ବାସ୍ତୁବିଜ୍ଞାନ-33:ଦେବାଳୟ ପ୍ରତିଷ୍ଠାର ବିଧିବିଧାନ

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ବାସ୍ତୁ ବିଜ୍ଞାନ//

****************************************************

  • ଦେବାଳୟ (Religious Construction) :

ବାସ୍ତୁଶାସ୍ତ୍ରରେ ଦେବାଳୟ ପ୍ରତିଷ୍ଠାର ବିଧିବିଧାନ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଥିଲେ ମଧ୍ୟ ସଂକ୍ଷିପ୍ତରେ କେତୋଟି ମୁଖ୍ୟ ନିୟମ ନିମ୍ନରେ ସୂଚାଇ ଦିଆଯାଇଛି ।

  • (କ) ଭୂଖଣ୍ଡ ଆୟତାକାର କିମ୍ବା ବର୍ଗାକାର ଓ ପୂର୍ବ କିମ୍ବା ଉତ୍ତର ଦିଗକୁ ଗଡ଼ାଣିଆ ହେଲେ ସର୍ବୋତ୍ତମ ।
  • (ଖ) ପାହାଡ଼ର ଉପରିଭାଗ ମନୋନୟନ କରିବା ଭଲ ।
  • (ଗ ) ଭୂଖଣ୍ଡର ପୂର୍ବ କିମ୍ବା ଉତ୍ତରରେ ସମୁଦ୍ର, ନଦୀ, ହ୍ରଦ କିମ୍ବା ଝରଣା ରହିବା ଶୁଭ ।
  • (ଘ) ମନ୍ଦିର ଚତୁଃପାର୍ଶ୍ବରେ ପ୍ରାଚୀର କରିବା ଉଚିତ ଓ ମୁଖ୍ୟ ଦ୍ବାର ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଶାସ୍ତ୍ରସମ୍ମତ ଅଟେ ।
  • (ଙ ) ଦେବାଳୟର ଚତୁର୍ଦିଗରେ ଦ୍ଵାର ରଖିବା ଭଲ ।
  • (ଚ ) ମନ୍ଦିରର ଚତୁର୍ଦିଗରେ ଖୋଲା ସ୍ଥାନ ଛାଡ଼ିବା ନିହାତି ଆବଶ୍ୟକ ।
  • (ଛ ) ଶୌଚାଳୟ ଓ ଧୁଆଧୋଇ ବ୍ୟବସ୍ଥା ମଣ୍ଡପଠାରୁ ଦୂରରେ କରିବା ଦରକାର ।
  • (ଜ ) ମନ୍ଦିରର ହୁଣ୍ଡି ଉତ୍ତର କିମ୍ବା ପୂର୍ବରେ, ପ୍ରସାଦ ସ୍ଥାନ ପୂର୍ବ କିମ୍ବା ଉତ୍ତର-ପୂର୍ବରେ, ଜୋତା ପାଇଁ ପ୍ରବେଶ ପୂର୍ବରୁ ଦକ୍ଷିଣ ପାର୍ଶ୍ବରେ, ପାକିଂ ପାଇଁ ମନ୍ଦିର ବାହାରେ ପୂର୍ବ କିମ୍ବା ଉତ୍ତର ଦିଗରେ ହେବା ଉଚିତ ।
  • (ଝ) ଶ୍ରୀ ହନୁମାନ ଓ ମା’ କାଳୀଙ୍କ ମୁହଁ ଦକ୍ଷିଣ ଦିଗକୁ କରାଯାଇପାରେ;
  • (ଞ୍ଜ )ଅନ୍ୟ ସମସ୍ତ ଦେବଦେବୀ ନିମିତ୍ତ ଦକ୍ଷିଣ ଦିଗକୁ ମୁହଁ କରିବା ନିଷେଧ ।

ପୂର୍ବ ରିପୋର୍ଟ ଦେଖନ୍ତୁ

//ବାସ୍ତୁ ବିଜ୍ଞାନ-32//
ଡାକ୍ତରଖାନା ପାଇଁ କେଉଁ ନିୟମ?

ବାସ୍ତୁ ବିଜ୍ଞାନ-32: ଡାକ୍ତରଖାନା ପାଇଁ କେଉଁ ନିୟମ?

Leave A Reply

Your email address will not be published.