ବାସ୍ତୁବିଜ୍ଞାନ-15: ପଶ୍ଚିମାଭିମୁଖୀ ପ୍ଲଟରେ ଘର କେମିତି କରିବେ?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA //ବାସ୍ତୁଗୃହ //
  • ଦିଗଭିତ୍ତିକ ଗୃହାବସ୍ଥାନ


 ଗୃହ ନିର୍ମାଣ ପୂର୍ବରୁ ଆପଣଙ୍କ କ୍ଷେତ୍ରରେ ଆଉ କେତୋଟି ଦିଗ ପ୍ରତି ସଚେତନ ହେବା ଅପରିହାର୍ଯ୍ୟ I ମୁଖ୍ୟତଃ ସଡ଼କ ପାର୍ଶ୍ବସ୍ଥ ଭୂଖଣ୍ଡ ହୋଇଥିଲେ, ଗୃହର କେଉଁ ଦିଗରେ ସଡ଼କ ରହିଲେ କେଉଁ ପ୍ରଣାଳୀରେ ଗୃହାବସ୍ଥାନ ଏବଂ ଏହାର ପ୍ରବେଶ ପଥ ବା ଦ୍ଵାରଗୁଡ଼ିକ କେଉଁ କେଉଁ ଦିଗ ବା ସ୍ଥାନରେ ନିର୍ଦ୍ଧାରିତ ହେବା ଆବଶ୍ୟକ, ସେଥିପ୍ରତି ଗଭୀର ଧ୍ୟାନ ଦେବା ଆବଶ୍ୟକ। ଭୂଖଣ୍ଡ ବା ପ୍ଲଟର ବିଭିନ୍ନ ଦିଗରେ ଅତିକ୍ରମ କରିଥିବା ରାସ୍ତା ବା ପଥକୁ ଆଖି ଆଗରେ ରଖି  ଗୃହର ଅବସ୍ଥାନ ଏବଂ ଏହାର ମୁଖ୍ୟଦ୍ୱାର ଓ ଅନ୍ତଃ ଦ୍ୱାରଗୁଡ଼ିକର ସଂସ୍ଥାପନ ସମ୍ପର୍କରେ TATKAL ODISHAରେ  ବିସ୍ତୃତ ଭାବେ ଆଲୋଚନା କରାଯାଉଛି ।

ଆସନ୍ତୁ ପଶ୍ଚିମାଭିମୁଖୀ ପ୍ଲଟ ବିଷୟରେ ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କଣ କହୁଛନ୍ତି ଦେଖିବା..

+++++++++++++++++++++++++++++++++++++++

  • ପଶ୍ଚିମାଭିମୁଖୀ ଭୂଖଣ୍ଡ (West Plot) :

+++++++++++++++++++++++++++++++++++++++

ଭୂଖଣ୍ଡର ପଶ୍ଚିମ ଦିଗରେ ସଡ଼କ ଥିଲେ, ଏହାକୁ ପଶ୍ଚିମାଭିମୁଖୀ ଭୂଖଣ୍ଡ କହନ୍ତି । ମୁଖ୍ୟତଃ ଏହି ପ୍ଲଟଟି ପଶ୍ଚିମ ଦିଗକୁ ସାମ୍ନା କରିଥାଏ ଏ ପ୍ରକାର ଭୂଖଣ୍ଡରେ ଗୃହ ନିର୍ମାଣ କଲେ ନିମ୍ନ ପ୍ରଦତ୍ତ କେତୋଟି ନିୟମ ପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି

  • (କ) ଫାଟକ ଓ ଗୃହର ମୁଖ୍ୟଦ୍ଵାର ଉତ୍ତର-ପଶ୍ଚିମ କୋଣର ପଶ୍ଚିମ ଦିଗରେ ହେବା ଉଚିତ ।
  • (ଖ) ପଛପାଖ ଦ୍ଵାରଟି ଉତ୍ତର-ପୂର୍ବ କୋଣର ପୂର୍ବ ଦିଗରେ ହେବା ଭଲ ।
  • ଗ)ଗୃହର ଉତ୍ତର-ପଶ୍ଚିମ କୋଣରେ ଉତ୍ତର ପାର୍ଶ୍ଵକୁ କିମ୍ବା ଉତ୍ତର-ପୂର୍ବ କୋଣର ଉତ୍ତର ପାର୍ଶ୍ଵକୁ ବର୍ଦ୍ଧିତ ହେଲେ ସର୍ବୋତ୍ତମ।
  • (ଘ) ଗୃହର ଉତ୍ତର-ପଶ୍ଚିମ କୋଣର ପଶ୍ଚିମ ପାର୍ଶ୍ବକୁ ଗୃହଟିକୁ ବର୍ଦ୍ଧିତ କରାଯାଇପାରେ ।
  • (0) ଗୃହର ଦକ୍ଷିଣ-ପଶ୍ଚିମ କୋଣର ଉଭୟ ପାର୍ଶ୍ବକୁ କିମ୍ବା ଉତ୍ତର-ପଶ୍ଚିମ କୋଣର ଉତ୍ତରକୁ ବର୍ଦ୍ଧିତ ହେବା ଅନୁଚିତ ।

TATKAL ODISHAର ପୂର୍ଵ ରିପୋର୍ଟ ଦେଖନ୍ତୁ…

// ବାସ୍ତୁଗୃହ-14 //
ଦକ୍ଷିଣାଭିଖୀ ପ୍ଲଟ ଥିଲେ କରିବେ କଣ?

ବାସ୍ତୁଗୃହ-14:ଦକ୍ଷିଣାଭିଖୀ ପ୍ଲଟ ଥିଲେ କରିବେ କଣ?

Leave A Reply

Your email address will not be published.