ମନରେଗା ଫୋକସ ଛାଡି ଦୀର୍ଘ ମିଆଦୀ ଯୋଜନା ହେଉ
* ପ୍ରବାସୀଙ୍କ ପାଇଁ ହେଉ ଡାଟାବେସ ବିଶ୍ଳେଷଣ
* 14 ଲକ୍ଷ ପଞ୍ଜିକରଣ, ଆସିଲେ 7 ଲକ୍ଷ
ଭୁବନେଶ୍ୱର,(ତତ୍କାଳ ଓଡିଶା ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ରାଜ୍ଯକୁ 7 ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିଛନ୍ତି I ହେଲେ ପ୍ରାୟ 14 ଲକ୍ଷରୁ ଅଧିକ ପ୍ରବାସୀ ରାଜ୍ଯ ସରକାରଙ୍କ କୋଭିଡ଼ େଓ୍ୱବସାଇଟ୍ରେ ପଞ୍ଜିକରଣ କରିଛନ୍ତି I ହେଲେ ଡାଟାବେସ ବିଶ୍ଳେଷଣ ହେଉ ନନ ଥିବାରୁ ସମସ୍ଯା ଉପୁଜିଛି I ତେଣୁ ସରକାର କେବଳ ମନରେଗା ଉପରେ ଫୋକସ ନ କରି ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ୟୁଏନ୍ ହ୍ଯାବିଟାଟ୍ର ଓ୍ୱାର୍ଲଡ଼ ଅର୍ବାନ କ୍ଯାମ୍ପେନ କୋ ଚେଆର ସନ୍ଦୀପ ଚାଚ୍ରା ପ୍ରକାଶ କରିଥିଲେ I

କରୋନା ମୁକାବିଲା ଉପରେ ଜାତୀୟ େଓ୍ୱବନାର୍ରେ ବହୁ ବିଶିଷ୍ଟ ବ୍ଯକ୍ତି ଯୋଗ ଦେଇଥିଲେ I ମୁଖ୍ଯବକ୍ତା ଭାବେ ଯୋଗଦେଇ ଶ୍ରୀ ଚାଚ୍ରା କହିଥିଲେ, କୁଶଳୀ, ଅର୍ଦ୍ଧକୁଶଳୀ, ଅଣକୁଶଳୀ ଶ୍ରମିକଙ୍କୁ ଚିହ୍ନଟ କରାଯିବା ଦରକାର ସେମାନଙ୍କ ଜୀବୀକା ପୁନରୁଦ୍ଧାର କରାଯାଇ ଥଇଥାନ କରିବା ସମୟ ଆସିଛି I ଅନ୍ଯତମ ଅତିଥି ୟୁଏନ୍ଡ଼ିପି ଓଡ଼ିଶା ମୁଖ୍ଯ ସୁଶ୍ରୀ ଆଭା ମିଶ୍ର କହିଥିଲେ, ମନରେଗା ବ୍ଯତୀତ କୃଷି, ଉଦ୍ୟାନ କୃଷି, ପୁଷ୍ପ ଉଦ୍ୟାନ, ପାରମ୍ପରିକ ଚାଷ ପ୍ରଣାଳୀ, ପର୍ଯ୍ଯଟନ ଭିତ୍ତିଭୂମି ଓ ଉଦ୍ୟୋଗୀ ବିକାଶ ପ୍ରଭୃତି କାର୍ଯ୍ଯକ୍ରମ ମାଧ୍ୟମରେ ଜିବୀକା ଅର୍ଜନର ପନ୍ଥା ବାହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ I
ଅନ୍ଯ ପ୍ରମୁଖ ଆଲୋଚକଙ୍କ ମଧ୍ୟରେ ଅବ୍ଜରଭର ରିସର୍ଚ୍ଚ ଫାଉଣ୍ଡେସନର ସିନିୟର ଫେଲୋ ଡଃ. ନିରଞ୍ଜନ ସାହୁ କହିଥିଲେ, ମନରେଗା ମାଧ୍ୟମରେ ଦେଶର 15ଲକ୍ଷ କାର୍ଯ୍ଯଦିବସ ଗତ ତିନିମାସ ମଧ୍ୟରେ ସୃଷ୍ଟି କରାଯାଇ ବେକାର ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦିଆଯାଇଥିଲେ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଘୋଷଣା କରିଥିବା ଗରିବ କଲ୍ଯାଣ ଯୋଜନା, ପୁର୍ନବାସ ଓ ଖାଦ୍ୟର ସଠିକ୍ ସୁପରିଚାଳନା ନହେଲେ ଆଗାମୀ ଦିନରେ କୋଟି କୋଟି ଲୋକ ଗରିବ ସୀମାରେଖା ତଳକୁ ଚାଲିଯିବେ ଏହି ଭର୍ଚୁଆଲ ଶୀର୍ଷ ସମ୍ମିଳନୀର ଆବାହକ ଫୋକ୍ସ ଓଡ଼ିଶା ଫାଉଣ୍ଡେସନ୍ର ନିର୍ଦ୍ଦେଶକ ସୁଦର୍ଶନ ଛୋଟରାୟ ପ୍ରାରମ୍ଭିକ ବକ୍ତବ୍ଯ ପ୍ରଦାନ କରିଥିବା ସହ ପ୍ରବାସୀ ଶ୍ରମିକଙ୍କ ନିଯୁକ୍ତି ପୁନଃ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏକ ସୁବ୍ଯବସ୍ଥିତ ଡେସ୍କ ଖୋଲିବାକୁ ଦାବୀ କରିଥିଲେ I
ଫୋକସ ଓଡ଼ିଶା ଫାଉଣ୍ଡେସନ ମହାଶକ୍ତି ଫାଉଣ୍ଡେସନ ଓ ପ୍ରବାସୀ ଶ୍ରମିକ ସୁରକ୍ଷା ମଞ୍ଚ -ମାଇଗ୍ରେସନ ଓ୍ୱାଚ୍ ଇଣ୍ଡିଆର ମିଳିତ ଅନୂକୂଲ୍ଯରେ ଆୟୋଜିତ ଜାତୀୟ େଓ୍ୱବିନାର୍ରେ ଅନ୍ଯମାନଙ୍କ ମଧ୍ୟରେ କୋଭିଡ଼ ଆକ୍ସନକୋଲାଭରେଟିଭ୍ର ଆବାହିକା ସୁଶ୍ରୀ ସାଉଁଳି ଚକ୍ରବର୍ତ୍ତୀ, ମୁମ୍ବାଇସ୍ଥିତ ଏସିସି ସିମେଣ୍ଟର ସିଏଏସ୍ଆର ମୁଖ୍ଯ ପ୍ରଦୁ୍ଯମ୍ନ ପଣ୍ଡା, ଚେନ୍ନାଇସ୍ଥିତ ଉତ୍କଳ ଆସୋସିଏସନର ବିଶ୍ୱଜିତ କାନୁନଗୋ, ସାମାଜିକ କର୍ମୀ ଓ୍ୱିଲିୟମ୍ ଷ୍ଟାନଲି, ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରା, ଅଧିକାରର ସଭାପତି ମହମ୍ମଦ ଅମିନ୍, ମହାଶକ୍ତି ଫାଉଣ୍ଡେସନ୍ର ସଭାପତି ସନ୍ତୋଷ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସୁଶ୍ରୀ ସୁଶ୍ରିତା ରଥ ଆଲୋଚନା ପରିଚାଳନା କରିଥିଲେ I