ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବନି

0
  • ସ୍ପଷ୍ଟ କଲେ ସ୍ୱତନ୍ତ୍ର ରିଲିଫ କମିଶନର ପିକେ ଜେନା

ଭୁବନେଶ୍ୱର//TATKAL ODISHA//

ଶାରଦୀୟ ପୂଜାରେ ମା ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବନି I ଏହା ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା I

ଶ୍ରୀ ଜେନା କହିଥିଲେ, ପୂର୍ଵରୁ ଜାରି ହୋଇଥିବା କଟକଣା ବଳବତ୍ତର ରହିବ I ମୂର୍ତ୍ତିର ଉଚ୍ଚତା 4 ଫୁଟ ରହିବ I ପ୍ୟାଣ୍ଡାଲ ସମ୍ମୁଖରୁ ପରଦା ହଟିବ ନାହିଁ I କୋଭିଡର ତୃତୀୟ ଲହର ଆସୁଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆ ଯାଇଛି I ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ସମ୍ମୁଖରୁ ପରଦା ହଟାଇବା ନେଇ ବିଧାନସଭାରେ ବିରୋଧୀ ପ୍ରବଳ ହଟଗୋଳ କରିଥିଲେ I ଏହାପରେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ସରକାରଙ୍କୁ ପୁନର୍ବିଚାର ପାଇଁ ନିର୍ଦେଶ ଦେଇଥିଲେ I ଏହାକୁ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା I ନିଷ୍ପତ୍ତି ଅନୁସାରେ ମୂର୍ତ୍ତି ଉଚ୍ଚତା ବଢିବ ନାହିଁ I

Leave A Reply

Your email address will not be published.