ନୀଳଗିରି କୁଳଡିହା ଅଭୟାରଣ୍ୟରେ ମହାବଳ ବାଘ : ଆତଙ୍କ

0

 

ସନ୍ତରାଗଡିଆ, ଶ୍ୟାମସୁନ୍ଦରପୁର, ବଉଳଗଡିଆ ଓ ପାଟପୁର ଇଲାକାରେ ଭୟର ବାତାବରଣ 

ଭୁବନେଶ୍ୱର, (ତତ୍କାଳ ଓଡିଶା): ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡସ୍ଥିତ କୁଳଡ଼ିହା ଅଭୟାରଣ୍ୟ ଭିତରୁ ମିଳିଛି ମହାବଳ ବାଘର ପାଦ ଚିହ୍ନ। ବାଘଟି ଏହି ଏଣେତେଣେ ବୁଲୁଛି I ବାଘର ପାଦ ଚିହ୍ନର ଓସାର ସାଢେ 7 ଇଞ୍ଚ ଓ ଗଭୀର ଦେଢ ଇଞ୍ଚ ହୋଇଥିବାରୁ ଏହା ଅଣ୍ଡିରା ମହାବଳ ବାଘ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଫଳରେ ନୀଳଗିରି ଅଞ୍ଚଳରେ ବିଶେଷକରି ସନ୍ତରାଗଡିଆ, ଶ୍ୟାମସୁନ୍ଦରପୁର, ବଉଳଗଡିଆ ଓ ପାଟପୁର ଇଲାକାରେ ଭୟର ବାତାବରଣ ସୃଷ୍ଟି ହୋଇଛି I 

    ମିଳିଥିବା ସୂଚନାନୁସାରେ କୁଳଡ଼ିହା ଅଭୟାରଣ୍ୟର ପୂର୍ବ ପାର୍ଶ୍ୱ ଅର୍ଥାତ ବାବା ପଞ୍ଚଲିଙ୍ଗେଶ୍ୱର ବିଜେ କରିଥିବା ଦେବଚୁଡ଼ ପାହାଡ଼ ସଂଲଗ୍ନ ଖୁମକୁଟ,  ଯୋଡ଼ାଚୁଆ, ସର୍ବଣା ନାଳ ନିକଟ ସନ୍ତସନ୍ତିଆ ସ୍ଥାନରେ ଏହିଭଳି ଏକାଧିକ ବାଘର ପାଦ ଚିହ୍ନ ପଡ଼ିଛି I ଗତ ୨ମାସରେ ଏକ ୬୦ କିଲୋ ଓଜନର ହରିଣକୁ ମାଘ ମାରିଦେବା, ବିଭିନ୍ନ ସମୟରେ ବାଘର ଗର୍ଜନ ଶୁଭାଯିବା କୁହାଯାଉଛି I ୨୦୧୬ ଗଣନା ଅନୁସାରେ କୁଳଡ଼ିହାରେ ୪ଟି ବାଘ ରହିଥିବା ଜଣାପଡ଼ିଥିଲା । ଏବେ ମହାବଳର ପାଦ ଚିହ୍ନ ଓ ପୂର୍ବରୁ ଅନେକ ଜୀବଜନ୍ତୁଙ୍କ ଶିକାର ଯୋଗୁଁ ବାଘ ସଂଖ୍ୟା ନିଶ୍ଚିତ ବୃଦ୍ଧି ପାଇଛି I  ବନବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଟ୍ରାକିଂ କ୍ୟାମେରା ଲଗାଯାଇଛି । 

    ଅନ୍ୟ ପକ୍ଷରେ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ଯାତାୟାତ ଥିବାରୁ ପାଦଚିହ୍ନ ମିଳିଥିବା ଯୋଡ଼ାଚୁଆ ରାସ୍ତାକୁ ସିଲ୍‌ କରିଦିଆଯାଇଛି । 

Leave A Reply

Your email address will not be published.