ପ୍ରଥମ ପର୍ଯ୍ୟାୟ କୋଭିଡ ଟେଷ୍ଟ : 2 ପଜିଟିଭ

0
  • EXCLUSIVE //ତତ୍କାଳ ଓଡ଼ିଶା//
  • ଦୁଇ ସାମ୍ବାଦିକ ପଜିଟିଭ

ଭୁବନେଶ୍ୱର//ବ୍ୟୁରୋ//

ବିଧାନସଭାରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟେଷ୍ଟରେ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି I ସେମାନେ ଗଣମାଧ୍ୟମର ବୋଲି ଜଣାପଡ଼ିଛି I

ମିଳିଥିବା ସୂଚନାନୁସାରେ ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭା ପ୍ରବେଶ ପାଇଁ ତିନୋଟି ପ୍ରକାରର କୋଭିଡ ଟେଷ୍ଟ ହୋଇଥିଲା I ତାହା ହେଉଛି ଆରଟି-ପିସିଆର ଟେଷ୍ଟ, ଆଣ୍ଟିଜେନ ଟେଷ୍ଟ ଓ ଆଣ୍ଟି ବଡି ଟେଷ୍ଟ I ନିଷ୍ପତ୍ତି ଭିତ୍ତିରେ ଅଗଷ୍ଟ 29,30 ଓ 31ରେ ଟେଷ୍ଟ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା I

ପ୍ରଥମ ପର୍ଯ୍ୟାୟ ଅଗଷ୍ଟ 29ରେ 520 ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ ହୋଇଥିଲା I ଏଥିରେ ବାଚସ୍ପତି, ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କର ନାମ ଅନ୍ତର୍ଭୁକ୍ତ ଥିଲା I ତେବେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକଙ୍କର ଆରଟି-ପିସିଆର ଟେଷ୍ଟ, ଆଣ୍ଟିଜେନ ଟେଷ୍ଟ ଓ ଆଣ୍ଟି ବଡି ଟେଷ୍ଟ ହୋଇଥିଲା ବେଳେ କର୍ମଚାରୀ ଓ ସାମ୍ବାଦିକଙ୍କର ଆଣ୍ଟିବଡି ପରୀକ୍ଷା ହୋଇ ନ ଥିଲା I ଏହି ପରୀକ୍ଷା ରିପୋର୍ଟ ଆସିଛି I ହେଲେ ସାର୍ବଜନୀନ ହୋଇ ନାହିଁ I

ରିପୋର୍ଟ ଅନୁସାରେ ବିଧାନସଭାରେ ପ୍ରଥମ ପର୍ଯ୍ୟାୟ 520 କୋଭିଡ ଟେଷ୍ଟରେ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି I ସେମାନେ ହେଉଛନ୍ତି ସାମ୍ୱାଦିକ ସଞ୍ଜୟ ପଟ୍ଟନାୟକ ଓ ସୁଶାନ୍ତ ପାତ୍ର I ଏମାନଙ୍କୁ ବିଧାନସଭାକୁ ପ୍ରବେଶ ଅନୁମତି ମିଳି ନାହିଁ I ବାକି 518 ଜଣଙ୍କୁ ପ୍ରବେଶ ଅନୁମତି ମିଳିଛି I

ଏବେ ଅନ୍ୟ ଦୁଇ ପର୍ଯ୍ୟାୟ କୋଭିଡ ଟେଷ୍ଟ ଚାଲିଛି I ପରେ ରିପୋର୍ଟ ଆସିବ I

Leave A Reply

Your email address will not be published.