ବାସ୍ତୁଗୃହ-13: ପୂର୍ବାଭିମୁଖୀ ପ୍ଲଟରେ କ’ଣ କରିବେ ?

0
  • ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ବାସ୍ତୁଗୃହ//

ଗୃହ ପାଇଁ ବାସ୍ତୁ ବିଜ୍ଞାନ

  • ଦିଗଭିତ୍ତିକ ଗୃହାବସ୍ଥାନ


 ଗୃହ ନିର୍ମାଣ ପୂର୍ବରୁ ଆପଣଙ୍କ କ୍ଷେତ୍ରରେ ଆଉ କେତୋଟି ଦିଗ ପ୍ରତି ସଚେତନ ହେବା ଅପରିହାର୍ଯ୍ୟ I ମୁଖ୍ୟତଃ ସଡ଼କ ପାର୍ଶ୍ବସ୍ଥ ଭୂଖଣ୍ଡ ହୋଇଥିଲେ, ଗୃହର କେଉଁ ଦିଗରେ ସଡ଼କ ରହିଲେ କେଉଁ ପ୍ରଣାଳୀରେ ଗୃହାବସ୍ଥାନ ଏବଂ ଏହାର ପ୍ରବେଶ ପଥ ବା ଦ୍ଵାରଗୁଡ଼ିକ କେଉଁ କେଉଁ ଦିଗ ବା ସ୍ଥାନରେ ନିର୍ଦ୍ଧାରିତ ହେବା ଆବଶ୍ୟକ, ସେଥ୍ୟପ୍ରତି ଗଭୀର ଧ୍ୟାନ ଦେବା ଆବଶ୍ୟକ। ଭୂଖଣ୍ଡ ବା ପ୍ଲଟର ବିଭିନ୍ନ ଦିଗରେ ଅତିକ୍ରମ କରିଥିବା ରାସ୍ତା ବା ପଥକୁ ଆଖି ଆଗରେ ରଖି  ଗୃହର ଅବସ୍ଥାନ ଏବଂ ଏହାର ମୁଖ୍ୟ ଦ୍ୱାର ଓ ଅନ୍ତଃ ଦ୍ୱାରଗୁଡ଼ିକର ସଂସ୍ଥାପନ ସମ୍ପର୍କରେ TATKAL ODISHAରେ  ବିସ୍ତୃତ ଭାବେ ଆଲୋଚନା କରାଯାଉଛି ।

ଆସନ୍ତୁ ପୂର୍ବାଭିମୁଖୀ ପ୍ଲଟ ବିଷୟରେ ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କଣକହୁଛନ୍ତି ଦେଖିବା..

ପୂର୍ବାଭିମୁଖୀ ପ୍ଲଟ
  • ପୂର୍ବାଭିମୁଖୀ ଭୂଖଣ୍ଡ (East Plot) :


ଭୂଖଣ୍ଡର ପୂର୍ବ ଦିଗରେ ସଡ଼କ ଯାଇଥିଲେ ଅର୍ଥାତ୍ ଭୂଖଣ୍ଡଟି ପୂର୍ବ ଦିଗକୁ ସାମ୍ନା କରିଥିଲେ ଏହାକୁ ପୂର୍ବାଭିମୁଖୀ ଭୂଖଣ୍ଡ କହନ୍ତି ।ପୂର୍ବାଭିମୁଖୀ ଭୂଖଣ୍ଡରେ ଗୃହ ନିର୍ମାଣ କଲେ ନିମ୍ନ ପ୍ରଦତ୍ତ ନିୟମଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।

  • (କ) ‘ଆଉଟ୍ ହାଉସ୍‌ ଦକ୍ଷିଣ-ପୂର୍ବ କୋଣର ପୂର୍ବ ପାର୍ଶ୍ବରେ ରହିବା ଦରକାର ।
  • ( ଖ ) ଆଉଟ୍ ହାଉସ୍‌ର ଚଟାଣର ଉଚ୍ଚତା ମୁଖ୍ୟ ଗୃହଠାରୁ ନୀଚ୍ଚା ହେବା ବିଧେୟ ।
  • (ଗ) ଏହି ଆଉଟ ହାଉସ୍ ଚାକରଙ୍କ ପାଇଁ କିମ୍ବା ସ୍ନାନାଗାର ଭାବେ ବ୍ୟବହାର କରିହେବ ।
  • (ଘ) ମୁଖ୍ୟ ଗୃହ ଓ ଆଉଟ୍ ହାଉସ୍‌ ବ୍ୟବଧାନଠାରୁ ପୂର୍ବଦିଗ ପାଚେରୀ ଓ ଆଉଟ୍ ହାଉସ୍‌ର ବ୍ୟବଧାନ ଯଥେଷ୍ଟ ବେଶି ହେବା ସର୍ବୋତ୍ତମ ।
  • (G) ମୁଖ୍ୟ ଫାଟକ ଓ ମୁଖ୍ୟଦ୍ୱାର ଉତ୍ତର-ପୂର୍ବ କୋଣରେ ପୂର୍ବ ଦିଗକୁ କରିବା ଉଚିତ ।
  • (6) ପଶ୍ଚାତ୍ ପାର୍ଶ୍ଵ ଦ୍ଵାରଟି ଉତ୍ତର ପଶ୍ଚିମ କୋଣ ପଶ୍ଚିମ ଦିଗକୁ କରିବା ଉଚିତ ।
  • (ଛ) ଗୃହ ନିର୍ମାଣର ଉତ୍ତର-ପୂର୍ବ କୋଣଟି ପୂର୍ବ ପାର୍ଶ୍ଵରେ ବର୍ଦ୍ଧିତ ହେଲେ ଶୁଭ ଫଳ ଦିଏ ।
  • (ଜ) ଗୃହକୁ ଦକ୍ଷିଣ-ପୂର୍ବର ଉଭୟ ପାର୍ଶ୍ବକୁ ବଢ଼ାଗଲେ କୌଣସି ଅସୁବିଧା ନାହିଁ ।

TATKAL ODISHAରେ ପୂର୍ଵ ରିପୋର୍ଟ ଦେଖନ୍ତୁ…

// ବାସ୍ତୁ ଗୃହ-12 //
କେଉଁ ଦିଗରେ କଣ ରହିଲେ ଭଲ?

ବାସ୍ତୁଗୃହ-12: ଉତ୍ତରାଭିମୁଖୀ ପ୍ଲଟରେ କଣ କଲେ ଭଲ?

Leave A Reply

Your email address will not be published.