ମଝି ସମୁଦ୍ରରେ ଜାହାଜରେ ଡ୍ରଗ୍ସ ପାର୍ଟି : ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅଟକ?

0
  • ମୋଟ ଆଠ ଜଣଙ୍କୁ ପଚରା ଉଚରା
  • ମୁମ୍ବାଇରୁ ଗୋଆ ଯାଉଥିଲା ଜାହାଜ
  • ଯାତ୍ରୀ ବେଶରେ ଯାଇ ଧରିଲା ଏନସିବି ଟିମ
  • ମୁମ୍ବାଇ, ପାନାଜି// TATKAL ODISHA//


ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଚାଲିଥିଲା ଡ୍ରଗ୍ଧ ପାର୍ଟି। ଜାହାଜ ମଧ୍ୟରେ ଯାତ୍ରୀ ବେଶରେ ପହଞ୍ଚିଛିଥିଲା  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ। ସମୁଦ୍ର ମଝିରେ ଜାହାଜକୁ ରେଡ କରିଵା ପରେ ଏକ ବଡ଼ ଘଟଣାର ପର୍ଦାଫାଶ କରିଛି I ମୋଟ ଆଠ ଜଣ ଅଟକ ରହିଛନ୍ତି I ଏଥିରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ? ସାମିଲ ଥିବା କୁହାଯାଉଛି I ଏନସିବି ଟିମର ଅନୁସନ୍ଧାନକାରି ଦଳ ଆର୍ଯ୍ୟନଙ୍କୁ ପଚରା ଉଚରା ଜାରି ରଖିଛି I  ଖୁବଶୀଘ୍ର ଅନୁଷ୍ଠାନିକ ଘୋଷଣା ହେବ ବୋଲି ଏନସିବି ଅଧିକାରୀ ଆନନ୍ଦ ତିୱାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I

ମୁମ୍ବାଇ ବନ୍ଦରରେ ଜବଦ ଜାହାଜ


   TATKAL ODISHAର ମୁମ୍ବାଇ ବ୍ୟୁରୋର ମୁଖ୍ୟ କଳାକୃଷ୍ଣ ମହାରଣାଙ୍କ ରିପୋର୍ଟ ଅନୁସାରେ ମୁମ୍ବାଇରୁ ଗୋଆ ଯାଉଥିଲା ଏହି  ଜାହାଜ I ଏଥିରେ ଆୟୋଜନ ହୋଇଥିଲା ଡ୍ରଗ୍ଧ ପାର୍ଟି।ଦିଲ୍ଲୀର ଏକ କମ୍ପାନୀ ନାମାସ୍ଟ୍ରାଇ ଏକ୍ସପେରିଏନ୍ସ ଏହି ପାର୍ଟିର ଆୟୋଜନ କରିଥିଲା। ପାର୍ଟିରେ ସାମିଲ ପାଇଁ ଜଣେ ଯାତ୍ରୀଙ୍କ ଟିକେଟ ମୂଲ୍ୟ ୮୦ ହଜାର ଟଙ୍କା ରଖାଯାଇଥିଲା । ଡ୍ରଗ୍ସ ସେବନ ପାଇଁ ଅଲଗା ପଇସା ଦେବାର ବ୍ୟବସ୍ଥା ହୋଇଥିଲା I ଏହି ପାର୍ଟି ଶନିବାର ରାତ୍ରିରେ ଆରମ୍ଭ ହୋଇଥିଲା ଏବଂ ଦୁଇ ଦିନ ପରେ ସମସ୍ତଙ୍କୁ ମୁମ୍ବାଇ ଫେରାଇ ଆଣିବାକୁ ଯୋଜନା ଥିଲା।


   ବିଶେଷ ସୂତ୍ରରୁ ଖବର ମିଳିଵା ପରେ ଏନସିବିର କିଛି ଅଧିକାରୀ  ଯାତ୍ରୀ ବେଶରେ ଜାହାଜରେ ପ୍ରବେଶ କରିଥିଲେ।ସେମାନେ କିଛି ସମୟ ପରେ  ଅପରେସନ ଆରମ୍ଭ କରିଦେଇଥିଲେ। ଘଟଣା ସ୍ଥଳରୁ ଡ୍ରଗ୍ଧ ସେବନ କରୁଥିବା ଯାତ୍ରୀଙ୍କୁ ଧରିଥିଲେ। ସେମାନଙ୍କ ମଧ୍ୟରେ ଜଣେ ବଲିଉଡ ଅଭିନେତାଙ୍କ ପୁଅ ଥିବା ସୂଚନା ମିଳିଛି। ଏଥିରେ ନେତୃତ୍ୱ ନେଇଥିଲେ ଏନସିବିର ମୁମ୍ବାଇସ୍ଥିତ ଜୋନାଲ ନିର୍ଦ୍ଦେଶକ I


  ଅଟକ ଥିବା ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ଆଠ ଜଣଙ୍କୁ ଏନସିବି ଟିମ ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚି ଥିଲା I ରବିବାର ଅଧିକ ପଚରା ଉଚରା ଚାଲିଛି I 

Leave A Reply

Your email address will not be published.