ବାସ୍ତୁବିଜ୍ଞାନ-23: କେମିତି ହେବ ଡ୍ରଇଂ-ଡାଇନିଙ୍ଗ?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ବାସ୍ତୁଗୃହ /

++++++++++++++++++++++++++++++++++++++++

ଗୃହ ପାଇଁ ବାସ୍ତୁବିଜ୍ଞାନ ସ୍ତମ୍ବରେ ଆମେ କ୍ରମାଗତ ଆଲେଖ୍ୟ ଦେଇଆସିଛୁ I ଏଥର ଡ୍ରଇଁ ରୁମ (Drawing Room)  ଓ ଡାଇନିଙ୍ଗ ରୁମ (Dining Room) ବିଷୟରେ ବିସ୍ତୃତ ରିପୋର୍ଟ ଦେଉଛୁ…

ଇଂ ଅଜୟ ମହାପାତ୍ର //ବାସ୍ତୁବିତ//

ଡ୍ରଇଁ ରୁମ (Drawing Room) :

  • (କ) ପ୍ଲଟ୍‌ର ଦକ୍ଷିଣ ଦିଗ (ଆଗ୍ନେୟ) କୋଣକୁ ବାଦ୍ ଦେଇ ଅନ୍ୟ ସମସ୍ତ ଦିଗରେ ଡ୍ରଇଁ ରୁମ୍ ଅବସ୍ଥାପିତ କରିବାରେ କୌଣସି ପ୍ରତିବନ୍ଧକ ଦେଖାଯାଏ ନାହିଁ I
     ମାତ୍ର ଉତ୍ତର ଦିଗଟି ସର୍ବୋତ୍ତମ ।
  • (ଖ) ଦ୍ଵାର ଉତ୍ତର ଓ ପୂର୍ବ ଦିଗରେ ରଖିବା ଉତ୍ତମ । ଅନ୍ୟ ଦିଗଗୁଡ଼ିକୁ ଅସ୍ବୀକାର କରାଯାଉ ନ ଥିଲେ ମଧ୍ୟ ବିଶେଷତଃ ଦକ୍ଷିଣ-ପଶ୍ଚିମ (ନୈଋତୁ) କୋଣରେ ଦ୍ଵାର ସଂସ୍ଥାପନ କରିବା ଉଭୟ ବୈଜ୍ଞାନିକ ଓ ଶାସ୍ତ୍ରବିରୋଧୀ ଅଟେ ।
  • (ଗ) ସୋଫା, ବେଡ଼୍, ସୋ-କେସ୍ ଦକ୍ଷିଣ କିମ୍ବା ପଶ୍ଚିମ ଭାଗରେ ସଜ୍ଜିତ ହେବ ।
  • (ଘ) ଗୃହର ପୂର୍ବ, ପଶ୍ଚିମ ଓ ଉତ୍ତର ଭାଗରେ ବୈଠକଖାନା କରିବା ନିହାତି ଆବଶ୍ୟକ I 
  • (ଙ) ଟେଲିଫୋନ୍ ଦକ୍ଷିଣ-ପୂର୍ବ, ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ।
    (ଚ) କୁଲର୍ ପଶ୍ଚିମ ପାର୍ଶ୍ବରେ ରକହିଲେ ଭଲ ।
    (ଛ) ପଶୁପକ୍ଷୀ, ସ୍ତ୍ରୀଲୋକ, କ୍ରନ୍ଦନରତ ଶିଶୁ, ଯୁଦ୍ଧର ଦୃଶ୍ୟ ଆଦି କାନ୍ଥରେ ରକହିବା ଅନୁଚିତ ।
    (8) ଗୃହ ରଙ୍ଗ ଧଳା, ହଳଦିଆ, ନୀଳ କିମ୍ବା ସବୁଜ କରିବା ବିଧେୟ


ଡାଇନିଙ୍ଗ ରୁମ (Dining Room) :

  • (କ) ଦକ୍ଷିଣ ଦିଗକୁ ବାଦ୍ ଦେଇ ଅନ୍ୟ ତିନି ଦିଗରେ ଡାଇନିଙ୍ଗ ରୁମ୍ ରଖାଯାଇପାରେ; ମାତ୍ର ଯଥା ସମ୍ଭବ ପଶ୍ଚିମ ଦିଗରେ ରହିବା ଉଚିତ ।
  • (ଖ) ଗୃହର ଅନ୍ତଃ ଦ୍ବାରଗୁଡ଼ିକ ମୁଖ୍ୟଦ୍ଵାରର ସମ୍ମୁଖ- ସମ୍ମୁଖୀ ନହୋଇ ପୂର୍ବ, ପଶ୍ଚିମ ଓ ଉତ୍ତର ଯେ କୌଣସି ଦିଗରେ ରଖିବାରେ କୌଣସି ବାଧା ଦେଖାଯାଏ ନାହିଁ ।
  • (ଗ) କାନ୍ଥ ସହ ଲଗାଇ ଡାଇନିଙ୍ଗ ଟେବୁଲ ନ ପକାଇବା ବିଧେୟ । (ଘ) ଖାଇବା ସମୟରେ ଦକ୍ଷିଣାଭିମୁଖୀ ହେବା ଉଚିତ ନୁହେଁ ।
  • (ଙ) ଉତ୍ତର କିମ୍ବା ପୂର୍ବ ଦିଗକୁ ୱାସିଙ୍ଗ ବେସିନ୍ ଫିଟ୍ କରିବା ଭଲ ।
  • (6) ଏ କକ୍ଷର ରଙ୍ଗ ଫିକାନୀଳ, ହଳଦିଆ, ସାଫାରନ କିମ୍ବା ଫିକାସବୁଜ ହେବା ଉଚିତ ।

  • //ସମ୍ପର୍କ //
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • – ଭୁବନେଶ୍ୱର

Leave A Reply

Your email address will not be published.