ଯୁକ୍ରେନ ଯୁଦ୍ଧରୁ ଉଚିତ ‘ଶିକ୍ଷା’

0
  • TATKAL ODISHA//ତୀର୍ଯ୍ୟକ//

କେବଳ 72 ଘଣ୍ଟା ଭିତରେ ହିଁ ରୁଷର ୟୁକ୍ରେନ୍ ଉପରେ ଏକପ୍ରକାର କବ୍ଜାକୁ ନେଇ ଆମେ ଏଥିରୁ ଶିଖିଲୁ କଣ?


ଦେଖିବାକୁ ଗଲେ ୟୁକ୍ରେନରେ ଭଲ ଭଲ ବିଶ୍ୱସ୍ତରୀୟ ମେଡିକାଲ କଲେଜ ଅଛି। ଚକାଚୌନ୍ଦ୍ ଭରା ଚଉଡ଼ା ଚଉଡ଼ା ସଡ଼କ, ବଡ଼ ବଡ଼ ୟୁନିଭରସିଟି ବି ଅଛି। ଅର୍ଥାତ୍ ଭଲ ଶିକ୍ଷା ସହିତ ଭଲ ସ୍ୱାସ୍ଥ୍ୟର ବ୍ୟବସ୍ଥା ବି ଅଛି।

ସେଠାକାର ସରକାର ଏସବୁର ଭଲ ବ୍ୟବସ୍ଥା କରିଛନ୍ତି। ତେଣୁ ସେ ଦେଶର ଲୋକେ ବି ଏଥିପାଇଁ ବହୁତ ଖୁସ୍।


ଏମିତିରେ ଦେଖାଗଲେ ବି ପ୍ରାୟ ସମସ୍ତ ଦେଶର ଲୋକେ ବି ତ ଏଇୟା ହିଁ ଚାହିଁଥାନ୍ତି। ହେଲେ ଅଧିକାଂଶ ଲୋକେ ଏହାର ଅନ୍ୟ ଏକ ଦିଗକୁ ବିଲକୁଲ ଅଣଦେଖା କରିଥାନ୍ତି। ତାହା ହେଲା ଦେଶର ସାମରିକ ଶକ୍ତି ଓ ଲୋକଙ୍କ ଭିତରେ ଜାଗ୍ରତ ରାଷ୍ଟ୍ରବାଦ ର ଅଭାବ।

ଏଇ ଦୁଇଟା ଦିଗକୁ ଅବହେଳା ଏବଂ ଅଣଦେଖା କରିବା ଅର୍ଥ ହେଉଛି ଆପଣ ଏବଂ ଆପଣଙ୍କ ପିଲାଛୁଆ ମାନେ ଭୋଗୁଥିବା ସମସ୍ତ ସୁଖ ସୁବିଧା

କ୍ଷଣକରେ ହିଁ ଧୂଳିସାତ୍ ହେଇଯିବା।


 ରାତାରାତି ସାଧାରଣରୁ ଅତି ସାଧାରଣ ଲୋକଙ୍କ ଭଳି ଆପଣ , ଆପଣଙ୍କ କୋଠାବାଡି, ଆପଣଙ୍କ ସାରା ଜୀବନର ଗଚ୍ଛିତ ସମ୍ପତ୍ତି ଏବଂ ଆପଣଙ୍କ ପିଲାଛୁଆଙ୍କ ସେ ଦାମିକା ପାଠପଢା, ଚାକିରୀ ବିଜିନେସ୍ ସବୁକୁ ଛାଡି ପଳାୟନ କରି କଉ ଦେଶର କ୍ୟାମ୍ପ୍ ରେ ରିଫ୍ୟୁଜି ହେଇ ଜୀବନ ବିତେଇବା( ତା ବି ଯଦି ଜୀବନ ବଞ୍ଚିଲା ତ !? ଏବଂ ଯଦି କୌଣସି ଦେଶ ଆଶ୍ରୟ ଦେଲା ତ ?!)।
 କାରଣ ଏବେ ଲକ୍ଷ ଲକ୍ଷ ପଢ଼ାଲିଖା ୟୁକ୍ରେନର ଲୋକେ ପ୍ରାଣ ବିକଳରେ ବର୍ଡର ଡେଇଁ ପୋଲାଣ୍ଡ ଆଦି ଦେଶରେ ଆଶ୍ରୟ ନେବାକୁ ଘରଦ୍ୱାର ଛାଡି ଦୌଡୁଛନ୍ତି। ୟେ ଦୁର୍ଦ୍ଦିନରେ ନା ତାଙ୍କର ଅର୍ଜିତ ବଡ଼ ବଡ଼ କୋଠାବାଡି କାମରେ ଆସୁଛି, ନା ଫ୍ରି ରେ ମାଗଣା ମିଳୁଥିବା ବିଭିନ୍ନ ସରକାରୀ ସୁବିଧା କାମରେ ଆସୁଛି ନା ବଡ଼ ବଡ଼ ଡିଗ୍ରୀ କାମରେ ଆସୁଛି !

ତେଣୁ ହେ ମୋର ପ୍ରିୟ ଭାରତବାସୀ ଅନ୍ୟର ଭୁଲ ରୁ ଏବେଠୁ ଶିଖ। ୟେ ଫ୍ରି ମାଗଣା ଲୋଭନୀୟ ସରକାରୀ ସୁବିଧା ସବୁର ମୋହ ଛାଡ଼।


କିଛି ତଥାକଥିତ ପଢ଼ାଲିଖା ଶିକ୍ଷାବାଦୀ ନେତାଙ୍କ ଫ୍ରି ଲଲିପପ୍, ଭଲ ଭଲ ସ୍କୁଲ କଲେଜ ଓ ମୋହଲ୍ଲା କ୍ଲିନିକ୍ ବା ହସ୍ପିଟାଲ ଆଦିର ଝାଂସା ରୁ ମୁକ୍ତ ହେଇ ରାଷ୍ଟ୍ରବାଦୀ ହୁଅ, ସଶକ୍ତ ହୁଅ, ଛଦ୍ମ ଧର୍ମନିରପେକ୍ଷତାରୁ ଦୂରରେ ରୁହ ଏବଂ ଦେଶକୁ ସାମରିକ ଭାବେ ଶକ୍ତିଶାଳୀ କରୁଥିବା ଦେଶଭକ୍ତ ନେତାଙ୍କୁ ହିଁ ଆଗକୁ ଆଣ ଦେଶ ଓ ରାଜ୍ୟର ଡୋରି ସମ୍ଭାଳିବାକୁ ।
ଆମ ଦେଶ ସାମରିକ ଭାବେ ଯେତେ ଅଧିକ ମଜଭୁତ ହେବ, ଅନ୍ୟ ସବୁ ଶିକ୍ଷା ସ୍ୱାସ୍ଥ୍ୟ ସଡ଼କ ରୋଜଗାର ର ସୁବିଧା ବି ଆପେ ଆପେ ଏହା ସହିତ ଯୋଡି ହେଇଯିବ।(ସଂଗୃହିତ)

Leave A Reply

Your email address will not be published.