ଭୋଟ ପୂର୍ବରୁ ଚାଲିଗଲେ ସରପଞ୍ଚ ପ୍ରାର୍ଥୀ

0

– ଏସଇସି ଦ୍ୱାରା ନିର୍ବାଚନ ବାତିଲ 

  • କଟକ, ବରଗଡ଼, ଭୁବନେଶ୍ୱର //TATKAL ODISHA//:

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟର କେଇ ଘଣ୍ଟା ପୂର୍ବରୁ କଟକ ଓ ବରଗଡ଼ରେ ଦୁଇ ପ୍ରାର୍ଥୀଙ୍କର ଅକାଳ ମୃତ୍ୟୁ ହୋଇଛି I ସେଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସେଇସବୁ ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ବାତିଲ କରିଛନ୍ତି I 

 TATKAL ODISHAର କଟକ ପ୍ରତିନିଧି ଜଣାଇଛନ୍ତି ଯେ, କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରା (୩୨)ଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ସେ ରାତି ସାଢ଼େ ୧୦ଟାରେ କର୍ମୀଙ୍କ ସହ ଆଲୋଚନା କରି ଖାଇ ଘରେ ଶୋଇ ଥିଲେ I ସ୍ୱାମୀ ବାହାରେ ଥିଲେ I ସେ ବିଳମ୍ବିତ ରାତିରେ ଫେରି ପତ୍ନୀ ଚେତାଶୂନ୍ୟ ହୋଇ ଶୋଇ ଥିବା ଦେଖିଥିଲେ I ପରେ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ନମିତାଙ୍କୁ  ମୃତ ଘୋଷଣା କରିଥିଲେ । ହୃଦଘାତରେ ସେ ପ୍ରାଣ  ହାରିଥିବା କୁହାଯାଉଛି I

ଅନ୍ୟପଟେ ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ପଞ୍ଚାୟତର ବି ସେଭଳି ଦୁଃଖଦ ଖବର ହସ୍ତଗତ ହୋଇଛି I ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ଭୋଟ ଦିନ ହିଁ  ହୃଦଘାତରେ ମୃତ୍ୟୁ ହୋଇଛି ।

 ଉଭୟଙ୍କ ମୃତ୍ୟୁ ଯୋଗୁଁ  ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

Leave A Reply

Your email address will not be published.