ବାସ୍ତୁବିଜ୍ଞାନ-28: କେମିତି ହେବ ପୋର୍ଟିକୋ, ବାରଣ୍ଡା?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA //ବସ୍ତୁଗୃହ//

+++++++++++++++++++++++++++++++++++++++

ଗୃହର ମୁଖଶାଳା ହେଉଛି ପୋର୍ଟିକୋ I ଏହା ଯେତେ ସୁନ୍ଦର ହେବ ଗୃହ ସେତେ ସୁନ୍ଦର ଦିସିବ I ଖାଲି ସୁନ୍ଦର ଦିଶିଲେ ହେବନି, ବାସ୍ତୁ ବିଜ୍ଞାନ ଅନୁସାରେ ତାହା ହୋଇଛି କି ନାହିଁ ଗୃହକର୍ତ୍ତାଙ୍କୁ ନଜର ଦେବାକୁ ପଡ଼ିବ I ନ ହେଲେ ଘର ଉପରେ କୁପ୍ରଭାବ ପଡ଼ିବାର ସମ୍ଭାବନା ରହିଛି I ଏଥିପାଇଁ ପ୍ରଥମରୁ ଯତ୍ନବାନ ହୁଅନ୍ତୁ I

TATKAL ODISHAରେ ବାସ୍ତୁଗୃହ ଉପରେ 27ଟି ଅଧ୍ୟାୟ ପ୍ରକାଶ ପାଇସାରିଛି I ଏଥର ପୋର୍ଟିକୋ ଓ ତା’ସଂଲଗ୍ନ ବାରଣ୍ଡା ଉପରେ ବର୍ଣ୍ଣନା କରାଯାଇଛି I

ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଦେଖିବା…

++++++++++++++++++++++++++++++++++++++++

ଇଂ ଅଜୟ କୁମାର ମହାପାତ୍ର

ପୋର୍ଟିକୋ (Portico) :

  • (କ) ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ପାଖକୁ ବାଦ ଦେଇ ଅନ୍ୟ ସମସ୍ତ ଦିଗରେ ପୋର୍ଟିକୋ ନିର୍ମାଣ କରାଯାଇପାରିବ, ମାତ୍ର ପୂର୍ବ, ଉତ୍ତର ଦିଗଟି ସର୍ବୋତ୍ତମ –
  • (ଖ) ଘରର ଛାତ ଅପେକ୍ଷା ପୋର୍ଟିକୋର ଛାତ ନୀଚା ହେବା ଦରକାର ।
  • (ଗ) ସ୍ଵତନ୍ତ୍ର ଖୁଣ୍ଟ ଉପରେ ପୋର୍ଟିକୋର ଛାତ ରହିବା ଦରକାର । ବିଶେଷତଃ ପାଚେରୀ
  • ଘ)କାନ୍ଥ ଉପରେ ପୋର୍ଟିକୋ ଛାତ ନ ରହିବା ଅପରିହାର୍ଯ୍ୟ ।
  • (ଙ) ପୋର୍ଟିକୋର ଚଟାଣ ଗୃହର ଚଟାଣ ଅପେକ୍ଷା ନୀଚା ହେବା ବାଞ୍ଛନୀୟ
  • (ଚ) ଆଗ୍ନେୟ ଦିଗରେ ଗାଡ଼ି ପାର୍କିଙ୍ଗ କଲେ ମରାମତି ଖର୍ଚ୍ଚ ବଢ଼େ । ପଶ୍ଚିମ ଦିଗକୁ ମୁହଁ କରି ରଖେ ଭ୍ରମଣ ଯୋଗ ।
  • ଏଣୁ ଏ ଦିଗ ପ୍ରତି ସତର୍କତା ଅବଲମ୍ବନ କରି ପୋର୍ଟିକୋର ଅବସ୍ଥାନ ନିର୍ଣ୍ଣୟ କରିବା ବିଧେୟ ।

. ବାରଣ୍ଡା (Verandah) :

  • (କ) ଗୃହର ଦକ୍ଷିଣ, ପଶ୍ଚିମ ଦିଗକୁ ବାଦ୍ ଦେଇ ଅନ୍ୟ ଦିଗରେ ବାରଣ୍ଡା କରିବା ଉଚିତ ।
  • ( ଖ ) ଗୃହର ଚଟାଣ ଅପେକ୍ଷା ବାରଣ୍ଡାର ଚଟାଣ ନୀଚା ହେବା ଉଚିତ ।
  • (ଗ) ବାରଣ୍ଡାର କୋଣଗୁଡ଼ିକ ଧାରୁଆ ହେବା ଭଲ ।

ଦେଖନ୍ତୁ TATKAL ODISHAର ପୂର୍ବ ରିପୋର୍ଟ…

// ବାସ୍ତୁବିଜ୍ଞାନ-27/ /
କେମିତି ହେବ ସ୍ନାନାଗାର ଓ ଶୌଚାଳୟ?

ବାସ୍ତୁବିଜ୍ଞାନ-27: କେମିତି ହେବ ସ୍ନାନାଗାର ଓ ଶୌଚାଳୟ?

Leave A Reply

Your email address will not be published.