ଭୁବନେଶ୍ୱର କ୍ଲବ : ‘ସଭାପତି’ ହେବାକୁ ଅସିତଙ୍କ ମନ ଲସରପସର?

0
  • ସମ୍ଭିଧାନିକ ପଦବୀରେ ଥାଇ ସମ୍ଭବ କି?ବଲାଙ୍ଗୀର,ସମ୍ବଲପୁର,ଭୁବନେଶ୍ୱର,କଟକ//ତତ୍କାଳ ଓଡିଶା// 
    କହିଁପେ’ ନିଗାହେଁ, କହିଁପେ’ ନିଶାନା”…
  • ବଲିଉଡର ଏହି ଚର୍ଚ୍ଚିତ ହିନ୍ଦୀ ଗୀତଟି ଶୁଣିବାକୁ ଯେତେ ସୁମଧୁର ଏହାର ‘ସାରମର୍ମ’ ବି ସେତେ ତାତ୍ପର୍ଯ୍ୟପୂର୍ଣ୍ଣ I
         ଗୀତଟିକୁ ଯଦି ଆପଣ ବାରମ୍ବାର ଶୁଣିବେ ତାହାଲେ  ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକଳାପ ଠିକ ସେହି ମାର୍ଗରେ ଯାଉଥିବା ମନେ ହେବ I ତାହା ବି ଏବେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ I ନଜର ଗୋଟିଏ, ଲକ୍ଷ୍ୟଭେଦି ବାଣ ଅନ୍ୟକୁ..

କାରଣ କଣ? ଆସନ୍ତୁ ଜାଣିବା…
ପ୍ରଶାସନିକ ଦକ୍ଷତା ଥିବା ବାବୁ ଅସିତଏବେ ତିନୋଟି ପଦବୀରେ ଅଛନ୍ତି I ଗୋଟିଏ ବେସରକାରୀ ଅର୍ଥାତ “ଓଡିଶା ଗୁଲ୍ଫ କ୍ଲବ”ର ରାଜ୍ୟ ସଭାପତି I ଅନ୍ୟ ଦୁଇଟି ସରକାରୀ ଓ ଗୁରୁତ୍ୱପୂର୍ଣ୍ଣ ପଦବୀ I ତାହା ହେଉଛି  ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଓ ପଶ୍ଚିମ ଓଡିଶା ବିକାଶ ପରିଷଦ(ଡବ୍ଲ୍ୟୁଡିସି)ର ଅଧ୍ୟକ୍ଷ I ତେବେ ଡବ୍ଲ୍ୟୁଡିସିର ଅଧ୍ୟକ୍ଷ ପଦବୀ ଏକ ସମ୍ଭିଧାନିକ ପଦବୀ ଏବଂ କ୍ୟାବିନେଟ ପାହ୍ୟାର I ଏଭଳି ତିନି ପଦବୀରେ ଥାଇ ଅସିତ ବାବୁ ଏବେ ବେସରକାରୀ “ଭୁବନେଶ୍ୱର କ୍ଲବ ଲିମିଟେଡ଼ (ପୂର୍ବ ନାମ – ଆଇଏଏସ କ୍ଳବ)”ରେ ନୂଆ ସଭାପତି ହେବାକୁ ‘ଲବି’ ଆରମ୍ଭ କରିଥିବା ଶୁଣାଯାଉଛି I ତାଙ୍କ ନିକଟତମ ଲୋକେ ବି ତାଙ୍କ ନାଁକୁ ନେଇ ପ୍ରଚାର କରୁଛନ୍ତି I

ହେଲେ ଅସିତ ବାବୁ ନିଜେ କୌଣସି ଅନୁଷ୍ଠାନିକ ଘୋଷଣା କରି ନାହାନ୍ତି I

ଭୁବନେଶ୍ୱର କ୍ଲବ ଲିମିଟେଡ଼ରେ କେତେ ସଭ୍ୟ ଦେଖନ୍ତୁ…

 ଯଦି ପ୍ରଚାରିତ କଥା ସତ, ତାହାଲେ ସାଙ୍ଘାତିକ I କାରଣ ସେ ଏବେ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ଗୋଟିଏ ବେସରକାରୀ କ୍ଲବର ସଭାପତି ପାଇଁ କସରତ କରିବା ସରକାରଙ୍କ ଭାବମୂର୍ତ୍ତି ଉପରେ ପ୍ରଶ୍ନ ଉଠିପାରେ I ସଭାପତି ହେବା ପରେ ସେ କିଭଳି ନିରପେକ୍ଷ ପରାମର୍ଶ ଦେବେ? କେମିତି ସମ୍ଭବ ହେଉଛି? କାହିଁକି ତାଙ୍କ ମନ “ସଭାପତି” ପଦ ପାଇଁ ଲସରପସର? ଏହାର ଉତ୍ତର କେତେକ ଜାଣିବାକୁ ଚାହିଁଛନ୍ତି I  

ଆମେ ଉତ୍ତର ଖୋଜିବାକୁ ଚେଷ୍ଟା କରିଥିଲୁ I ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ “ଆଇଏଏସ କ୍ଲବ” ପ୍ରତିଷ୍ଠା ହୋଇଥିଲା I ପ୍ରଶାସନିକ ଅଧିକାରୀ ସଭ୍ୟ ହେଉଥିଲେ I ସେବେଠାରୁ ପ୍ରାୟ କୋଡିଏ ବର୍ଷ ଯାଏ ମୁଖ୍ୟ ଶାସନ ସଚିବମାନେ କ୍ଲବର “ଏକ୍ସ ଅଫିସିଓ ସଭାପତି” ହେଉଥିଲେ I ପରେ କ୍ଲବ ନାଁ ବଦଳି’ଭୁବନେଶ୍ୱର କ୍ଲବ ଲିମିଟେଡ଼ ‘ ହେଲା I କ୍ଲବରେ ବାହାର ଲୋକ ପ୍ରବେଶ କରିବା ପରେ ମୁଖ୍ୟ ସଚିବମାନେ ଓହରି ଗଲେ I ଏବେ କ୍ଲବର ସମ୍ପତ୍ତି କମ ନାହିଁ I ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକ ସଭାପତି ହେବା ପରେ କ୍ଲବର ବ୍ୟାଙ୍କ ବାଲାନ୍ସ ବି ବଢିଥିଲା I ତାଙ୍କ ପରେ ସ୍ଥାୟୀ ସଭାପତି କେହି ନାହାନ୍ତି I ତେଣୁ ଅସିତ ବାବୁ ମନ ବଳାଇବା ସ୍ୱାଭାବିକ ବୋଲି କିଛି ଲୋକ ମତ ପ୍ରକାଶ କରୁଛନ୍ତି I

ହେଲେ ସମ୍ଭିଧାନିକ ପଦବୀରେ ରହି ବେସରକାରୀ ପଦବୀରେ ସଭାପତି ରହିବେ କିପରି?

ତେଣୁ ସରକାରୀ ପଦବୀଦ୍ବୟକୁ ଛାଡି ଏହି ପଦବୀରେ ଆସୀନ ହେବା କଥା I ନ ହେଲେ କ୍ଷମତାର ଅପବ୍ୟବହାର ହୋଇଛି ବୋଲି ଲୋକେ କହିବେ I କାଳ କାଳକୁ ଅସିତ ବାବୁଙ୍କ ମୁଣ୍ଡରେ “ଅପଯଶର କଳଙ୍କ” ଲାଗି ରହିବ,ଯାହା ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି I  

Leave A Reply

Your email address will not be published.