ଛୁଟିରେ ଗଲେ ପ୍ରଦୀପ୍ତ ମହାପାତ୍ର

0
  • EXCLUSIVE//TATKAL ODISHA//

ଭୁବନେଶ୍ୱର//ବ୍ୟୁରୋ//

ବରିଷ୍ଠ ଆଇଏଏସ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଛୁଟିରେ ଯାଇଛନ୍ତି I

କୋଭିଡ ସଂକ୍ରମଣ ଓ ବର୍ଷା ବିତ୍ପାତ ବେଳେ ହଟାତ କାହିଁକି ସେ ଛୁଟିରେ ରହିଲେ? ଏଭଳି ପ୍ରଶ୍ନ ତାଙ୍କୁ ପଚାରିବାରୁ ଶ୍ରୀ ମହାପାତ୍ର ‘ତତ୍କାଳ ଓଡ଼ିଶା’କୁ କହିଥିଲେ, ଦୀର୍ଘ ଦିନରୁ ମୁଁ ‘ଟ୍ରେସ’ରେ ଥିଲି I ଏବେ ଦେହ ଭଲ ନାହିଁ I ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ବାହାରିଛି I ଅନେକ ଦିନରୁ ଛୁଟିରେ ରହିବି ବୋଲି ଭାବିଥିଲି I ହେଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଯାଇ ନ ଥିଲି I ଏବେ ସମୟ ମିଳିଛି, ଛୁଟିରେ ଅଛି I ଏହାକୁ ଭିନ୍ନ ଅର୍ଥରେ ନିଅ ନାହିଁ ବୋଲି ସେ ପ୍ରକାଶ କରିଥିଲେ I

ତେବେ କରୋନାର ପ୍ରଥମ ଓ ଦ୍ଵିତୀୟ ଲହରୀ ବେଳେ ସ୍ୱାସ୍ଥ୍ୟ ବିଭାଗରେ ଦାୟିତ୍ୱରେ ଥିବା ଶ୍ରୀ ମହାପାତ୍ର ନିଜ ପରିବାରକୁ ପଛରେ ପକାଇ ନିଷ୍ଠାର ସହ କାର୍ଯ୍ୟ କରିଥିଲେ I ହଠାତ ଏବେ କେଉଁ କାରଣରୁ ସେ ଛୁଟିରେ ଗଲେ? ତାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସହ ଲୋକସେବା ଭବନରେ ଚର୍ଚ୍ଚା ହେବାରୁ ଆମେ ତାଙ୍କ ମତ ନେବାକୁ ଚାହିଁଥିଲୁ I ସେ କିନ୍ତୁ ନିଜ ଦେହ ଭଲ ନ ଥିବା ସ୍ପଷ୍ଟ କରିଛନ୍ତି I

ଶ୍ରୀ ମହାପାତ୍ର ଏବେ ସ୍ୱାସ୍ଥ୍ୟ ବିଭାଗର ସଚିବ ଦାୟିତ୍ୱରେ ଥିଲେ ହେଁ ପୂର୍ବରୁ ବି ସମାନ ଦାୟିତ୍ୱରେ ଥିଲେ I ସେ ମଧ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗରେ ସଚିବ ଦାୟିତ୍ୱରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନେଇ ଚର୍ଚ୍ଚିତ ହୋଇଥିଲେ I ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ଥିଲେ I ତାଙ୍କୁ ଓଡିଶା ପ୍ରଶାସନର “କ୍ରାଇସିସ ମ୍ୟାନେଜର’କୁହାଯାଏ I ସବୁ ସମସ୍ୟାକୁ ସହଜରେ ସମାଧାନ କରନ୍ତି ସେ I ଏବେ ଛୁଟି ରହିବାଟାକୁ କିଛି ପ୍ରଶାସକ ଓ ଅନ୍ୟ କର୍ମଚାରୀ ସହଜରେ ନେଉ ନାହାନ୍ତି I

Leave A Reply

Your email address will not be published.