦିଆଯାଇ ପାରିବ ସେ ସମ୍ବନ୍ଧରେ କହିଥିଲେ । ପରିଶେଷରେ ସେ ମହିଳା ସ୍ୱୟଂ  ସହାୟ ଗୋଷ୍ଠୀଙ୍କ ଦ୍ବାରା କିପରି ମତ୍ସ୍ୟ ଚାଷ, ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି ରେ ସହାୟକ ହେଉଛି ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ ।   

ବରିଷ୍ଠ ମତ୍ସ୍ୟ ବୈଜ୍ଞାନିକ ଅମ୍ବିକା ପ୍ରସାଦ ନାୟକ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ଚାଷ ହେଉଥିବା ବିଭିନ୍ନ ରୋଗ ଏବଂ ଏହାର ନିରାକରଣ ସମ୍ବନ୍ଧରେ ବିସଦ ବିବରଣୀ ଉପସ୍ଥାପନ କରିଥିଲେ । ଏହାପରେ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗର ବିଭାଗୀୟ ଜିଲ୍ଲା ଅଧିକାରୀ ସେମାନଙ୍କ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.