ମୁମ୍ବାଇ କ୍ରୁଜ ଡ୍ରଗ୍ସ କେଳେଙ୍କାରୀ : ଓଡ଼ିଶା ଲିଙ୍କ ଗୁମର ଫିଟୁଛି, ଆହୁରି ଫିଟିବ !

0
  • EXCLUSIVE REPORT//MUMBAI//TATKAL ODISHA//
  •  ଦୁଇ ଓଡ଼ିଆ ଗିରଫ, ସ୍କାନରରେ ଅନେକ *
  • ଆର୍ଯ୍ୟନଙ୍କ ସମ୍ପର୍କରେ ରହି ଡ୍ରଗ୍ସ କାରବାରରେ ଲିପ୍ତ ଥିଲେ *
  • ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ମୁମ୍ବାଇକୁ କରୁଥିଲେ ଡ୍ରଗ୍ସ ଚାଲାଣ?
  • +++++++++++++++++++++++++
  • ମୁମ୍ବାଇରୁ –କଳାକୃଷ୍ଣ ମହାରଣା
  • ଭୁବନେଶ୍ୱରରୁ – ମାନସ ରଞ୍ଜନ ପାତ୍ର
  • ++++++++++++++++++++++++++

##################

ଆଳୁ ଖୁଳୁ ଖୁଳୁ ମହାଦେବ ଦର୍ଶନ’ ଭଳି ମୁମ୍ବାଇ ମଝି ସମୁଦ୍ରରେ ‘କ୍ରୁଜ୍‌ ରେଭ୍ ପାର୍ଟି’ ମାମଲାର ଗୁମର ଖୋଲି ଖୋଲି ଯାଇଛି I ଏହି ଡ୍ରଗ୍ସ କେଳେଙ୍କାରୀର ଅଡୁଆ ସୁତା ମୁମ୍ବାଇରୁ ଓଡ଼ିଶା ଯାଏ ବ୍ୟାପିଛି I ‘ଭୁବନେଶ୍ୱର ଭଳି ଛୋଟ ସହର’ରୁ ମୁମ୍ବାଇ ଡ୍ରଗ୍ସ ଚାଲାଣ ହେଉଛି ବୋଲି ବଲିଉଡ କୁଇନ କଙ୍ଗନା ରାନାୱତ ପ୍ରଥମେ ଏକ କଥା ପ୍ରକାଶ କରି ସାରା ଦେଶରେ ହଲଚଲ କରିଦେଇଥିଲେ I ଏହାକୁ ଆଧାର କରି ଏନସିବି ଟିମ ଖୋଳତାଡ଼ ଆରମ୍ଭ କରିଥିଲା I ଏହାର ସଫଳତା ମିଳିଛି I ଗୋଟିଏ ପରେ ଗୋଟିଏ ଘଟଣାର ପର୍ଦାଫାଶ କରୁଛି ଏନସିବି I ଓଡ଼ିଶାରେ ଦୁଇ ଗିରଫ ସତ୍ୱେ ସ୍କାନରରେ ବହୁ ଅଧିକ ଥିବା କୁହାଯାଉଛି I    ତେବେ ଏହି ସଫଳତାର ସବୁ ଶ୍ରେୟ ଏନସିବି ମହାନିର୍ଦେଶକ ତଥା ଓଡ଼ିଆ ପୁଅ ସତ୍ୟନାରାୟଣ ପ୍ରଧାନଙ୍କୁ ଯିବ I ସେ ଦାୟିତ୍ୱ ନେବା ପରେ ଡ୍ରଗ୍ସ କଳା କରବାରର  ଗୁମର ଫିଟୁଛି…. ଦେଖନ୍ତୁ EXCLUSIVE ରିପୋର୍ଟ….

…………………………………………………………..
     ଜାହାଜରେ ଡ୍ରଗ୍ସ ପାଇଁ ରେଭ ପାର୍ଟି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶାର ୨ ଅନ୍ତର୍ଭୁକ୍ତ । ସେମାନେ ହେଉଛନ୍ତି ଓଡ଼ିଶାର ମନୀଷ ରାଜଗରିଆ ଓ ଅଭିନ ସାହୁ ।

ମନୀଷଙ୍କ ଘର ରାଉରକେଲା ଏବଂ ଅଭିନଙ୍କ ଘର ରଘୁନାଥପାଲୀ ।ଜଣେ ଶିଳ୍ପପତି ଓ ଅନ୍ୟ ଜଣେ ସୁନା ବେପାରୀଙ୍କ ପୁଅ I ଏମାନେ ନିଶା ଚାଲାଣକାରୀ ଶ୍ରେୟସ ଆୟାରର ସହଯୋଗୀ ଥିଲେ I ଏହି ଦୁଇ  ନିଶା ବେପାରୀଙ୍କ ସହ ଆଉ ୪ ଜଣ ଗିରଫ ହୋଇଛନ୍ତି I  ସେମାନେ ହେଲେ ଅବଦୁଲ୍ କାଦିର(୩୦) ଓ ଶ୍ରେୟାସ ସୁରେନ୍ଦ୍ର ନାୟାର(୨୩) । ଗିରଫ ପରେ ସମସ୍ତଙ୍କୁ ମୁମ୍ବାଇ ଜିଲ୍ଲା କୋର୍ଟ ଚାଲାଣ କରାଯାଇଛି । ତେବେ  ୪ଜଣଙ୍କ ଗିରଫ ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି I

  • ପ୍ରଶ୍ନ ଉଠୁଛି, ଆର୍ଯ୍ୟନଙ୍କ ସହ ଏମାନଙ୍କ ସମ୍ପର୍କ କଣ?
  • କାହିଁକି ଓ କେଉଁ ତଥ୍ୟ ଆଧାରରେ  ଗିରଫ ହେଲେ??
  •  ନାରକୋଟୀକ୍ସ କଣ୍ଟ୍ରୋଲ ବ୍ୟୁରୋ ଵା ଏନସିବି ତାହା ସ୍ପଷ୍ଟ କରିଛି I
  • ଗତ ସୋମବାର ବଲିଉଡ ସୁପରଷ୍ଟାର ଶାହରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ୩ଜଣଙ୍କୁ ୭ତାରିଖ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ନେଇ ପଚରାଉଚରା କଲା ପରେ ଓଡ଼ିଶା ଲିଙ୍କ କଥା ଜାଣି ଗିରଫଦାରି ଆରମ୍ଭ କରିଛି I 
  • କାରଣ ଜେରା ବେଳେ  ଆର୍ଯ୍ୟନ ସବୁ ସତ କଥା ଉଗାଳିଛନ୍ତି ଓ ଓଡ଼ିଶାର ୨ ନିଶାବେପାରୀଙ୍କ କଥା  ପ୍ରକାଶ କରିଛନ୍ତି  । ଫଳରେ ଏନସିବି ଟିମ  ବିଳମ୍ବିତ ରାତିରେ ମୁମ୍ବାଇର ଯୋଗେଶ୍ୱରୀ ଅଞ୍ଚଳରୁ ଏହି ଦୁଇ ନିଶାମାଫିଆଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ୫ଲକ୍ଷ ଟଙ୍କାର ମେଫିଡ୍ରନ୍‌, ୩ଲକ୍ଷ ଟଙ୍କାର ଏମ୍‌ଡିଏମ୍‌ଏ ନିଶା ବଟିକା ଇତ୍ୟାଦି ଜବତ କରିବାରେ ସଫଳ ହୋଇଛି ।  କ୍ରିପ୍‌ଟୋ କରେନ୍ସି ଜରିଆରେ ଏମାନେ କାରବାର ଚଳାଇଥିଲେ ବୋଲି ଏନସିବି ସ୍ପଷ୍ଟ କରିଛି I
  • ଅନ୍ୟ ପକ୍ଷରେ ଓଡ଼ିଶାର ମନୀଷ ଓ ଅଭିନଙ୍କୁ ଏନ୍‌ସିବି ପଚରାଉଚରାବେଳେ ସତ ମାନିଛନ୍ତି I ଜାହଜରେ ଅଭିନ ୨ଥର ଗଞ୍ଜେଇ ସେବନ କରିଥିବା ଏନସିବି ଜାଣିବାକୁ ପାଇଛି ।  ମନୀଷଙ୍କ ନିକଟରୁ ୨.୪ଗ୍ରାମ ଗଞ୍ଜେଇ ମିଳିଛି । 
  • ଖାଲି ମନୀଷ ଓ ଅଭିନ ନୁହଁନ୍ତି, ଓଡ଼ିଶାର ଅନେକ ଯୁବକ-ଯୁବତୀ ଏଭଳି ରେଭ୍ ପାର୍ଟିରେ ଯୋଗ ଦେଉଥିବା ଚର୍ଚ୍ଚା ଜୋର ଧରିଛି I
  • ଦେଖନ୍ତୁ TATKAL ODISHAର ପୂର୍ଵ EXCLUSIVE ରିପୋର୍ଟ…

ଯିଏ ଯେଡ଼େ ବଡ଼ ହୁଅନ୍ତୁ, ଡ୍ରଗ୍ସ କରବାର ପାଇଁ ଆମେ ଛାଡ଼ିବୁ ନାହିଁ : ପ୍ରଧାନ

ଗିରଫ ପୂର୍ବରୁ ଆର୍ଯ୍ୟନ କଣ ‘ସ୍ବୀକାରୋକ୍ତି’ ଲେଖିଥିଲେ? ଦେଖନ୍ତୁ..

Leave A Reply

Your email address will not be published.