ଗିରଫ ପୂର୍ବରୁ ଆର୍ଯ୍ୟନ କଣ ‘ସ୍ବୀକାରୋକ୍ତି’ ଲେଖିଥିଲେ? ଦେଖନ୍ତୁ..

0

EXCLUSIVE REPORT//MUMBAI//

  • ଆର୍ଯ୍ୟନଙ୍କ ଠାରୁ ବହୁ ମାତ୍ରାରେ ଡ୍ରଗ୍ସ ଜବଦ 
  • ସୋମବାର ପଚରାଉଚରା ବେଳେ କାନ୍ଦିଲେ ଆର୍ଯ୍ୟନ
  •  ଯିଏ ଯେତେ ବଡ଼ ଲୋକ ହେଉ ପଛକେ ଆମେ  ଛାଡ଼ିବୁ ନାହିଁ : ପ୍ରଧାନ 
  • ମୁମ୍ବାଇ//TATKAL ODISHA//
  • +++++++++++++++++
  • ରିପୋର୍ଟ :କଳାକୃଷ୍ଣ ମହାରଣା
  • ++++++++++++++++++


 ବହୁଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ କେସ ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନକୁ ମୁମ୍ବାଇ ଏନସିବି ଟିମ ଗିରଫ କରିବା ପୂର୍ବରୁ ସେ ସମସ୍ତ କଥା ସ୍ୱୀକାର କରିଥିଲେ I ସେ ଲେଖିଥିଲେ – I understood grounds of arrest and informed the same to my family members on my mobile no…//aryan//

ଏନସିବି ଟିମ ସମ୍ମୁଖରେ ଆର୍ଯ୍ୟନ ନିଜ ହାତରେ ଲେଖିଥିବା “ସ୍ବୀକାରୋକ୍ତି”


  ରବିବାର ସନ୍ଧ୍ୟାରେ ମୁମ୍ବାଇର ସ୍ୱତନ୍ତ୍ର ଏନସିବି କୋର୍ଟରେ ଆର୍ଯ୍ୟନଙ୍କୁ ହାଜର କରାଯାଇଥିଲା I କୋର୍ଟ ଆର୍ୟନଙ୍କ ଦିିନିକିଆ ଅର୍ଥାତ ଅକ୍ଟୋବର 4 ଯାଏ ରିମାଣ୍ଡ ପ୍ରଦାନ କରିଥିଲେ । ଆର୍ୟନଙ୍କ ସମେତ ଆଉ 2 ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ଏନସିବି । ସେଥିପାଇଁ ତାଙ୍କୁ  ଅଧିକ ପଚରା ଉଚରା କରିବେ ଏନସିବି ଟିମ I
 ଏନସିବି ଟିମ ଆଗରେ ସ୍ୱୀକାର କରିଛନ୍ତି ଯେ, ସେ ଡ୍ରଗ୍ସ ସେବନ କରିଥିଲେ I ତଦନୁଯାୟୀ ଏନସିବି ଅଧିକାରୀ ଆର୍ଯ୍ୟନ ସାମିଲ ଥିବା କ୍ରୁଜ ଜାହାଜରୁ ଜବଦ କରିଥିଲେ ଡ୍ରଗ୍ସ I ତାହା ହେଉଛି..*

  • 13 ଗ୍ରାମ କୋକିନ
  • 21 ଗ୍ରାମ ଚରସ*
  • 22 ପିଲ୍ଲସ ଏମଡିଏମଏ*
  • 5 ଗ୍ରାମ ଏମଡି
  • ଏପରିକି ଜଣଙ୍କ ଠାରୁ ପ୍ରାୟ ଏକ ଲକ୍ଷରୁ ଅଧିକ ଟଙ୍କା ଜବଦ ବି ହୋଇଛି I ସେଥିପାଇଁ ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ଉପରେ ଏନସିବି କ୍ରାଇମ ନଂ 94/2021ଆଧାରରେ କେସ ରୁଜୁ ହୋଇଛି I ଡ୍ରଗ୍ସ ଅପରାଧ ଆଧାରିତ ଧାରା 42/8-ସି,20-ବି,27 ଓ 35 ତାଙ୍କ ବିରୋଧରେ ଲାଗୁ ହୋଇଛି I ଯଦି ପ୍ରମାଣ ମିଳେ, ତାହାଲେ 6 ମାସରୁ 10 ବର୍ଷ ଯାଏ ଜେଲ ହୋଇ ଯିବାର ଆଇନ ରହିଛି I
  • ଏନସିବି ଓକିଲ ଅଦ୍ୱିତ ସେଥନା ପ୍ରଥମରୁ ଦୁଇ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ, ହେଲେ କୋର୍ଟ ଦିନିକିଆ ରିମାଣ୍ଡ ପ୍ରଦାନ କରିଥିଲେ I ତେବେ ଆର୍ୟନଙ୍କ ଓକିଲ ସତୀଶ ମାନେସିନ୍ଦେ ଏନସିବି ରିମାଣ୍ଡ ପରିବର୍ତ୍ତେ ପୋଲିସ ରିମାଣ୍ଡ ଦାବି କରିଥିଲେ। ସେ କହିଥିଲେ, “ତାଙ୍କ ନିକଟରୁ କୌଣସି ଡ୍ରଗ୍ସ  ଜବତ କରାଯାଇନଥିଲା I ଏହି ରେଭ ପାର୍ଟିର ଆୟୋଜନ ଅନ୍ୟମାନେ କରିଥିଲେ। ଏହି ଅପରାଧ ଜାମିନଯୋଗ୍ୟ I”  ତାହାକୁ କୋର୍ଟ ଆଗ୍ରହ୍ୟ କରିଛନ୍ତି I ଏନସିବି ଟିମ ସୋମବାର ଦିନ ତମାମ ଆର୍ଯ୍ୟନଙ୍କୁ ଡ୍ରଗ୍ସ କାରବାରର ଅସଲ ସୂତ୍ରଧର କେଉଁମାନେ ତାହା ପଚାରିଛି I ସେ ମଧ୍ୟ ବିଗତ 3 ବର୍ଷ ଧରି ଡ୍ରଗ୍ସ ସେବନ କରୁଥିବା ମଣିଛନ୍ତି I ତେବେ ସେ କାନ୍ଦି ତାଙ୍କ ପିତା ଶାହରୁଖ ଖାନଙ୍କ ସହ କଥା ହୋଇଥିବା ଜଣାପଡ଼ିଛି I
  • ଅନ୍ୟ ପକ୍ଷରେ ଏନସିବିର ସର୍ବୋଚ୍ଚ ପଦବୀରେ ଥିବା ବାଲେଶ୍ୱର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଓଡ଼ିଆ ପୁଅ ସତ୍ୟ ନାରାୟଣ ପ୍ରଧାନ କହିଥିଲେ,” ଯିଏ ଯେତେ ବଡ଼ ଲୋକ ହେଉ ପଛକେ ଆମେ ଡ୍ରଗ୍ସ କରବାର ପାଇଁ ଛାଡ଼ିବୁ ନାହିଁ I ଆଗକୁ ଏଭଳି ଚଢ଼ାଉ ଜାରି ରହିବ I “
  • ଉଲ୍ଲେଖ ନିୟ ଯେ, ଶ୍ରୀ ପ୍ରଧାନ ଦାୟିତ୍ୱ ଗ୍ରହଣ କରିବା ପରେ ବହୁ ବଡ଼ ବଡ଼ ଡ୍ରଗ୍ସ ଘୋଟଲାର ପର୍ଦାଫାଶ ହୋଇଛି I
  • ଦେଖନ୍ତୁ TATKALODISHA ର ପୂର୍ଵ ରିପୋର୍ଟ…..

ମଝି ସମୁଦ୍ରରେ ଜାହାଜରେ ଡ୍ରଗ୍ସ ପାର୍ଟି : ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅଟକ

ମଝି ସମୁଦ୍ରରେ ଜାହାଜରେ ଡ୍ରଗ୍ସ ପାର୍ଟି : ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅଟକ?

Leave A Reply

Your email address will not be published.