ଖୋକାଭାଇଙ୍କୁ ‘ପଦ୍ମ’ପୁରସ୍କାର ମିଳୁ,ଜନସ୍ୱାର୍ଥ ମାମଲା ଖୁବଶୀଘ୍ର

0
  • TATKAL ODISHA//EXCLUSIVE//
  • କଟକ, ଭୁବନେଶ୍ୱର//ବ୍ୟୁରୋ//

ମୁଁ ଯେବେ ମରିବି ଜହ୍ନରେ ରହିବି ନୂତନ କଳଙ୍କ ହୋଇ, ସତେ ଅବା ମୋର ପ୍ରେମିକା ଓଠରେ ଛୋଟ ଏକ କଳାଜାଇ”

17 ନଭେମ୍ବର 2002ରେ ଆରପାରିକୁ ଚାଲିଗଲେ I ନିଜ ମୃତ୍ୟୁକୁ ନେଇ ସେ ଏଭଳି ଢଙ୍ଗରେ ବର୍ଣ୍ଣନା କରିଥିଲେ I ସେ ଥିଲେ ଖୋକାଭାଇ I ଓଡ଼ିଆ ସଂଗୀତ ଜଗତର ଯାଦୁକର I ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତି I ସେ ଏକାଧାରାରେ ଥିଲେ ଜଣେ ଗୀତିକାର, କଣ୍ଠଶିଳ୍ପୀ, ସଂଗୀତ ନିର୍ଦେଶକ, ଔପନାସିକ ଓ ଗାଳ୍ପିକ I

ଅକ୍ଷୟ ମହାନ୍ତି

ଖୋକାଭାଇ ତାଙ୍କ ଜୀବଦଶାରେ ୧୦୬ଟି ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ହେଁ  ୧୨୧ଟି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ I ୮୦୦୦ରୁ ଅଧିକ ଗୀତ ଗାଇ ରେକର୍ଡ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ୪୦୦୦ ଅଧିକ ଗୀତ ରଚନା କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ I
 କେବଳ ଗୀତ ନୁହେଁ, ଅନେକ କାଳଜୟୀ ଗଳ୍ପ ଓ ଉପନ୍ୟାସ ରଚନା କରି ଚର୍ଚ୍ଚିତ ହୋଇଥିଲେ ଅକ୍ଷୟ ମହାନ୍ତି I ସେ ୧୨ଟି ଉପନ୍ୟାସ ଲେଖିଥିବା ବେଳେ ୧୦୦ଟି ଗଳ୍ପ ଲେଖିଥିଲେ I ବର୍ତ୍ତମାନ ସୁଦ୍ଧା ସେଥିରୁ ତିରିଶ ଗଳ୍ପ ଏବଂ ୪ଟି ଉପନ୍ୟାସ ଛପା ଯାଇ ପାରିନାହିଁ I 

ତେବେ ଏଭଳି ଜଣେ ମହାନ ଓ ବିରଳ ସଂଗୀତକାର ଖୋକାଭାଇଙ୍କୁ ଆମେ ଉଚିତ ସମ୍ମାନ ଦେଇଛୁ କି? ଓଡ଼ିଶା ସରକାର ନିଜ ପ୍ରତିଶୃତି ପାଳନ କରିଛନ୍ତି କି??

ଉତ୍ତର ଆସିବ ନା ‘I

– ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ବି ତାଙ୍କୁ ଯେତିକି ସମ୍ମାନ ଦେଵା କଥା ଦେଇନି I ତାଙ୍କ ଅବଦାନକୁ ହେୟ ଜ୍ଞାନ କରିଛି I ତେଣୁ ଖୋକାଭାଇଙ୍କୁ ମରଣତ୍ତୋର “ପଦ୍ମ ଭୂଷଣ “ ପୁରସ୍କାର ମିଳୁ I ସେଥିପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହେବାକୁଯାଉଛି I ତାହା କରୁଛନ୍ତି ସୁପ୍ରିମକୋର୍ଟର ଆଡ଼ଭୋକେଟ ଅଂଶୁମାନ ଦାସ I

  ପିଟିସନରେ ସର୍ବଶ୍ରୀ ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ହୋତା, ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ, ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ, ସାହିତ୍ୟିକ ଅକ୍ଷୟ ବେହେରା ଓ ଅନ୍ୟ 8ଜଣ ସାମିଲ ଅଛନ୍ତି I

କୋର୍ଟ ବିଚାର କଲା ପରେ ଯାହା କିଛି ସ୍ପଷ୍ଟ ହେବ I ଯଦି ସରରଙ୍କୁ କୋର୍ଟ ନିର୍ଦେଶ ଦିଅନ୍ତି, ତାହାଲେ ଖୋକାଭାଇଙ୍କ ନାଁ “ପଦ୍ମ” ପୁରସ୍କାର ପ ସୁପାରିଶ ହେଵା ପାଇଁ ବାଟ ଖୋଲିଯିବ ନିଶ୍ଚୟ I

  • TATKAL ODISHAର GUEST EDITOR ତଥା ପୂର୍ବତନ ପ୍ରକାଶକ ପ୍ରସନ୍ନ କୁମାର ହୋତାଙ୍କ ପୂର୍ଵ ପ୍ରକାଶିତ ଆଲେଖ୍ୟ ପଢନ୍ତୁ…

ମନେ ପଡ଼ନ୍ତି ଅକ୍ଷୟ ମହାନ୍ତି- “ଖୋକା ଭାଇ”

ମନେ ପଡ଼ନ୍ତି ‘ଖୋକା ଭାଇ’

Leave A Reply

Your email address will not be published.