ଦୁର୍ବୁତ୍ତଙ୍କ ମରଣାନ୍ତକ ଆକ୍ରମଣ :ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ଲହୁ ଲୁହାଣ

0
  • ନେଇ ଗଲେ ସୁନା ଚେନ, ମୋବାଇଲ

ଭୁବନେଶ୍ୱର //TATKAL ODISHA//

ସମୟ’ ଖବର କାଗଜର ବରିଷ୍ଠ ସହ ସମ୍ପାଦକ ସତ୍ୟ ସୁନ୍ଦର ଭଞ୍ଜଙ୍କ ଉପରେ ଦୁର୍ବୁତ୍ତ ଆକ୍ରମଣ କରିଛନ୍ତି I ସେ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି I ସମ୍ପୂର୍ଣ୍ଣ ଶରୀର ତାଙ୍କର ରକ୍ତରେ ଜୁଡୁବୁଡୁ ହୋଇଯାଇଛି I

ଶୁକ୍ରବାର ସକାଳେ ଶ୍ରୀ ଭଞ୍ଜ ମର୍ନିଙ୍ଗ ୱାକରେ ଯାଉଥିଲା ସମୟରେ ଡେଲଟା ଛକରେ ଦୁର୍ବୁତ୍ତ ଆକ୍ରମଣ କରିଥିଲେ I ବାଇକ୍‌ରେ ୨ ଜଣ ଯୁବକ ହଟାତ ଆସି ତାଙ୍କ ପାଖକୁ ଆସି ଫୋନ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ I ଫୋନ୍‌ ନଦେବାରୁ ଲୁହା ରଡ୍‌ରେ ତାଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଛି।

ପଛପଟୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ କରିବାରୁ ସେ ସେଠାରେ ପଡ଼ି ଯାଇଥିଲେ I ଏହି ସମୟରେ ଦୁର୍ବୁତ୍ତ ତାଙ୍କ ସୁନା ଚେନ, ମୁଦି ଓ ମୋବାଇଲ ନେଇ ଦୌଡ଼ି ପଳାଇ ଯାଇଥିଲେ I

ରାସ୍ତାରେ ରକ୍ତ ଜୁଡୁବୁଡୁ ହୋଇ ଚିତ୍କାର କରୁଥିବା ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଜଧାନୀ ହସ୍ପିଟାଲକୁ ନେଇଥିଲେ I ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି I

ତେବେ ଏହି ଦୁର୍ବୁତ୍ତମାନେ କେବଳ ଲୁଟ ପାଇଁ ଆକ୍ରମଣ କରିଥିବା କୁହାଯାଉଛି I ରାଜଧାନୀରେ ଏଭଳି ଘଟଣା ବାରମ୍ୱାର ହେଉଛି I ଲୋକେ ସୁରକ୍ଷିତ ଯିବା ଆସିବା କଷ୍ଟକର ହେଲାଣି I

ବର୍ତମାନସୁଦ୍ଧା ପୋଲିସ କୌଣସି ଦୁର୍ବୁତ୍ତଙ୍କୁ ଗିରଫ କରିପାରି ନାହିଁ I

ଶ୍ରୀ ଭଞ୍ଜଙ୍କ ଘର ବଲାଙ୍ଗୀର ଜିଲ୍ଲାର I ସେ ପ୍ରାୟ 3 ବର୍ଷ ଧରି ଭୁବନେଶ୍ୱରରେ ରହୁଛନ୍ତି I

Leave A Reply

Your email address will not be published.