ଲତା ଦିଦିଙ୍କୁ କରୋନା: ଡାକ୍ତରଖାନାରେ ଭର୍ତ୍ତି
- ମୁମ୍ବାଇ//TATKAL ODISHA//
- ରିପୋର୍ଟ //କଳାକୃଷ୍ଣ ମହାରଣା //
କୋକିଳ କଣ୍ଠି,ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ କରୋନା I ତାଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା ପରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
TATKAL ODISHA ମୁମ୍ବାଇ ବ୍ୟୁରୋର ରିପୋର୍ଟ ଅନୁସାରେ ଲତା ଦିଦି ସଂକ୍ରମିତ କଥା ଜଣା ପଡ଼ିବା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି I
ଦିଦି ଏବେ ଉକ୍ତ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି I
ଡାକ୍ତରଙ୍କ କହିବା କଥା ଯେ, ଲତା ମଙ୍ଗେସକରଙ୍କର ବୟସ ଅଧିକ ହୋଇଥିବାରୁ ଚିକିତ୍ସାରେ ସାମାନ୍ୟ ବାଧା ଉପୁଜିଛି I