ଅଚ୍ୟୁତ ସାମନ୍ତଙ୍କ ଘୋଷଣା, ପ୍ରକୃତିଙ୍କ ନାମରେ KiiTରେ ଦିଆଯିବ ‘ମେଧା ବୃତ୍ତି’

0

ଭୁବନେଶ୍ୱର //TATKAL ODISHA//:

ପ୍ରକୃତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ କିଟ ବିଶ୍ୱବିଦ୍ୟାଳୟରେ ଏକ ମେଧାବୃତ୍ତି ପ୍ରଦାନ କରାଯିବ। ଏହା ଘୋଷଣା କରିଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ I

TATKAL ODISHAକୁ KIIT ଓ KISS ପ୍ରତିଷ୍ଠାତା ଡ଼ ସାମନ୍ତ କହିଛନ୍ତି ଯେ, “ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସରୁ ଆସିଥିବା ଦୁଇ ଅଧିକାରୀ କିଟରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପୁନର୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି ଆଶ୍ୱାସନା ଦିଆଯାଇଛି। ଅନେକ ଛାତ୍ରଛାତ୍ରୀ କିଟ୍‍କୁ ଫେରିଛନ୍ତି। କିଟ୍‍କୁ ଫେରି ନଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କିଟ୍‍ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି।ଭବିଷ୍ୟତରେ ଏମିତି ସମସ୍ୟା ହେବ ନାହିଁ I”

କ’ଣସବୁ ପଦକ୍ଷେପ ନିଆଯାଇଛି..

  • ନେପାଳ ପ୍ରୋଭିନ୍‍ସ-୨ର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଲାଲ୍‍ବାବୁ ରାଉତଙ୍କ ସହ ଘଟଣା ସମ୍ପର୍କରେ ଓଡ଼ିଶା ସରକାର ଆଲୋଚନା କରିଛନ୍ତି । 
  • ପିଲାଙ୍କ କିଟ୍‍କୁ ଫେରାଇ ଆଣିବା ପାଇଁ କିଟ୍‍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
  • ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଟରେ ଖୁବଶୀଘ୍ର ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରି ଆସିବ ବୋଲି ପ୍ରତିଶୃତି ଦେଇଛନ୍ତି I
  • ଓଡ଼ିଶା ଗଣଶିକ୍ଷା ବିଭାଗ ବିଭାଗ ପକ୍ଷରୁ HELP LINE ଜାରି ହୋଇଛି I

ଦୁଇ ଦିନ ଧରି ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅର୍ଜୁ ରାଣା ଦେଉବା, ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ଯାଦବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଡ଼ ସାମନ୍ତ ଆଲୋଚନା କରି ପିଲାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଉଲ୍ଲେଖନୀୟ ଯେ, କିଟ୍‍ ଛାତ୍ରୀ ପ୍ରକୃତିଙ୍କ ମୃତଦେହ ତାଙ୍କ ବାପା  ଓ  ମାମୁଙ୍କୁ ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟ ଶେଷ ହେବା ପରେ ସେମାନଙ୍କ ସହ ସାକ୍ଷାତ କରି ଡ଼ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।   

 

Leave A Reply

Your email address will not be published.