ଅମାନିଆଙ୍କୁ ପାନେ ଦେବାକୁ ସରକାର କଠୋର

0
  • ସବୁଜ ବାଣ ନିୟମକୁ କଡ଼ାକଡ଼ି କର: ମୁଖ୍ୟ ଶାସନ ସଚିବ
    ବେଆଇନ୍ ବାଣ ବିପଣୀ ଏବଂ ବ୍ୟବହାର ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
  • ଭୁବନେଶ୍ୱର,TATKAL ODHISHA//
  • ଦିନକ ପରେ ଦୀପାବଳି I ସାରା ଓଡ଼ିଶା ଉତ୍ସବମୁଖର I ହାଇକୋର୍ଟ ନିର୍ଦେଶ ଅନୁସାରେ ବାଣ ଫୁଟିବ I ହେଲେ ସବୁଜ ବାଣ ନେଇ ସରକାର ଜାରି କରିଛନ୍ତି କଟକଣା I
  • ସବୁଜ ବାଣ ସମ୍ବନ୍ଧିତ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ରାଜ୍ୟ ସରକାର ବଳ କସିବେ I ଏବେ ଅମାନିଆ ପାଇବେ ପାନେ I ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର I ସେ କହିଥିଲେ,ବେଆଇନ୍ ବାଣ ବିପଣୀ ଏବଂ ବ୍ୟବହାର ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି I

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

  • ଶ୍ରୀ ମହାପାତ୍ର ସ୍ପଷ୍ଟ କହିଛନ୍ତି ଯେ, ମହାମାରୀ ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ କୋଭିଡ୍ରୁ ଭଲ ହେଉଥିବା ଲୋକମାନଙ୍କର କୋଭିଡ୍-ପରବର୍ତ୍ତୀ ଯତ୍ନର ଅଧିକ ଗୁରୁତ୍ୱପୂର୍ଣ୍ଣ । ସାଧାରଣ ସ୍ୱାସ୍ଥ୍ୟ ଏବଂ ଉତ୍ସବପାଳନ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ । ସେ କହିଥିଲେ ଯେ କେବଳ ପେଟ୍ରୋଲିଅମ୍ ବିସ୍ଫୋରକ ନିରାପତ୍ତା ସଂସ୍ଥା(ପେସୋ)ଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସବୁଜ ବାଣ ବିକ୍ରୀ ଓ ବ୍ୟବହାର ହୋଇପାରିବ । କ୍ଷମତାପ୍ରାପ୍ତ କର୍ତ୍ତୁପକ୍ଷଙ୍କଠାରୁ ଲାଇସେନ୍ସ ନନେଇ କୌଣସି ଦୋକାନୀ ବା ବ୍ୟକ୍ତି ସବୁଜବାଣ ମଧ୍ୟ ବିକ୍ରୀ କରିପାରିବେ ନାହିଁ ।
  • କେବଳ ଜିଲ୍ଲାପାଳ ଏବଂ ପୌରାଞ୍ଚଳର ପୋଲିସ୍ କମିଶନର ମାନେ ଲାଇସେନ୍ସ୍ ଦେଇପାରିବେ ।
  • ସର୍ବୋଚ୍ଚ ନ୍ୟାୟାଳୟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିଷୟରେ ସୂଚନା ଦେଇ ଉନ୍ନୟନ କମିଶନର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ କେବଳ ମାତ୍ର ସବୁଜ କୋର୍ଡ ବା ମାର୍କ ଦେଖାଇ କୌଣସି ବାଣ ବିକ୍ରୀ ବା ବ୍ୟବହାର କରାଯାଇ ପାରିବ ନାହିଁ । ବାଣ ବ୍ୟବସାୟୀମାନଙ୍କ ଦ୍ୱାରା ଦେଖାଯାଇଥିବା ସାର୍ଟିଫିକେଟ୍ ପେସୋ ସାର୍ଟିଫିକେଟ୍ କି ନୁହେଁ ତାହା ପରୀକ୍ଷା କରାଯିବା ଆବଶ୍ୟକ । ପେସୋ ବିଭିନ୍ନ ପ୍ରକାର ସବୁଜ ବାଣ ଏବଂ ସେସବୁକୁ ଉତ୍ପାଦନ କରୁଥବା କାରଖାନାର ନାମ ତାଲିକା ଚୁଡ଼ାନ୍ତ କରିଛନ୍ତି । ବାଣ ବେପାରୀ ମାନେ ଦେଖାଉଥିବା ସାର୍ଟିଫିକେଟ୍ ପେସୋ ସଂସ୍ଥା ମାଧ୍ୟମରେ ତନଖି କରି ବିକ୍ରୀ ପାଇଁ ଲାଇସେନ୍ସ୍ ଦିଆଯିବ ।
  • ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସ୍ପଷ୍ଟ କରିଥିଲେ ଯେ କୌଣସି ବ୍ୟକ୍ତି ରାସ୍ତା ବା ସର୍ବସାଧାରଣ ସ୍ଥାନରେ ବାଣ ଫୁଟାଇ ପାରିବେ ନାହିଁ । କେବଳ ସବୁଜ ବାଣକୁ ଦୀପାବଳୀ ଦିନ ସଂଧ୍ୟା ୮ ଟାରୁ ୧୦ ଟା ମଧ୍ୟରେ ନିଜ ଘରର ପାଚେରୀ ସୀମା ମଧ୍ୟରେ ଫୁଟାଇ ପାରିବେ ।
  • ଉନ୍ନୟନ କମିଶନର ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ ସବୁଜ ବାଣର ବିକ୍ରୀ ବିକ୍ଷିପ୍ତ ଭାବରେ ବିଭିନ୍ନ ସ୍ଥାନରେ ହୋଇ ପାରିବ ନାହିଁ । କେବଳ ଜିଲ୍ଲାପାଳ ଏବଂ ପୋଲିସ୍ କମିଶନର ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ଏହାର କିଣା-ବିକ୍ରୀ ହୋଇପାରିବ ।
    ପ୍ରତ୍ୟେକ ଥାନା, ଫାଣ୍ଡି ଏବଂ କ୍ଷେତ୍ରସ୍ତରୀୟ ପୋଲିସ୍ ଅଧିକାରୀମାନଙ୍କୁ ସବୁଜବାଣ ର ବିକ୍ରୀ ଓ ବ୍ୟବହାର ସମ୍ବନ୍ଧିତ ନିର୍ଦ୍ଦେଶାବଳୀ ବିଷୟରେ ସଠିକ୍ ଭାବେ ସଚେତନ କରାଇବା ପାଇଁ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏସ୍.ପି. ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଥାନା ଓ ୱାର୍ଡ ସ୍ତରରେ ସଘନ ପେଟ୍ରୋଲିଂ ସହ ବାଣ ଦୋକାନ ଗୁଡ଼ିକର କ୍ଷେତ୍ରସ୍ତରୀୟ ଯାଞ୍ଚ୍କୁ କଡାକଡି କରିବାକୁ ମଧ୍ୟ ଶ୍ରୀ ଅଭୟ ନିର୍ଦ୍ଦେଶ ଦେଇଥିଲେ ।
    ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍.ପି. ଏବଂ ପୌରାଞ୍ଚଳର ପୋଲିସ୍ କମିଶନରମାନେ ସବୁଜ ବାଣର ବିକ୍ରୀ ଓ ବ୍ୟବହାର ନିଶ୍ଚିତ କରାଇବା ପାଇଁ ନେଇଥିବା କ୍ଷେତ୍ରସ୍ତରୀୟ ପଦକ୍ଷେପ ବିଷୟରେ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଅବଗତ କରାଇଥିଲେ ।

Leave A Reply

Your email address will not be published.