ନୂଆ ମନ୍ତ୍ରୀମଣ୍ଡଳ ‘କାଉଣ୍ଟ ଡାଉନ’ : ଟେନସନରେ 10 ମନ୍ତ୍ରୀ?

0

  • ବାସ୍ତୁ ତାରିଖ ଅନୁସାରେ ଅଦଳବଦଳ !
  • ଶୁଭ ନମ୍ବର “ଏକ” ବା “ତିନି” ଉପରେ ଗୁରୁତ୍ୱ 
  • ବିବାଦୀୟ ମନ୍ତ୍ରୀ ଦେବେ ‘ସ୍ୱଇଛା’ରେ ଇସ୍ତଫା
  •  ମନ୍ତ୍ରୀ ପଦକୁ ଆଉ ଫେରିବେ ନାହିଁ ବାଚସ୍ପତି
  • 8 ପୁରୁଣା ମନ୍ତ୍ରୀଙ୍କ ବଦଳିବ ବିଭାଗ?
  • ମନ୍ତ୍ରୀ ସଂଖ୍ୟା 20 ନୁହଁ 21 ହେବ

ଭୁବନେଶ୍ୱର,//TATKAL ODISHA//


ବିଳମ୍ବିତ ହୋଇଛି ମନ୍ତ୍ରୀମଣ୍ଡଳ ଅଦଳବଦଳ ପ୍ରକ୍ରିୟା Iମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ସ୍ପର୍ଶ ଦେବାକୁ ଯାଉଛନ୍ତି I ତାଙ୍କ ସରକାରର ଚତୁର୍ଥ ପାଳିରେ ପ୍ରାୟ ତିନି ବର୍ଷ ପରେ ଏହି ଅଦଳବଦଳ  ହେବାକୁ ଯାଉଛି I ତେବେ ନବୀନଙ୍କ ଶୁଭ ନମ୍ବର “ଏକ”, “ତିନି” ବା ‘ନଅ’ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି I ଅର୍ଥାତ ନୂଆ ମନ୍ତ୍ରୀମଣ୍ଡଳ ଏପ୍ରିଲ 21 ତାରିଖ  (2+1), ଏପ୍ରିଲ 27(2+7) ଏପ୍ରିଲ 30(3+0), ମଇ 1, ମଇ 3, ମଇ 9, ମଇ 10 (1+0), ମଇ 18(1+8), ମଇ 21(2+1) ହୋଇପାରେ I

ଏଥର ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା ମନ୍ତୀଙ୍କର ମୁଣ୍ଡ ଛେଦନ ହେବ I ଏହି ହିଟ ଲିଷ୍ଟରେ ରହିଛନ୍ତି  10 ମନ୍ତ୍ରୀ I ସେମାନେ ସମୂହ ସ୍ୱଇଚ୍ଛା(voluntarily)ରେ ଇସ୍ତଫା ଦେବେ !ମନ୍ତ୍ରୀ ସଂଖ୍ୟା 20 ନୁହଁ 21 ହେବ I ଆବଶ୍ୟକ ପଡ଼ିଲେ ସବୁମନ୍ତ୍ରୀ ଇସ୍ତଫା ଦେଇପାରନ୍ତି I ତେବେ 2024 ନିର୍ବାଚନକୁ ନଜର ରଖି ବରିଷ୍ଠ ଓ କନିଷ୍ଠ ବିଧାୟକଙ୍କ ସାମନ୍ନୟ ରକ୍ଷା କରି ମନ୍ତ୍ରୀ ପଦ ମିଳିବ I

ଏକ ବିଶେଷ ସୂତ୍ରରୁ ତାହା ଜଣାପଡ଼ି ଥିଲେ ହେଁ ସରକାରୀ ଭାବେ କିଛି ଘୋଷଣା ହୋଇନାହିଁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଣ୍ଡକାଟ ପାଇଁ  ଛଅଟି “ମାନ ଦଣ୍ଡ” ସ୍ଥିର ହୋଇଛି I

  • ଯେଉଁ ମନ୍ତ୍ରୀଙ୍କ ‘ଇଣ୍ଡିଗ୍ରିଟି ଡାଉଟଫୁଲ’ ଥିବ
  • ଯେଉଁ ମନ୍ତ୍ରୀଙ୍କ  କାର୍ଯ୍ୟ ଦକ୍ଷତା ଭଲ ନ ଥିବ-
  • ଯେଉଁ ମନ୍ତ୍ରୀ କିଛି ‘ଘୋଟଲା’ରେ ସାମିଲ ଥିବେ
  • ଯେଉଁ ମନ୍ତ୍ରୀ ଅଳିଆ କାର୍ଯ୍ୟରେ ସାମିଲ ଥାଇ ବିବାଦୀୟ ହୋଇଥିବେ
  • ଯେଉଁ ମନ୍ତ୍ରୀ ଦଳ ପାଇଁ ବାରମ୍ବାର ସମସ୍ୟା ସୃଷ୍ଟି କରୁଥିବେ-
  • ପଞ୍ଚାୟତ, ପୌର ନିର୍ବାଚନରେ ଦକ୍ଷତା ପ୍ରତିପାଦନ କରିନଥିବେ


 ଏସବୁ ମନ୍ତ୍ରୀଙ୍କ ମୁଣ୍ଡ ଛେଦନ ହେବ I ଅର୍ଥାତ ଏବେ 10 ନୁହେଁ ଅଧିକ ମନ୍ତ୍ରୀ ବିଭିନ୍ନ ବିବାଦରେ ଛନ୍ଦି ହୋଇଛନ୍ତି I ଏମାନେ ଯିବା ପ୍ରାୟ ନିଶ୍ଚିତ I

କେଉଁ ମନ୍ତ୍ରୀ ଇସ୍ତଫା ଦେବେ ?

ସୂଚନା ଓ ଚର୍ଚ୍ଚାନୁସାରେ..

  • ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି,
  • ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,
  • ଜଳସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ,
  • ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାକୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
  • ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ,
  • ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
  • ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପଦ୍ମିନୀ ଦିଆନ
  • ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ 
    ଏହି ମନ୍ତ୍ରୀମାନେ  ସମୂହ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋରଧରିଛି ।


କେଉଁମାନେ ମନ୍ତ୍ରୀ ହେବେ?

  • ବାଲେଶ୍ୱର ଜିଲ୍ଲାରୁ ବିଧାୟକ ଅଶ୍ୱିନୀ ପାତ୍ର,
  •  ଗଞ୍ଜାମ ଜିଲ୍ଲାରୁ ବିଧାୟିକା  ଲତିକା ପ୍ରଧାନ,
  • ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ୍,
  • କେନ୍ଦୁଝର ଜିଲ୍ଲାରୁ ବଦ୍ରିନାରାୟଣ ପାତ୍ର,
  • କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରତାପ କେଶରୀ ଦେବ ଓ ଅତନୁ ସବ୍ୟସାଚୀ ନାୟକ,
  • ମୟୂରଭଞ୍ଜ ଜିଲ୍ଲା ବାସନ୍ତୀ ହେମ୍ବ୍ରମ
  • କଟକରୁ ଦେବୀ ପ୍ରସାଦ ମିଶ୍ର
  • କିଛି ନୂଆ ମୁହଁ…
  • ଏମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । 
    * ମନ୍ତ୍ରୀଙ୍କୁ ଭଲ ବିଭାଗ: ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ, ଟୁକୁନି ସାହୁ

ନବୀନଙ୍କ କାମରାଜ ପ୍ଲାନ-2 

ଉଲ୍ଲେଖନୀୟ ଯେ,ପ୍ରା
ୟ ପାଞ୍ଚ ବର୍ଷ ଅବଧିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷାଠିଏ ଦଶକର “କାମରାଜ ପ୍ଲାନ” ଭଳି  ପୁରୁଣା “ଷ୍ଟ୍ରାଟେଜି”କୁ  ଆପଣାଇଛନ୍ତି? କାରଣ 2017 ମସିହା ମଇ 6ରେ ନବୀନ ବାବୁଙ୍କ କୋଡିଏ ଜଣିଆ ମନ୍ତ୍ରୀପରିଷଦରୁ ଏମିତି 10 ଜଣ ମନ୍ତ୍ରୀ ଇସ୍ତଫା ଦେଇ ରାଜନୀତିକୁ ସରଗରମ କରିଥିଲେ I

ସେହି ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ଥିଲେ

ଦେଵୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ କୁମାର ଦାସବର୍ମା, ପ୍ରଦୀପ କୁମାର ପାଣିଗ୍ରାହୀ, ସୁଦାମ ମାରାଣ୍ଡି, ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂଦେଓ, ଲାଲ ବିହାରୀ ହିମିରିକା I ତେବେ ସ୍ବଇଛାରେ ମନ୍ତ୍ରୀ ଇସ୍ତଫା ଦେବାର ଗୋଟିଏ ଦିନ ପରେ ନିରଞ୍ଜନ ପୂଜାରୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହୋଇଥିଲେ I

  • TATKAL ODISHA ର ପୂର୍ଵ ରିପୋର୍ଟ ଦେଖନ୍ତୁ..

// BIG DISCUSSION/ /

10 ମନ୍ତ୍ରୀଙ୍କ ସମୂହ ଇସ୍ତଫା ଖୁବଶୀଘ୍ର?

10 ମନ୍ତ୍ରୀଙ୍କ ସମୂହ ଇସ୍ତଫା ଖୁବଶୀଘ୍ର?

Leave A Reply

Your email address will not be published.