ପତି, ପତ୍ନୀ ଔର ଓଃ !!

0
  • ଡିଏଫଓ କାହା ବଳରେ ବଳିୟାନ?
  • ପରୀ’ ପାଇଁ ଏତେ କାନ୍ଦ, ସୌମ୍ୟ ପାଇଁ ଲୁହ ନାହିଁ
  • ଭୁବନେଶ୍ୱର//TATKAL ODISHA//

 ‘“ମୁଁ ଦେଖିଛି ଡିଏଫଓ ସାର ସୌମ୍ୟ ସାରଙ୍କ ଘରକୁ ରାତି 12.30ରୁ 1 ଭିତରେ ପଛ ଗେଟ ଦେଇ ଯାଇଥିଲେ । ମୁଁ ମୋର ନାଇଟ୍ ଡ୍ୟୁଟି ବେଳେ ଦେଖିଥିଲି I ତାଙ୍କୁ ଦେଖିଥିବା ସେ ଜାଣିବା ପରେ ମୋତେ ଚାକିରିରୁ ବିଦା କରିଛନ୍ତି ।”   

ଗଙ୍ଗାଧର ପ୍ରଧାନଙ୍କ ଏହା ଥିଲା ‘ଆଁଖୋ ଦେଖା ହାଲ’ I ସେ ଥିଲେ ପାରଳାଖେମୁଣ୍ଡିରେ ବହୁଚର୍ଚ୍ଚିତ ଡିଫଓଙ୍କ ସୁରକ୍ଷାକର୍ମୀ I ତାଙ୍କୁ ଡିଫଓ ଚାକିରୀରୁ ନିଲମ୍ବିତ କରିଛନ୍ତି I

ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ : ବିବାହ ବେଳର…


ଗଙ୍ଗାଧର ପୁଣି କହିଲେ…

ସୌମ୍ୟ ସାର ଓ ତାଙ୍କ ସ୍ତ୍ରୀ ମର୍ନିଙ୍ଗ ୱାକ ଗଲାବେଳେ ଡ଼ିଏଫଓ ସାର ତାଙ୍କ ନିଜ ଛାତ ଉପରୁ ଥାଇ ଉଣ୍ଡୁ ଥିବାର ଦେଖିଛି I ଏକଥା ଆମ କଲୋନୀର ସବୁ ଲୋକ ଜାଣିଛନ୍ତି I ସୁଯୋଗ ପାଉ ନାହାଁନ୍ତି କହିବାକୁ I ଡିଫଓଙ୍କ ହାତ ଲମ୍ବା ଥିବାରୁ କହିବାକୁ ବି ଭୟ କରୁଛନ୍ତି I “

ଯଦି ଗଙ୍ଗାଧରଙ୍କ କଥା ସତ, ତାହାଲେ ସାଙ୍ଘାତିକ I ଏହାର ତୁରନ୍ତ ବିଧିବଦ୍ଧ ତଦନ୍ତ ହେବା ଜରୁରୀ I ତଦନ୍ତ ସରିବା ଯାଏ ଡିଫଓଙ୍କୁ ପାରଳାଖେମୁଣ୍ଡିରୁ ହଟାଇ ହେଡ଼ କ୍ୱାଟରରେ ରଖିଵା ଦରକାର I
– ହେଲେ ହେଉନି କାହିଁକି?

– କାହା ବଳରେ ସେ ବଳିୟାନ??

ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା I ଲୋକେ କହୁଛନ୍ତି ସେ ମନ୍ତ୍ରୀଙ୍କ ଲୋକ I ସବୁ କଥାରେ ସେ ତାଙ୍କୁ ସୁରକ୍ଷା ଦେଉଛନ୍ତି I ଯଦି ଏତେ ଘଟଣା ପରେ ଡିଏଫଓଙ୍କ ବଦଳି ହେଉନି ତାହାଲେ ତାଙ୍କ ଚେର ବେଶ ଗଭୀର ବୋଲି ଭାବିବାକୁ ହେବ I ସେହି ଚେରର ‘ସୁରକ୍ଷା କବଚ’ କେଉଁମାନେ ତାହା ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବା କଥା I ଯେତେବେଳେ ପୋଲିସ ଅସଲ ଦୋଷୀକୁ ଧରିବାରେ ଫେଲ ମାରିଲା, ସେତେବେଳେ ସରକାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଅନୁମତି ଦେଲେ I ହେଲେ ଆଳୁ ‘ଖୋଳୁ ଖୋଳୁ ମହାଦେବ ଦର୍ଶନ’ କରିଥିଲେ ହେଁ ଫଳ ଶୂନ? ଏଯାଏ ଶେଷ  ନିର୍ଯାସରେ ପହଞ୍ଚି ପାରିନି ତଦନ୍ତକରି ଦଳ I  

ତେବେ ଏସିଏଫ ସୌମ୍ୟ ମଲେ କେମିତି? ତାଙ୍କ ପତ୍ନୀ ବିଦ୍ୟା ଭାରତୀ ଯାହା କହୁଛନ୍ତି ସତ କହୁଛନ୍ତି କି? ନା କାହା ଇଙ୍ଗିତରେ ବୟାନ ଦେଉଛନ୍ତି?

କଲୋନୀ ଲୋକ ନିଶ୍ଚୟ ଏକଥା ସମ୍ପୂର୍ଣ ଜାଣି ଥିବେ I କେବଳ ଡିଫଓ ଓ ତାଙ୍କ ସୁରକ୍ଷାଦାତାଙ୍କ ଭୟରେ କିଛି ପାଟି ଖୋଲୁ ନାହାଁନ୍ତି I ଶୁଣାଯାଏ ମୃତ୍ୟୁ ପୂର୍ବ ବୟାନ ରେକର୍ଡ ବେଳେ ବି ସୌମ୍ୟ ସେଠାରେ ଉପସ୍ଥିତ ଥିବା ଡିଫଓଙ୍କ  ଭୟରେ କିଛି କହି ପାରି ନ ଥିଲେ I ତାହା ଯଦି ସତ, ଆଉ ଏକ ସାଙ୍ଘାତିକ ଘଟଣା I  ଡିଏଫଓଙ୍କ କିନ୍ତୁ ନିଜର ନିଜର ପ୍ରତିକ୍ରିୟା ସ୍ପଷ୍ଟ କରୁ ନାହାଁନ୍ତି I ଜାଣିଶୁଣି କଥାକୁ ଏଡ଼ାଇ ଦେଉଛନ୍ତି I ସବୁଥର ଭଳି ସେ କାମ ଥିବାର ବାହାନା କରି “ମୋତେ ଡିଷ୍ଟର୍ବ କରନ୍ତୁ ନାହିଁ” ବୋଲି ଗଣ ମାଧ୍ୟମକୁ କହୁଛନ୍ତି I  
  ସୌମ୍ୟ ମୃତ୍ୟୁ ମାମଲାକୁ ନେଇ ତାଙ୍କ ବାପା ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ,କଟକ ବଡ଼ ଡାକ୍ତରଖାନାର ଡାକ୍ତର ବିଦ୍ୟାଙ୍କ ଭିଣୋଇ। ସେ ସୌମ୍ୟଙ୍କ ପୋଷ୍ଟମର୍ଟ ରିପୋର୍ଟ ଏପଟ ସେପଟ କରାଯାଇଛି ।

ଏଭଳି ସ୍ଥିତିରେ ପରୀ’ ପାଇଁ ଏତେ କାନ୍ଦୁ ଥିବା ନେତାମାନେ ଗଲେ କୁଆଡେ? ସୌମ୍ୟ ପାଇଁ ତାଙ୍କ ଆଖିରେ  ଲୁହ ନାହିଁ କାହିଁକି??

ତେଣୁ ହିନ୍ଦୀ ଚଳଚିତ୍ର “ପତି, ପତ୍ନୀ ଔର ଓଃ” ଭଳି ରହସ୍ୟ ଘେରରେ ରହି ନ ଯାଉ ସୌମ୍ୟ ମୃତ୍ୟୁ ଘଟଣା I

  • ଦେଖନ୍ତୁ TATKALODISHAର ପୂର୍ବ ରିପୋର୍ଟ…

ଟେନସନରେ ଜଙ୍ଗଲ ମନ୍ତ୍ରୀ ଆରୁଖ?

ଟେନସନରେ ଜଙ୍ଗଲ ମନ୍ତ୍ରୀ ଆରୁଖ?

Leave A Reply

Your email address will not be published.