ବାସ୍ତୁଗୃହ-17: ଦକ୍ଷିଣ-ପୂର୍ବାଭିମୁଖୀ ପ୍ଲଟରେ କେମିତି ଘର କରିବେ?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ବାସ୍ତୁ ବିଜ୍ଞାନ//

@@@@@@@@@@@@@@@@@@@@@@@@@

  • ଦିଗଭିତ୍ତିକ ଗୃହାବସ୍ଥାନ

ଗୃହ ନିର୍ମାଣ ପୂର୍ବରୁ ଆପଣଙ୍କ କ୍ଷେତ୍ରରେ ଆଉ କେତୋଟି ଦିଗ ପ୍ରତି ସଚେତନ ହେବା ଅପରିହାର୍ଯ୍ୟ I ମୁଖ୍ୟତଃ ସଡ଼କ ପାର୍ଶ୍ବସ୍ଥ ଭୂଖଣ୍ଡ ହୋଇଥିଲେ, ଗୃହର କେଉଁ ଦିଗରେ ସଡ଼କ ରହିଲେ କେଉଁ ପ୍ରଣାଳୀରେ ଗୃହାବସ୍ଥାନ ଏବଂ ଏହାର ପ୍ରବେଶ ପଥ ବା ଦ୍ଵାରଗୁଡ଼ିକ କେଉଁ କେଉଁ ଦିଗ ବା ସ୍ଥାନରେ ନିର୍ଦ୍ଧାରିତ ହେବା ଆବଶ୍ୟକ, ସେଥ୍ୟପ୍ରତି ଗଭୀର ଧ୍ୟାନ ଦେବା ଆବଶ୍ୟକ। ଭୂଖଣ୍ଡ ବା ପ୍ଲଟର ବିଭିନ୍ନ ଦିଗରେ ଅତିକ୍ରମ କରିଥିବା ରାସ୍ତା ବା ପଥକୁ ଆଖି ଆଗରେ ରଖି  ଗୃହର ଅବସ୍ଥାନ ଏବଂ ଏହାର ମୁଖ୍ୟଦ୍ୱାର ଓ ଅନ୍ତଃ ଦ୍ୱାରଗୁଡ଼ିକର ସଂସ୍ଥାପନ ସମ୍ପର୍କରେ TATKAL ODISHAରେ  ବିସ୍ତୃତ ଭାବେ ବର୍ଣ୍ଣନା କରାଯାଉଛି ।

ଆସନ୍ତୁ ଦକ୍ଷିଣ-ପଶ୍ଚିମାଭିମୁଖୀ ପ୍ଲଟ ବିଷୟରେ ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କଣ କହୁଛନ୍ତି ଦେଖିବା..

@@@@@@@@@@@@@@@@@@@@@@@@@

  • ଦକ୍ଷିଣ-ପୂର୍ବାଭିମୁଖୀ ଭୂଖଣ୍ଡ (South-East Plot) :

ଦକ୍ଷିଣ-ପୂର୍ବ ଆଗ୍ନେୟ କୋଣକୁ ଭୂଖଣ୍ଡଟି ସାମ୍ନା କରିଥିଲେ ଦକ୍ଷିଣ-ପୂର୍ବାଭିମୁଖୀ ଭୂଖଣ୍ଡ କୁହାଯାଏ । ଏ ପ୍ରକାର ଭୂଖଣ୍ଡରେ ଗୃହ ନିର୍ମାଣ କଲେ ନିମ୍ନ ସୂଚିତ କେତୋଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ।

  • (କ) ମୁଖ୍ୟ ଫାଟକ ଓ ଦ୍ବାର ଦକ୍ଷିଣ-ପୂର୍ବ ପାର୍ଶ୍ଵରୁ ଦକ୍ଷିଣ ଦିଗରେ ରହିବା ଉଚିତ । ଆବଶ୍ୟକ ସ୍ଥଳେ ପୂର୍ବ ଦିଗରେ ମଧ୍ୟ କରାଯାଇପାରିବ ।
  • (ଖ) ପଛ ପାର୍ଶ୍ଵର ଦ୍ବାର ଉତ୍ତର-ପଶ୍ଚିମ ପାର୍ଶ୍ବରୁ ପଶ୍ଚିମ ଦିଗକୁ ହେବା ଶ୍ରେୟସ୍କର ।
  • (ଗ) ନିର୍ମାଣ କାର୍ଯ୍ୟରେ ଆବଶ୍ୟକତା ସ୍ଥଳେ ଗୃହର ଦକ୍ଷିଣ-ପୂର୍ବ କୋଣରୁ ପୂର୍ବ ଦିଗକୁ ବର୍ଦ୍ଧିତ କଲେ ଶୁଭପ୍ରଦାୟକ ।
  • (ଘ) ଗୃହକୁ ଉତ୍ତର -ପୂର୍ବ ପାର୍ଶ୍ୱରୁ ଦକ୍ଷିଣ ଦିଗକୁ ମଧ୍ଯ ବୃଦ୍ଧି କରାଯାଇପାରେ I
ଇଂ ଅଜୟ କୁମାର ମହାପାତ୍ର

TATKAL ODISHAରେ ପୂର୍ବ ରିପୋର୍ଟ..

//ବାସ୍ତୁଗୃହ-16//
ଉତ୍ତର-ପୂର୍ବାଭିମୁଖୀ ପ୍ଲଟ ଥିଲେ କରିବେ କଣ?

ବାସ୍ତୁଗୃହ-16: ଉତ୍ତର-ପୂର୍ବାଭିମୁଖୀ ପ୍ଲଟ ଥିଲେ କରିବେ କଣ?

Leave A Reply

Your email address will not be published.